ବଡ ବଡିଆଙ୍କ ଅନ୍ଧାରୀ କାହାଣୀ ଆଲୋକକୁ ଆସିବା ଭୟ ଅନେକଙ୍କୁ ବିବ୍ରତ କରୁଛି

ଅର୍ଚ୍ଚନାଙ୍କୁ ଭେଟିବାକୁ କେହି ବି ଆସୁନାହାନ୍ତି ଏବଂ ଏକୁଟିଆ ସମୟ ବିତାଉଛନ୍ତି ବାଧ୍ୟ ହେଉଛନ୍ତି । ଜେଲର ଚାରିକାନ୍ଥ ଭିତରେ ତାଙ୍କ ସହ କେହି କଥା ବି ହେଉନାହାଁନ୍ତି ଆଉ ସେ ବି କାହା ସହ ସହଜରେ ମିଶି ପାରୁନାହାନ୍ତି । ଆଉ ଏହାରି ଭିତରେ ତାଙ୍କୁ ଭେଟିବାକୁ ମଧ୍ୟ କେହି ଆସୁନାହାଁନ୍ତି । କୁହାଯାଉଛି ଯେ ତାଙ୍କୁ ତାଙ୍କ ବାପା ଥରେ ଦେଖା କରିବାକୁ ଯାଇଥିଲେ, କିନ୍ତୁ ମିଡ଼ିଆ ଭୟରେ ଲୁଚି ପଳାଇଲେ ।

ଅନ୍ୟପକ୍ଷରେ ପାଞ୍ଚବର୍ଷ ହେଲାଣି ହାଇ ଫାଇ ଜୀବନ ବିତାଉଥିବା ଅର୍ଚ୍ଚନା ଜେଲର କଠୋରୀ ମଧ୍ୟରେ ନିସଙ୍ଗ ଜୀବନ ବିତାଉଛନ୍ତି । ଏକୁଟିଆ ଅନୁଭବ କରୁଛନ୍ତି । ନା ସ୍ବାମୀ ନା ବାପା, କେହି ବି ଦେଖା କରିବାକୁ ଆସୁନାହାଁନ୍ତି । ଆଉ ସେପଟେ ତାଙ୍କ ସାନିଧ୍ୟ ବା ଆତିଥ୍ୟତା ଲାଭ କରିଥିବା କଥା କଥିତ ଶୁଭକାମନାକାରୀ ଘନିଷ୍ଠ ବ୍ୟକ୍ତିମାନଙ୍କ ମଧ୍ୟରୁ ମଧ୍ୟ କେହି କୁଆଡେ ଆସୁନାହାନ୍ତି ।

ଆଉ ନେତା, ମନ୍ତ୍ରୀ, ପ୍ରଯୋଜକ, ବିଲଡରମାନଙ୍କ କଥା ନ କହିବା ଭଲ । ସେ କୁଆଡେ ଅସୁସ୍ଥତା ଅନୁଭବ କରୁଛନ୍ତି । ଆଉ ସେମାନେ ଯଦି ସୁନ୍ଦରୀ ଅର୍ଚ୍ଚନାଙ୍କୁ ଦେଖା କରିବାକୁ ଆସିବେ, କାଳେ ସେମାନଙ୍କ ଅନ୍ଧାରୀ କାହାଣୀ ଆଲୋକକୁ ଆସିଯିବ, ସେ ଭୟ ବର୍ତ୍ତମାନ ସମସ୍ତଙ୍କୁ ଘାରିଛି । ଅର୍ଚ୍ଚନାଙ୍କୁ ଭେଟିବା ତ ଦୂରର କଥା, ତାଙ୍କ ଛାଇ ମାଡିବାକୁ ମଧ୍ୟ ସେମାନେ ଭୟ କରୁଛନ୍ତି ।

ଅନ୍ୟପକ୍ଷରେ ଅର୍ଚ୍ଚନା ବ୍ଲାକମେଲିଙ୍ଗରେ ସହଯୋଗ କରୁଥିବା ସହଯୋଗୀ ମାନେ ଏବେ ପୋଲିସ ଭୟରେ ଆତ୍ମଗୋପନ କରିଛନ୍ତି । ତେଣୁ ବର୍ତ୍ତମାନ ସୁନ୍ଦରୀ ଅର୍ଚ୍ଚନା ଜେଲରେ ପୁରା ଏକୁଟିଆ ଏବଂ ନିସଙ୍ଗ ହୋଇପଡ଼ିଛନ୍ତି ।

ଦିନେ ଯାହା ପାଖରେ ବଡ ବଡ଼ ଲୋକଙ୍କର ଧାଡ଼ି ଲାଗୁଥିଲା, ଅର୍ଚ୍ଚନାଙ୍କୁ ଭେଟିବା ପାଇଁ ବା ଅର୍ଚ୍ଚନାଙ୍କ ସାନିଧ୍ୟ ଲାଭ କରିବାପାଇଁ ଆଗୁଆ ବୁକିଙ୍ଗ କରିବାକୁ ପଡ଼ିଥିଲା, ଆଜି ସେହି ଅର୍ଚ୍ଚନା ଜେଲର ଚାରିକାନ୍ଥ ଭିତରେ ଜୀବନ କାଟୁଛି । ଆଉ ଅନେକ ବଡ ବଡ଼ିଆ ସୁନ୍ଦରୀ ଅର୍ଚ୍ଚନାଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ଯାଇପାରୁ ନାହାନ୍ତି । କାରଣ ସମସ୍ତଙ୍କୁ ପୋଲିସ ଆଉ ଘନିଷ୍ଠ ଲୋକଙ୍କୁ ଲୋକ ଲଜ୍ୟାର ଭୟ ଘେରିଛି ।

odia sambada
Comments (0)
Add Comment