ମୁଁ ପଇସା ଲୋଭରେ ଶରୀର ଦେଖିଲିନି, ହେଲେ ଏବେ ମୋ ଆତ୍ମା କାନ୍ଦୁଛି, ମୋ ବିବେକ ବାଧା ଦଉଛି

” ହଁ, ମୁଁ ମାନୁଛି ଯେ ମୁଁ ପଇସା ଲୋଭରେ ଶରୀରକୁ ଦେଖିଲିନି, ଆଉ ସବୁକିଛି କରିଚାଲିଲି । କିନ୍ତୁ ଆଜି ମୋର ଆତ୍ମା କାନ୍ଦୁଛି ଆଉ ବିବେକ ବାଧା ଦଉଛି । ଗୋଟେ ଗୋଟେ ମଶା ଚୋବାଇଲେ, ଗୋଟେ ଗୋଟେ ମଣିଷର ମୁହଁ ସାମ୍ନାକୁ ଆସୁଛି । ବିଡା ବିଡା ଟଙ୍କା ଧରି ମୋ ବେଡ଼ରୁମକୁ ଆସୁଥିଲେ ଆଉ ପରପୁରୁଷ ବାସ୍ନାରେ ମୁଁ ମତୁଆଲା ହୋଇଯାଉଥିଲି । କିଏ ପର ଆଉ କିଏ ନିଜର ତାକୁ ବି ଦେଖିଲିନି । ଯାହା ପାଖରେ ଟଙ୍କା ଥିଲା, ମୁଁ ତାର ହୋଇଯାଉଥିଲି । ମତେ ଟାଣି ନେଉଥିଲା ପୂଳା ପୂଳା ଟଙ୍କା । ଆଉ ମୁଁ ବି ସେ ବଡ ବଡ଼ିଆଙ୍କ ସଚ୍ଚୋଟତା ଦେଖିଛି ।”

“ଘରେ ନିଜ ସ୍ତ୍ରୀକୁ ଛାଡି ମତେ ପ୍ରତିଶ୍ରୁତି ଦେଉଥିଲେ । ସେପଟେ ସିନ୍ଦୁର, ଏପଟେ ସିନ୍ଦୂର, ତଥାପି ସେମାନଙ୍କ ମନରେ ପ୍ରବଳ ଭୋକ ଥିଲା । ନାଇଁ ନାଇଁ କଲେ ଝାମ୍ପି କି ଖାଇ ଯାଉଥିଲେ । ବୁଝାଇଲେ ସେମାନେ କହୁଥିଲେ ଆଉ କେତେ ଲକ୍ଷ ଦେବି । ଆଉ ଶେଷରେ ଲୋଭରେ ପଡ଼ି ମୁଁ ବି ରାଜି ହୋଇଯାଉଥିଲି । ଆଉ ବେଡ଼ରୁମର ଲାଇଟ ଅଫ କରିଦେଉଥିଲି । ଏବେ ଭାବୁଛି ମୁଁ କେଡେ ବୋକି ଥିଲି, କିନ୍ତୁ ସେତେବେଳେ ମୁଁ ନିଜକୁ ଚାଲାକ୍ ଭାବୁଥିଲି । ଆଉ ଯୋଉଥିପାଇଁ ମୋ ସହ ଏତେ ସବୁ ଘଟଣା ଘଟିଗଲା ।”

ଆଜ୍ଞା ହଁ, ସ୍ତ୍ରୀର ଦେହ ବେପାରରେ ସ୍ବାମୀ ଜଗବନ୍ଧୁ ସାହାଯ୍ୟ କରୁଥିଲେ । ଆଉ ବ୍ଲାକମେଲ କରି କୋଟି କୋଟି ଟଙ୍କା ଲୁଟୁଥିଲେ । ସ୍ବାମୀ ନିଜ ସ୍ତ୍ରୀର ଶାରୀରିକ ସମ୍ପର୍କର ଭିଡିଓ କରୁଥିଲା ଏବଂ ସ୍ତ୍ରୀର ଅନ୍ୟ ସହ ସମ୍ପର୍କ ଦେଖି ଜଗବନ୍ଧୁ କାଠେଇ ଯାଉଥିଲେ । ଆଉ ସେଇ କାଠେଇ ଯିବାରେ ସ୍ୱାମୀକୁ ପୂଳା ପୂଳା ଟଙ୍କା ମିଳୁଥିଲା । ଆଉ ଯେତେବେଳେ ସ୍ତ୍ରୀର ଦେହକୁ ବଡ ବଡ଼ିଆ ଝୁଣି ଖାଉଥିଲେ, ସେତେବେଳେ ସ୍ବାମୀ ସେଗୁଡିକୁ ସିସିଟିଭିରେ ରେକର୍ଡ କରି ରଖୁଥିଲେ ।

ଜଗବନ୍ଧୁ ନେତା, ବିଲଡରମାନଙ୍କ ଲିଷ୍ଟ କରିବା ପରେ ତାଙ୍କୁ ଫୋନ୍ କରି ଫସାଇବାକୁ ଅର୍ଚ୍ଚନା ନାଗକୁ କହୁଥିଲେ । ଆଉ ଶିକାର ଫସିଯିବା ପରେ ଆରମ୍ଭ ହେଇଥିଲା ଦେହର ଖେଳ, ଯେଉଁ ଦୃଶ୍ୟକୁ ସ୍ବାମୀ ଜଗବନ୍ଧୁ ରେକର୍ଡ କରୁଥିଲେ । ଆଉ ଏବେ ଅର୍ଚ୍ଚନା ଜେଲରେ ଅଛନ୍ତି । ଜେଲରେ ବସି ଗୋଟି ଗୋଟି କରି ସବୁ କଳା ରାତିକୁ ଅର୍ଚ୍ଚନା ଏବେ ମନେ ପକାଉଛି ।

odia sambada
Comments (0)
Add Comment