ଅର୍ଚ୍ଚନା ନାଗ ଓ ତା’ର ସ୍ବାମୀ ଜଗବନ୍ଧୁ ଚାନ୍ଦ ର କଳାସାମ୍ରାଜ୍ୟ ର ଘଟଣା କୁ ପୋଲିସ୍ ଛୋଟ ବୋଲି କହି ତଦନ୍ତ ଆଗକୁ ବଢ଼ାଉନାହିଁ

ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ।ମଣିଷ ବିନା ସମାଜ ଅଧୁରା।କିନ୍ତୁ ସମାଜ ରେ ବଞ୍ଚିବା ପାଇଁ ହେଲେ ମଣିଷ କୁ କିଛି ନିୟମ ମାନି ଚଳିବାକୁ ପଡ଼େ,ଯେଉଁ ନିୟମ କି ଏହି ମଣିଷ ନିଜେ ତିଆରି କରିଛି।କିନ୍ତୁ କେତେ ଜଣ ମଣିଷ ଅଛନ୍ତି ଏହି ନିୟମ କୁ ନ ମାନି ଖରାପ କାମ କରୁଛନ୍ତି, ଯାହା ଦ୍ଵାରା ସମାଜ କଳଙ୍କିତ ହେଉଛି।ଏମିତି କିଛି ଖରାପ କାମ କରି ସମାଜ କୁ କଳଙ୍କିତ କରିଥିବା ଦୁଇ ସ୍ବାମୀ ସ୍ତ୍ରୀ ହେଉଛନ୍ତି ଜଗବନ୍ଧୁ ଚାନ୍ଦ ଓ ଅର୍ଚ୍ଚନା ନାଗ।

ହଁ ଆଜ୍ଞା ଦର୍ଶକ ବନ୍ଧୁ ଆପଣ ମାନେ ତ ଜାଣିଥିବେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଓ ତା’ର ସ୍ବାମୀ ଜଗବନ୍ଧୁ ଚାନ୍ଦ ର କଳାକାରନାମା କଥା,ଆମ୍ଭର ଏହି ରିପୋର୍ଟ ଟି ସେହି ବିଷୟ ଉପରେ। ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ ରାଜଧାନୀ ରେ ବହୁତ କମ୍ ସମୟ ରେ ନିଜ କଳାସାମ୍ରାଜ୍ୟ ର ବିସ୍ତାର କରିଥିଲେ।ବହୁ ବଡ଼ ବଡ଼ିଆ ମାନଙ୍କୁ ନିଜ ମାୟା ଜାଲ ରେ ଫସାଇ ନିଜ ପାପ ର ମହଲ ଗଢ଼ିଥିଲେ।କିନ୍ତୁ ପାପ କେବେ ଲୁଚି ରହେ ନାହିଁ।ସେମିତି ସେମାନଙ୍କର କଳା କାର୍ଯ୍ୟ ମଧ୍ୟ ବାହାର କୁ ଆସିଲା।

କିନ୍ତୁ ଏବେ ଚର୍ଚ୍ଚା ଧରିଛି କି କୁଆଡେ ପୋଲିସ୍ ଏହି ମାମଲା ର ତଦନ୍ତ ଆଗକୁ ନେଉନାହିଁ।କଥା ଉଠୁଛି କି କୁଆଡେ ପୋଲିସ୍ ର ବଳ ପାଉନି ମାମଲା ର ତଦନ୍ତ କରିବା ପାଇଁ।ସାଧାରଣ ରେ ପ୍ରଶ୍ନ ଉଠୁଛି କି ତଦନ୍ତ କେତେ ଆଗକୁ ବଢ଼ିଲାଣି।ପ୍ରଥମେ ପୋଲିସ୍ ଚୋରା ଛୁପା ରେ ଅର୍ଚ୍ଚନା କୁ ଗିରଫ କରିଲା।ତେବେ ଗଣମାଧ୍ୟମ ଏହି କଥା ବାହାରକୁ ଆଣିଲା ପରେ ମଧ୍ୟ ପୋଲିସ୍ ଘଟଣା ର ସତ ଉଗାଳିବାକୁ କୁଣ୍ଠା ପ୍ରକାଶ କରୁଛି।

କାହା ବଳ ରେ ସେ ଦୁଇ ଜଣ ସ୍ବାମୀ ସ୍ତ୍ରୀ ଏତେ ବଡ଼ କଳାସାମ୍ରାଜ୍ୟ ତିଆରି କରିଲେ ,ତାହା ଏବେ ବି ଅଜଣା।ବଡ଼ ବଡ଼ିଆ ଙ୍କ ହାତ ଥିବାରୁ ପୋଲିସ୍ ଭାବି ଚିନ୍ତି ପଦକ୍ଷେପ ନେଉଛି।ଜାମିନ ଆବେଦନ ବେଳେ ଭିଡ଼ିଓ କନଫେନ୍ସ ଜରିଆ ରେ କୋର୍ଟ ରେ ହାଜର କରିବା ଓ ଥାନା କୁ ନ ଆଣି ଜେଲ୍ କୁ ଯାଇ ଅର୍ଚ୍ଚନାକୁ ପଚରାଉଚରା କରିବା ଏବେ ସନ୍ଦେହ କୁ ଆସିଛି। ତେବେ ଦେଖିବା ପାଇଁ ବାକି ରହିଲା,ଏହି ଘଟଣା ର ତଦନ୍ତ କେତେ ଆଗକୁ ଯାଉଛି।

odia sambada
Comments (0)
Add Comment