OMG! ମହିଳାଙ୍କ ଆଖିରୁ ବାହାରିଲା 23 କଣ୍ଟାକ୍ଟ ଲେନ୍ସ, ଭିଡିଓ ଦେଖି ଉଡିଯିବ ହୋସ

କଣ୍ଟାକ୍ଟ ଲେନ୍ସ ଚଷମା ତୁଳନାରେ ଅଧିକ ସୁବିଧାଜନକ ବୋଲି କୁହାଯାଏ । ଏକ୍ସପର୍ଟ କହିଛନ୍ତି ଯେ ଚଷମା ତୁଳନାରେ କଣ୍ଟାକ୍ଟ ଲେନ୍ସରେ ମୌସୁମୀର କମ୍ ପ୍ରଭାବ ପଡ଼ିଥାଏ, ସେଥିରେ ଚଷମା ପରି କାକର ବିନ୍ଦୁ ପଡେନାହିଁ ଏବଂ ସେଥିରେ ଅଧିକ ଏରିଆ ଦେଖାଯାଇଥାଏ ।

ମାର୍କେଟକୁ ଅନେକ ପ୍ରକାରର କଣ୍ଟାକ୍ଟ ଲେନ୍ସ ଆସିଥାଏ । କିଛି ଲୋକ ନିଜ ପସନ୍ଦର କଲର କଣ୍ଟାକ୍ଟ ଲେନ୍ସ ଲଗାଇଥାନ୍ତି ତ ଆଉ କିଛି ପାୱାର ବାଲା । ନିକଟରେ ଏକ ଅଜବ ପ୍ରକାରର ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳାଙ୍କ ଆଖିରୁ 23 ଟି କଣ୍ଟାକ୍ଟ ଲେନ୍ସ ବାହାର କରାଯାଇଛି । ଏହି ଲେନ୍ସ ବିଷୟରେ କୁହାଯାଏ ଯେ ସେ ନିଜ କଣ୍ଟାକ୍ଟ ଲେନ୍ସକୁ ବାହାର କରିବାକୁ ଭୁଲି ଯାଇଥିଲେ ।

ଆଖିରେ ଦେଖିବା ବନ୍ଦ୍ ହୋଇଯାଇଥିଲା :-

ବାସ୍ତବରେ ଜଣେ ମହିଳାଙ୍କୁ ଆଖିରେ ଦେଖିବାକୁ ଅସୁବିଧା ଏବଂ ଯନ୍ତ୍ରଣା ହେଉଥିଲା । ଯେତେବେଳେ ଅଧିକ ସମସ୍ୟା ବଢିଲା, ସେତେବେଳେ ସେହି ମହିଳା ଡାକ୍ତରଙ୍କ ପାଖକୁ ଗଲା ଏବଂ ତାଙ୍କୁ ନିଜର ସମସ୍ୟା କହିଲେ । ଡ଼ାକ୍ତର ଚିନ୍ତା କରିବାକୁ ଲାଗିଲେ ହୁଏତ ଆଖିରେ ଲେନ୍ସର ଗୋଟିଏ ଖଣ୍ଡ ଭାଙ୍ଗି ଫସି ଯାଇଥିବ, କର୍ଣିଆରେ ସ୍କ୍ରାଚ ହୋଇଯାଇଥିବ, ସଂକ୍ରମଣ ହୋଇଥିବ କିମ୍ବା ମେକଅପର କୌଣସି ଜିନିଷ ଫସି ଯାଇଥିବ । କିନ୍ତୁ ଯେତେବେଳେ ଡାକ୍ତର ତାଙ୍କ ଆଖିକୁ ଦେଖିଲେ, ସେତେବେଳେ ଏପରି କିଛି ମିଳିଲା ନାହିଁ । କିନ୍ତୁ ଡାକ୍ତର ତୁରନ୍ତ ନିଜ ଷ୍ଟାଫଙ୍କୁ ଡକାଇ ଭିଡିଓ କରିନେଲେ, କାରଣ ଯଦି ସେ ଏହି କଥା କାହାକୁ କହିଥାନ୍ତେ, ତେବେ କେହି ବି ବିଶ୍ୱାସ କରିନଥାନ୍ତେ ।

କାର୍ଲିଫୋର୍ଣୀୟାର ଡାକ୍ତର କତେରିନା କୁର୍ତିବା ଯେଉଁ ଭିଡିଓ କରିଥିଲେ, ତାହା ଭାଇରାଲ ହୋଇଗଲା । ମହିଳା କହିଛନ୍ତି ଯେ ସେ ଗତ 30 ବର୍ଷ ହେଲାଣି କଣ୍ଟାକ୍ଟ ଲେନ୍ସ ଲଗାଉଛନ୍ତି ଏବଂ ଗତ କିଛି ସମୟ ଧରି ସେ ଶୋଇବା ପୁର୍ବରୁ କଣ୍ଟାକ୍ଟ ଲେନ୍ସ ବାହାର କରିବାକୁ ଭୁଲି ଯାଇଥିଲେ ।

ଜୀବନରେ ପ୍ରଥମଥର ଏପରି କେସ ସାମ୍ନାକୁ ଆସିଛି :-

ଡାକ୍ତର କତେରିନା କୁର୍ତିବା ଇଣ୍ଟରଭିୟୁ ସମୟରେ କହିଛନ୍ତି, ” ପେସେଣ୍ଟ ଆଖିରୁ ମୁଁ 23 ଟି କଣ୍ଟାକ୍ଟ ଲେନ୍ସ ବାହାର କଲି । ଏହା ମୋ ପାଇଁ ବିଲକୁଲ ନୂଆଁ କେସ ଥିଲା । କିନ୍ତୁ ରୋଗୀର ଦୃଷ୍ଟିଶକ୍ତି ମଧ୍ୟ ଚାଲି ଯାଇଥାନ୍ତା । ଯେତେବେଳେ କେହି ରାତିରେ ଶୋଇବା ପୁର୍ବରୁ କଣ୍ଟାକ୍ଟ ଲେନ୍ସ କାଢିବା ଭୁଲିଯାଏ, ସେତେବେଳେ ସେ ବୁଝିପାରେ ନାହିଁ ଯେ ସେ କଣ୍ଟାକ୍ଟ ଲେନ୍ସ ପିନ୍ଧିଛି । ଜଣେ ମହିଳା ଲଗାତାର 23 ଦିନ ପର୍ଯ୍ୟନ୍ତ ଲେନ୍ସ ବାହାର କରିବା ଭୁଲିଗଲେ ଏବଂ ପ୍ରତିଦିନ ସକାଳେ ଉଠି ନୂଆଁ ଲେନ୍ସ ଲଗାଇ ଚାଲିଥିଲେ ।”

odia sambada
Comments (0)
Add Comment