ତାମିଲନାଡୁର ଅରିଆଲୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ନିଜ ଦୋସ୍ତଙ୍କ ହତ୍ୟା କରିବା ଆରୋପରେ ଗିରଫ କରାଯାଇଛି|ଦୁହିଁଙ୍କ ମଧ୍ୟରେ କ୍ରିକେଟକୁ ନେଇ ଯୁକ୍ତିତର୍କ ହେଉଥିଲା ଯାହା ପରେ ଆରୋପୀ ଏସ୍ ଧର୍ମରାଜ ପି ବିଗ୍ନେଶକୁ ବ୍ୟାଟରେ ମାରି ହତ୍ୟା କରିଥିଲେ|ପି ବିଗ୍ନେଶ ରୋହିତ ଶର୍ମା ଓ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକ ଥିଲେ|ଆରୋପୀ ଏସ୍ ଧର୍ମରାଜ୍ ବିରାଟ କୋହଲି ଓ ଆରସିବିର ପ୍ରଶଂସକ ଥିଲେ|
ଏହି ଘଟଣା ୧୧ ଅକ୍ଟୋବର ମଙ୍ଗଳବାର ଯେତେବେଳେ ଧରମରାଜ ଓ ବିଘ୍ନେଶ ମଲ୍ଲୁର ପାଖରେ ସିଡକୋ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଯାଇଥିଲେ|ଦୁହେଁ ମଦ ପିଇବା ସମୟରେ କ୍ରିକେଟ ଉପରେ ଚର୍ଚ୍ଚା କରୁଥିଲେ|ଧର୍ମରାଜ ଓ ବିଗ୍ନେଶ ମୁମ୍ବାଇ ପ୍ରତି ଆଇପିଏଲ ମ୍ୟାଚ ପରେ ପାର୍ଟି କରିବା ଅଭ୍ୟାସ ଥିଲା|ସର୍ତ୍ତ ଥିଲା ହାରିବା ଦଳ ସମର୍ଥକ ପାର୍ଟି ଖର୍ଚ୍ଚ ଉଠାଇବ|
ଏହିଭଳି ମଙ୍ଗଳବାର ଦିନ ମଦ ପାର୍ଟି ହୋଇଥିଲା ଯେଉଁଥିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା|ପୋଲିସ ସୂତ୍ରରୁ ବିଘ୍ନେଶ ଆରସିବି ଓ କୋହଲିର ମଜାକ ଉଡାଇଥିଲା|ପ୍ରାରମ୍ଭିକ ଯାଞ୍ଚ ସମୟରେ ଜଣାଗଲା ଯେ ବିଗ୍ନେଶ ଧର୍ମରାଜ ବିରୁଦ୍ଧରେ ଟିପ୍ପଣୀ କରିଥିଲେ|ଧର୍ମରାଜ କଥା ଛଳରେ ହକଲାଇଟ ହୋଇଥିଲା ଫଳରେ ଵାହାରେ ମଜାକ ଉଡାଇଥିଲେ|ଏହିଦିନ ବିଗ୍ନେଶ ଆରସିବିର ତୁଳନା ଧରମରାଜ ବିରୁଦ୍ଧରେ କଠୋର ମନ୍ତବ୍ୟ ଦେଇଥିଲେ|
ବିଗ୍ନେଶ ଟିପ୍ପଣୀରେ ନାରାଜ ଧର୍ମରାଜ ତା ଉପରେ ମଦ ବୋତଲରେ ଆକ୍ରମଣ କଲା ଓ ମୁଣ୍ଡରେ କ୍ରିକେଟ ବଲରେ ପ୍ରହାର କରିଥିଲେ ଫଳରେ ମୃତ୍ୟୁ ଘଟିଥିଲା|ଘଟଣା ହେବାର ପରବର୍ତ୍ତୀ ସକାଳୁ ବିଗ୍ନେଶର ଶରୀରକୁ ଶ୍ରମିକମାନେ ଶୂନଶାନ ଜାଗାରେ ଦେଖିଲେ ଯାହା ସିଡକୋ କାରଖାନାରେ ଥିଲା|ସେମାନେ ପୋଲିସ କୂ ସୂଚନା ଦେବାରୁ ପୋଲିସ ପହଞ୍ଚିଥିଲେ|
ପୋଲିସ ଧର୍ମରାଜକୁ ଗିରଫ କରି ଜେଲ ପଠେଇଛନ୍ତି|ପୋଲିସ ଏବେ ଯାଞ୍ଚ କରୁଛି ଓ ତଦନ୍ତ ପରେ ସମସ୍ତ ରହସ୍ୟ ଖୋଲିବ ବୋଲି ଆଶା କରାଯାଉଛି|