T-20 ବିଶ୍ଵକପ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି । ବିଶ୍ୱକପରେ ବାଜିମାତ୍ କରିବାକୁ ଅଷ୍ଟ୍ରେଲିଆରେ ପହଞ୍ଚି ଟିମ୍ ଇଣ୍ଡିଆ ପ୍ରସ୍ତୁତି କରିଛି । ଏପରିକି ପ୍ରଥମ ଅଭ୍ୟାସ ମ୍ୟାଚରେ ମଧ୍ୟ ଭାରତ ବିଜୟୀ ହୋଇଛି । ଆସନ୍ତା ଅକ୍ଟୋବର 23 ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ସହ ଭାରତ ବିଶ୍ୱକପ ଅଭିଯାନ ଆରମ୍ଭ କରିବ । ତେବେ ଏହା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିରହୁସେନ ଇଣ୍ଡିଆକୁ ନେଇ ବଡ ବୟାନ ଦେଇଛନ୍ତି ।
ନାସିର କହିଛନ୍ତି ଯେ ଟିମ୍ ଇଣ୍ଡିଆରେ ଅନେକ ପ୍ରତିଭାବାନ ଖେଳାଳୀ ରହିଛନ୍ତି ଏବଂ ଟିମ୍ ଇଣ୍ଡିଆ ଅନେକ ଦ୍ୱିପାକ୍ଷିକ ସିରିଜରେ ବିଜୟୀ ମଧ୍ୟ ହୋଇଛି । କିନ୍ତୁ ବିଶ୍ୱକପ ଭଳି ଆଇସିସିର ବଡ ବଡ଼ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଡରୁଆ ଭଳି ଖେଳେ । ଯାହା ଅନେକ ସମୟରେ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଛି । ନାସିର କହିଛନ୍ତି ଆଇସିସି ଇଭେଣ୍ଟରେ ଭାରତ ସେତେଟା ସଫଳ ହୁଏନାହିଁ ।
ଟିମ୍ ଇଣ୍ଡିଆ ପାଖରେ ଆକ୍ରମଣାତ୍ମକ କ୍ରିକେଟ ଖେଳିବାର କ୍ଷମତା ଅଛି । କାରଣ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳି ଏବେ ଚମତ୍କାର ଫର୍ମରେ ରହିଛନ୍ତି | ତେବେ ଦୁଇଜଣ ଷ୍ଟାର ଖେଳାଳି ଯସପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜଡେଜା ଆହତ କାରଣରୁ ଦଳରୁ ବାଦ ପଡିବା ଟିମ ଇଣ୍ଡିଆକୁ ବଡ଼ ଝଟକା ଦେଇଛି | କିନ୍ତୁ ବିଶ୍ୱକପରେ ଭାରତକୁ ସେଇ ମାନସିକତାକୁ ନେଇ ଓହ୍ଲାଇବାକୁ ପଡିବ, ଯେଉଁ ମାନସିକତା ଦ୍ୱିପାକ୍ଷିକ ସିରିଜରେ ଦେଖିବାକୁ ମିଳିଥାଏ |
ଅନ୍ୟପଟେ ଦୀପକ ଚହର ଆହତ ହୋଇ ବିଶ୍ୱକପ ଟିମରୁ ବାଦ ପଡିବାପରେ କାହାକୁ ଦଳରେ ସାମିଲ କରାଯିବ ତାକୁ ନେଇ ସସ୍ପେନ୍ସ ଲାଗି ରହିଥିଲା | ଯାହା ଉପରୁ ଏବେ ଟିମ ଇଣ୍ଡିଆ ପରଦା ହଟାଇଛି | ମହମ୍ମଦ ସାମୀ, ମହମ୍ମଦ ଶିରାଜ ଓ ସାରଦୁଲ ଠାକୁରଙ୍କୁ ଅଷ୍ଟ୍ରେଲିଆ ଟିକେଟ ମିଳିଛି | ତେବେ ଏହି ତିନିଜଣ ଖେଳାଳିଙ୍କ ମଧ୍ୟରୁ କାହାକୁ ୧୫ ଜଣିଆ ଦଳରେ ସାମିଲ କରାଯିବ ଓ କାହାକୁ ରିଜର୍ଭ ରଖାଯିବ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ | ଅନୁଭବ ଦୃଷ୍ଟିରୁ ସ୍ୱାମୀଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମହମ୍ମଦ ଶିରାଜ ଓ ସାରଦୁଲ ଠାକୁର ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି | ତେବେ ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କାହାକୁ ସୁଯୋଗ ମିଳିବ, ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି |