ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ MLA ହେବାରୁ କିଏ କରିଥିଲେ ବଞ୍ଚିତ ?

ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ମାମଲାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଧୀରେ ଧୀରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ସାଂଘାତିକ ଷଡ଼ଯନ୍ତ୍ରର ଗୁମର ଖୋଲୁଛି । ଅର୍ଚ୍ଚନା ଏବେ ଝାରପଡା ଜେଲରେ ନ୍ୟାୟିକ ହେପାଜତରେ ଥିବାବେଳେ ଏସଡିଜେଏମ କୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି । ତେବେ ମଙ୍ଗଳବାର ସୁରକ୍ଷା ଦୃଷ୍ଟିରୁ ଭିଡିଓ କନଫରେନ୍ସିଂ ଜରିଆରେ ଅର୍ଚ୍ଚନାଙ୍କୁ କୋର୍ଟରେ ପୋଲିସ ହାଜର କରିଛି । ତେବେ ନିଜର ପକ୍ଷ ରଖିବା ପାଇଁ ଅର୍ଚ୍ଚନାଙ୍କ ଓକିଲ ଦେବାଶିଷ ମହାପାତ୍ର, କୋର୍ଟଙ୍କୁ ଅଧିକ ସମୟ ମାଗିଥିବା ସୂଚନା ମିଳିଛି ।

ସୋମବାର ଅର୍ଚ୍ଚନା ନାଗ ବିରୁଦ୍ଧରେ ନୟାପଲ୍ଲୀ ଥାନାରେ ଦିଆଯାଇଥିବା ଏତାଲାର କପି ଗଣମାଧ୍ୟମ ହାତରେ ପଡ଼ିଥିଲା । ଯେଉଁଥିରୁ ସେ କେମିତି ବ୍ଲାକମେଲ୍ କରି ଟଙ୍କା ଆଦାୟ କରୁଥିଲେ ତାହା ଜଣାପଡିଥିଲା । ତେବେ ଏହାଭିତରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଷଡ଼ଯନ୍ତ୍ର ସାମ୍ନାକୁ ଆସୁଥିବାବେଳେ ପ୍ରତିଦିନ ଘଟଣାରେ ନୂଆ ଖିଅ ଯୋଡ଼ି ହେଉଛି । ମାମଲାରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବ୍ଯବସାୟୀଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଲେଣି ସମାଜସେବୀ । ରାଜ୍ୟ ସରକାରଙ୍କ ତଦନ୍ତ ପ୍ରକ୍ରିୟା ଉପରେ ଭରଷା ନାହିଁ, ତେଣୁ ମାମଲା ସିବିଆଇକୁ ହସ୍ତାନ୍ତର କରିବାକୁ ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ଦାବି କରିଛନ୍ତି ।

କାରଣ ଏହି ମାମଲାରେ କାଉଣ୍ଟର ଏଫଆଇଆରକୁ ନେଇ ତଦନ୍ତ କରାଯାଉଥିବାରୁ ଅନେକ ପୀଡ଼ିତା ମୁହଁ ଖୋଲୁ ନାହାଁନ୍ତି କିମ୍ବା ସାମ୍ନାକୁ ଆସୁନାହାନ୍ତି। ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ ହେଲେ ମାନବ ଚାଲାଣ, ସେକ୍ସ ରାକେଟ ଓ ହନିଟ୍ରାପ ଭଳି ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ସମାଜସେବୀ କହିଛନ୍ତି ।କିନ୍ତୁ ଯେଉଁ ରାଜନେତାମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି । ବର୍ତ୍ତମାନ ସେମାନଙ୍କର ଫଟୋ ମଧ୍ୟ ଅର୍ଚ୍ଚନାଙ୍କ ସହ ଭାଇରାଲ ହେଉଛି। ବିଜେଡିର କିଛି ଟାଣୁଆ ନେତାଙ୍କ ନାଁ ସାମ୍ନାକୁ ଆସିଥିବା ବେଳେ ଏହି ଲିଷ୍ଟରେ ବିଜେପିର କିଛି ନେତା ମଧ୍ୟ ରହିଛନ୍ତି ।କାରଣ ଗତ କିଛି ଦିନ ତଳେ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁ ନାଗଙ୍କୁ ଗୁଡିମାଡ ହୋଇଥିଲା।

ସ୍ବାମୀଙ୍କୁ ଗୁଳିମାଡ ପରେ ଅର୍ଚ୍ଚନା ଏହା ବିଚାର କରିଥିଲେ ଯେ, ଯଦି ସେ ରାଜନୀତିରେ ପ୍ରବେଶ କରୁଛନ୍ତି । ତେବେ ନିଶ୍ଚିତ ଭାବରେ ଲୋକମାନଙ୍କ ସମର୍ଥନ ତ ରହିବ ଏବଂ ତାସହିତ ତାଙ୍କର କେହି ବି କିଛି କରିପାରିବେ ନାହିଁ । ଏପରିକି କୌଣସି ରାଜନେତା କି କୌଣସି ବଡ ଅଫିସର ତାଙ୍କୁ ପରବର୍ତ୍ତି ମୁହୂର୍ତ୍ତରେ ଅସୁବିଧାରେ ପକାଇ ପାରିବେ ନାହିଁ ।ଅର୍ଚ୍ଚନା ନାଗ ସେକ୍ସ ସ୍କାଣ୍ଡାଲ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ତରବରିଆ ଭାବେ ଅର୍ଚ୍ଚନା ନାଗକୁ ପୋଲିସ ଗିରଫ କରିବା ପ୍ରସଙ୍ଗକୁ ନେଇ ବିଜେପି ପ୍ରଶ୍ନ ଉଠାଇଥିବାବେଳେ କାୟା ବିସ୍ତାର ଭିତରେ କେଉଁ ନେତା,ମନ୍ତ୍ରୀ ଓ ବଡ଼ ବଡ଼ିଆଙ୍କ ସମ୍ପୃକ୍ତି ରହିଛି,ତାକୁ ପୋଲିସ ସ୍ପଷ୍ଟ କରୁନଥିବାରୁ ସଂଶୟ ବଢ଼ିଛି । ତେବେ କାହା ଛତ୍ରଛାୟା ତଳେ ଅର୍ଚ୍ଚନା ନାଗ ଏତେ ବଡ଼ କେଳେଙ୍କାରୀ କରୁଥିଲେ ତାକୁନେଇ ପ୍ରଶ୍ନ ଉଠାଇଛି ଦଳ।

odia sambada
Comments (0)
Add Comment