ପୋଲ ଉପରେ କଇଁ କଇଁ ହୋଇ କାନ୍ଦୁଛି ନନ୍ଦିନୀର ଆତ୍ମା,ମାଗୁଛି ନ୍ୟାୟ

ବର୍ତ୍ତମାନ ନନ୍ଦିନୀର ଆତ୍ମା ପୋଲ ଉପରେ କାନ୍ଦି କାନ୍ଦି ନ୍ୟାୟ ମାଗୁଛି । ମୋର ଦୋଷ କଣ୍ ଥିଲା, ମୁଁ ତ ପାଠ ପଢ଼ି ସ୍କୁଲରୁ ଘରକୁ ଫେରୁଥିଲି । ସେ ଟ୍ରକ ବାଲା କଣ ମତେ ଦେଖି ପାରିଲାନି, ମତେ ପଛ ପଟୁ ଆସି ପିଟି ଚାଲିଗଲା ଆଉ ମତେ ମୋ ଘର ଲୋକଙ୍କଠାରୁ ଦୂରେଇ ଦେଲା । ମୋ ବାପାମାଆଙ୍କ ସ୍ବପ୍ନକୁ ମୁଁ ପୁରା ମଧ୍ୟ କରିପାରିଲିନି । ହେଲେ କଣ ପାଇଁ ତାକୁ ଗିରଫ କରାଗଲା ନାହିଁ । କଣ ଆମେ ଗରିବ ପରିବାରର ବୋଲି ଏମିତି ଅନ୍ୟାୟ କରାଗଲା । ଏମିତି କିଛି କଥାକୁ ନେଇ ଏ ଦୁନିଆ ଛାଡି ଚାଲି ଯାଇଥିବା ନନ୍ଦିନୀ ଏବେ ପୁଣି ଏକ ଆତ୍ମା ହୋଇ ଫେରିଛି ।

ସନ୍ଧ୍ୟା ହେଲେ ଯେଉଁଠାରେ ତାଙ୍କର ମୃତ୍ୟୁ ହୋଇଥିଲା, ସେଠାରେ ବସି କଇଁ କଇଁ ହୋଇ କାନ୍ଦୁଛି । ସୂର୍ଯ୍ୟ ଅସ୍ତ ହେଲେ ନନ୍ଦିନୀର କାନ୍ଦ ସୁଭୁଛି । କାନ୍ଦି କାନ୍ଦି ଲୋକଙ୍କୁ ଜଣାଇ ଦେଉଛି ଯେ ତା ଆତ୍ମାକୁ ଶାନ୍ତି ମିଳିନି । କାରଣ ତା ସହ ଅନ୍ୟାୟ ହୋଇଛି । ଏମିତି କଥା ଆମେ କହୁନୁ ବରଂ ନିମାପଡ଼ା ଅଞ୍ଚଳର ସେହି ଗାଁ ଲୋକେ କହୁଛନ୍ତି । ଖବର ମୁତାବକ ଦେନୁଅବସ୍ତ ଗାଁର ନନ୍ଦିନୀ ଦେନୁଓ ସ୍କୁଲରେ ପଢୁଥିଲେ । ଚଳିତ ବର୍ଷ ମେ ମାସ 10 ତାରିଖରେ ସାଙ୍ଗମାନଙ୍କ ସହ ସ୍କୁଲରୁ ଫେରୁଥିବା ବେଳେ ପଛପଟୁ ଏକ ଟ୍ରକ୍ ଆସି ନନ୍ଦିନୀକୁ ଧକ୍କା ଦେଇଥିଲା । ଆଉ ଘଟଣାସ୍ଥଳରେ ହିଁ ନନ୍ଦିନୀଙ୍କ ମୃତ୍ୟୁ ହୋଇଯାଇଥିଲା ।

ଶବ ବ୍ୟବଚ୍ଛେଦ ପରେ ଗାଁ ଶ୍ମଶାନରେ ନନ୍ଦିନୀର ଅନ୍ତିମ ସଂସ୍କାର ହୋଇଥିଲା । ଆଉ ସେହି ଦିନଠାରୁ ନନ୍ଦିନୀର କାନ୍ଦର ସ୍ୱର ଶୁଭୁଛି । କେତେବେଳେ ଶ୍ମଶାନରେ ତ୍ ଆଉ କେତେବେଳେ ରାସ୍ତା ଉପରେ ବସି ନନ୍ଦିନୀର ଆତ୍ମା କାନ୍ଦୁଛି । ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କ କହିବା କଥା ହେଉଛି ଯେ ନନ୍ଦିନୀ ସହ ଅନ୍ୟାୟ ହୋଇଛି । ଟ୍ରକ୍ ଡ୍ରାଇଭର ଗିରଫ ହେଲାନି କି ନନ୍ଦିନୀଙ୍କ ପରିବାରକୁ ଆର୍ଥିକ ସହାୟତା ମଧ୍ୟ ମିଳିଲାନି ।

ତହସିଲଦାର ଆସି ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଦେବାକୁ କହିଥିଲେ, କିନ୍ତୁ ଏପର୍ଯ୍ୟନ୍ତ ତାହା ମିଲିପାରିଲା ନାହିଁ । ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ ଟଙ୍କା ମିଳିପାରିଲା ନାହିଁ । ସବୁ ଟଙ୍କା ଉପର ବାବୁମାନେ ହଡ଼ପ କରିନେଇଥିବା ନନ୍ଦିନୀଙ୍କ ଜେଜେବାପା ଅଭିଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମାଧାନ ହୋଇପାରିଲା ନାହିଁ । ନନ୍ଦିନୀ କାନ୍ଦୁଥିବା କଥା କେତେ ସତ ତାହା ସମୟ କହିବ । କିନ୍ତୁ ଦେଖିବାକୁ ବାକି ରହିଲା ନନ୍ଦିନୀକୁ କେବେ ନ୍ୟାୟ ମିଳିବ ।

odia sambada
Comments (0)
Add Comment