ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ବିଶାଳ କଳା ସାମ୍ରାଜ୍ୟ ଛିଡ଼ା ହେବା ପଛରେ ଆଉ କିଛି ଷ୍ଟାରଙ୍କ ହାତ ଥିବା ଏବେ ଜଣାପଡ଼ୁଛି । କାରଣ ଦିନ ଯେତେ ଗଡୁଛି, ଗୋଟିଏ ପରେ ଗୋଟିଏ ଗୁମର ଫିଟିବାରେ ଲାଗିଛି । ଆଉ ଏବେ ଜଣେ ହାସ୍ୟ ଅଭିନେତାଙ୍କ ନାମ ସାମ୍ନାକୁ ଆସିଛି । ତେବେ ସେହି ହାସ୍ୟ ଅଭିନେତା କିଏ ? ଯାହାଙ୍କ ସହ ଅର୍ଚ୍ଚନାଙ୍କର ସମ୍ପର୍କ ଗଢ଼ି ଉଠିଥିଲା ।
ବିଉଟି ପାର୍ଲରରେ କାମ କରୁଥିବା ବେଳେ ଜଣେ ଚଳଚ୍ଚିତ୍ର ପ୍ରଯୋଜକଙ୍କ ସହ ହଠାତ୍ ଅର୍ଚ୍ଚନାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଆଉ ତାପରେ ଲେଜର ଚିକିତ୍ସା କରି ନିଜ ସୁନ୍ଦରୀ କରିଥିଲେ । ଆଉ ତାପରେ ଦେହ ବେପାର ଆରମ୍ଭ କରିଦେଇଥିଲେ । କୁହାଯାଉଛି ଯେ ସେହି ପ୍ରଯୋଜକଙ୍କ ବାସଭବନ ରଙ୍ଗଶାଳା ପାଲଟି ଯାଇଥିଲା ଏବଂ ଯାବତୀୟ କଳା କାରନାମାର ମଞ୍ଜି ସେଇଠୁ ହିଁ ପୋତା ହୋଇଥିଲା ।
ରାକେଟର ମୁଖ୍ୟ ବ୍ୟକ୍ତି ହୋଇ ପ୍ରଯୋଜକ ଗୋଟି ଚାଳନା କରୁଥିଲେ । ଆଉ ତାଙ୍କ ସହ ଥିଲେ ଜଣେ ହାସ୍ୟ ଅଭିନେତା ଆଉ ତାଙ୍କ ସହଯୋଗୀ । ତେବେ ହାସ୍ୟ ଅଭିନେତା ଜଣକ କିଏ ? କିଏ ତାଙ୍କ ସହଯୋଗୀ ଥିଲେ ? ତାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ତାଙ୍କ ନିର୍ଦ୍ଦେଶରେ ଅର୍ଚ୍ଚନା ନିର୍ଦ୍ଦିଷ୍ଟ ଲୋକଙ୍କୁ ସୋସିଆଲ ମିଡିଆରେ ମିଠା ମିଠା କଥା କହି ଫସାଉଥିଲେ । ଆଉ ବିଶ୍ୱାସ ଜିତି ସେମାନଙ୍କ ସହ ସମ୍ପର୍କ ସ୍ଥାପନ କରୁଥିଲେ । ଆଉ ଅନ୍ତରଙ୍ଗ ମୁହୂର୍ତ୍ତ ଗୁଡ଼ିକୁ ଭିଡିଓ କରି ବ୍ଲାକମେଲ କରୁଥିଲେ । ଟଙ୍କା ନଦେଲେ ଭିଡିଓ ଭାଇରାଲ ସହ ଦୁଷ୍କର୍ମ ମାମଲାରେ ମଧ୍ୟ ଛନ୍ଦି ଦେବେ ବୋଲି ଅର୍ଚ୍ଚନା ଧମକ ଦେଉଥିଲେ ।
ତେଣୁ ଲୋକ ଲଜ୍ଜ୍ୟାକୁ ଡରି ସେମାନେ ଅର୍ଚ୍ଚନା ପାଖରେ ଲକ୍ଷ ଲକ୍ଷ ଟଙ୍କା ଅଜାଡ଼ି ଦେଉଥିଲେ । ଆଉ ଏଭଳି ଭାବରେ ତାଙ୍କର ରାକେଟ ଚାଲୁଥିବା ବେଳେ ହଠାତ୍ ସଂପୃକ୍ତ ଅଭିନେତାଙ୍କ ନାମରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ପୋଲିସ ତାଙ୍କୁ ଗିରଫ ମଧ୍ୟ କରିଥିଲା । ତାଙ୍କ ଗିରଫ ପରେ ପୁରା ଦେହ ବ୍ୟବସାୟ କ୍ଷେତ୍ରରେ ହଇଚଇ ଦୃଷ୍ଟି ହୋଇଥିଲା । ଦେହ ବ୍ୟବସାୟର ଗୁମର ପଦାକୁ ଆସିବା ଭୟରେ ସବୁକିଛି ତାଲା ପଡ଼ି ଯାଇଥିଲା ।
ଆଉ ଏହାପରେ ଉକ୍ତ ପ୍ରଯୋଜକ ଓ ହାସ୍ୟ ଅଭିନେତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଆଉ ତାପରେ ସେହି ହାସ୍ୟ ଅଭିନେତାଙ୍କ ଈଶାରାରେ ଅର୍ଚ୍ଚନା ପ୍ରଯୋଜକଙ୍କ ନାମରେ ଅଭିଯୋଗ ଆଣିଥିଲେ । ତେଣୁ ବାଧ୍ୟ ହୋଇ ଏହି ପ୍ରଯୋଜକ ଅର୍ଚ୍ଚନାଙ୍କ ସହ ସାଲିସ କରିଥିଲେ । ଟଙ୍କା ବି ଦେଇଥିଲେ । ତେବେ ଏସବୁ ମଧ୍ୟରେ ସେହି ହାସ୍ୟ ଅଭିନେତା କିଏ ? ଯାହାକୁ ସାଧାରଣ ଲୋକେ ଖୋଜୁଛନ୍ତି ।