ପୋଲିସ ବୁଲ୍ଡୋଜର ବୁଲେଇବ ଅର୍ଚ୍ଚନା ଙ୍କ ଘରେ,ତାର ଏହି ବିଶାଳ ରଙ୍ଗଶାଳା ଓରଫ ବେଶ୍ୟାଳୟ ମାଟିରେ ମିଶିଯିବ|ଖାଲି ଭୁବନେଶ୍ୱର ଏହି ଘରେ ନୁହେଁ କେସିଙ୍ଗାରେ ଥିବା ପୈତୃକ ଘର ଉପରେ ବି ବୁଲ୍ଡୋଜର ବୁଲିବ|ଏକଥା ଆପଣ ଲେଖି ରଖନ୍ତୁ କାରଣ ଯେତିକି ପ୍ରମାଣ ଯୋଗାଡ ହେଲାଣି ତା ବିରୁଦ୍ଧରେ ଏଥିରେ ପୋଲିସ ନିଶ୍ଚିତ ଆକ୍ସନ ନେବ|ସବୁଠାରୁ ବଡ କଥା ଯେଉଁଭଳି ଭାବେ ଅର୍ଚ୍ଚନା ଯେଉଁ ବେଆଇନ ନିର୍ମାଣ କରିଛନ୍ତି ତାର ଏବେ ଖୋଳତାଡ଼ ଆରମ୍ଭ ହେଲାଣି|
ତାର ବେଆଇନ ଆର୍ଥିକ କାରବାର ନେଇ ପୋଲିସ ମଧ୍ୟ ସୁରାକ ପାଇ ସାରିଛି|ଅନ୍ୟପକ୍ଷରେ କେସିଙ୍ଗାରେ ସରକାରୀ ଜମି ଉପରେ ଥିବା ଘର ଉପରେ ବୁଲ୍ଡୋଜର ବାଜିବ ଓ ମାଟିରେ ମିଶିବ|ଧୂଳିସାତ ହୋଇଯିବ ଏହି କଳା ସାମ୍ରାଜ୍ୟ|ଯେଉଁ କଳା ସାମ୍ରାଜ୍ୟକୁ କରିବାକୁ ଅର୍ଚ୍ଚନା କୁ ସାତବର୍ଷ ଲାଗିଥିଲା ତାହା କିଛି ସମୟରେ ଧୂଳିରେ ମିଶିବ|ଏହା ପୂର୍ବରୁ ଏଭଳି ବିଭିନ୍ନ ପ୍ରତିଷ୍ଠାନକୁ ଧୂଳିରେ ମିଶାଇଛି କମିଶନରେଟ ପୋଲିସ|ଏଭଳି ଲୋକମାନଙ୍କ ପାଇଁ ଏଭଳି ହେବା ଉଚିତ୍ ଯେଉଁମାନେ ଝିଅଙ୍କୁ ଖରାପ ରାସ୍ତାରେ ନେଇ ବେଶ୍ୟାବୃତିରେ ନିୟୋଜିତ କରୁଛନ୍ତି|
ଏହା ପଛରେ ପୋଲିସର ମହତ ଉଦ୍ଦେଶ୍ୟ ରହିଛି|ପୋଲିସ ଆପଣ ଉଛି ଜିରୋ ଟଲୋରେନ୍ସ ନୀତି|ଏଭଳି ଅପରାଧୀଙ୍କ ପାଇଁ କେବଳ ଗୋଟିଏ ସଜା ତାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଓ ଆର୍ଥିକ ନେଟୱର୍କ ମାଟିରେ ମିଶେଇ ଦବା|ଯାହା ସବୁ ଠିଆ କରିବାକୁ ଏତେ ସମୟ ଲାଗିଛି ତାକୁ ମୂଳରୁ ବିନାଶ କରିବା ଏହାର ଲକ୍ଷ୍ୟ|ଅର୍ଚ୍ଚନା ଙ୍କ ଭାଉ ବଢ଼ିଯାଇଥିଲା ଯେତେବେଳେ ତହସିଲଦାର ତାଙ୍କ କେସିଙ୍ଗା ପୈତୃକ ଘର ଭାଙ୍ଗିବାକୁ ପହଞ୍ଚି ଥିଲେ|ଏହାପରେ ଗୋଟିଏ ଫୋନ ଆସିଥିଲା ଯେଉଁଥିରେ ଥରହର ହୋଇ ଫେରି ଆସିଥିଲେ କେସିଙ୍ଗା ତହସିଲଦାର ଓ ତାଙ୍କ ଘର ଭଙ୍ଗା ଯାଇ ପାରି ନଥିଲା|
ଏସବୁ ପଦାକୁ ଆସିବା ପରେ ତାଙ୍କ ଗୋଟିଏ ପରେ ଗୋଟିଏ ସବୁ ଗୁମର ଫିଟିବାରେ ଲାଗିଛି|କୁହାଯାଏ ସିଷ୍ଟମରେ ଯେତିକି ଭଲ ସେତିକି ଖରାପ ଅଛନ୍ତି ଏହାର ଅର୍ଥ ନୁହେଁ ଜାଣିଶୁଣି ପ୍ରଶ୍ରୟ ଦେବା|ଏହା ପୂର୍ବରୁ ବସ୍ତିରେ ନିଶା ବେପାର କରୁଥିବା ଅପରାଧୀଙ୍କ ଘରେ ବୁଲ୍ଡୋଜର ବୁଲିଛି|ଅପରାଧୀ ଯେତେବେଳେ ହେଲେ ଧରାପଡେ ଠିକ୍ ଏଭଳି ଘଟିଛି ଅର୍ଚ୍ଚନା କ୍ଷେତ୍ରରେ ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ