ଏତେ ଦିନର ଅପେକ୍ଷାର ଅନ୍ତ,ଆସୁଛି ଦିନେଶ,ଖୁସିରେ ଦୀପିକା …..

ତେବେ ପ୍ରଥମେ ସୌମ୍ୟ ଓ ସୋନାଲି ଙ୍କ ଯୋଡ଼ି ବର୍ତ୍ତମାନ ଦୀପିକା ଓ ଦିନେଶ । ସୋନାଲି ସୌମ୍ୟ ଙ୍କ ପାଇଁ ଘର ଆଗରେ ଧାରଣା ଦେଇ ସ୍ବାମୀ ଙ୍କୁ ଶେଷ ରେ ଜିତି ଥିଲେ । ଆଜି ମଧ୍ୟ ଦୀପିକା ସ୍ବାମୀ ଙ୍କୁ ଜିତିବ । ପ୍ରତାରଣା ଏକ ଏପରି ଶବ୍ଦ ଯାହା ସମ୍ପର୍କ ଭାଙ୍ଗି ଦେଇ ଥାଏ । ଏହି ସମାଜରେ ପ୍ରେମ ସଂପର୍କ ର ମୂଲ୍ୟ ଅତ୍ୟନ୍ତ ସାଙ୍ଘାତିକ ଅବସ୍ଥାରେ ପହଞ୍ଚିଲାଣି । ଏହି ପ୍ରେମ ଘଟଣାକୁ ନେଇ ବିବିଧ ଘଟଣା ସବୁ ଦେଖିବାକୁ ମିଳୁଛି । ଯାହାକି ବର୍ତ୍ତମାନ ସମାଜ ପାଇଁ ଅତ୍ୟନ୍ତ ନିନ୍ଦନୀୟ ତଥା ହାସ୍ୟାସ୍ପଦ ଜନକ ଘଟଣା ଅଟେ । ଆଜିକାଲି ଅଧିକାଂଶ ଯୁବକ ଯୁବତୀ ପ୍ରେମ ସମ୍ପର୍କରେ ବାନ୍ଧି ହେଉଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ମାରାତ୍ମକ ରୂପ ଧାରଣ କରୁଛି ।

କୌଣସି ସମ୍ପର୍କ ରେ ବିଶ୍ୱାସ ରହିବା ଅତ୍ୟନ୍ତ ଆବଶ୍ୟକ । ବିବାହ ହେଉ କିମ୍ବା ପ୍ରେମ ବିଶ୍ୱାସ ହେଉଛି ସମ୍ପର୍କ ର ମୂଳ ଲକ୍ଷ୍ୟ । ମାତ୍ର ଆଜିର ଦୁନିଆ ଏପରି କିଛି ଘଟଣା ଘଟୁଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବିଶ୍ୱାସ ଭାଙ୍ଗିଲେ ସମ୍ପର୍କ ଭାଙ୍ଗିଥାଏ । ତେବେ ଆଜିକାଲିର ଦୁନିଆରେ ପ୍ରେମର ମାନେ କିଛି ଅଲଗା । ଜଣଙ୍କୁ ଭଲ ପାଇ ତାଙ୍କୁ ଛାଡି ଆଉ ଜଣଙ୍କୁ ଭଲ ପାଉଛନ୍ତି । ବିବାହ ପରେ ମଧ୍ୟ ବିଶ୍ଵାସ ଭାଙ୍ଗିବାକୁ ପଛାଉ ନାହି ଆଜିର ମଣିଷ । ବିବାହ ପରେ ପର ପୁରୁଷ ଙ୍କ ସହିତ ପ୍ରେମ ସମ୍ପର୍କ ରଖୁଛନ୍ତି । ଦୀପିକା ସ୍ବାମୀ ଦିନେଶକୁ ପାଇବା ପାଇଁ ଅନେକ କଷ୍ଟ କରିଛି । ଆଜି ସେହି ପ୍ରତୀକ୍ଷାର ଅନ୍ତ ଘଟିଛି ।

ଏତେ ଦିନ ର ସଂଘର୍ଷ ର ଆଜି ଶେଷ ହେବ । ଦୀପିକା ଓ ଦିନେଶ ଏକାଠି ହେବେ । ଏକାଠି ହେବ ଦୁଇଟି ଆତ୍ମା ଓ ଦୁଇଟି ଶରୀର । ସେଥିପାଇଁ ଗଞ୍ଜାମରୁ ଆସିଛନ୍ତି ଦୀପିକା । ପୁଅ ମଧ୍ୟ ଆସିଛି । ଆଉ ପୁଅକୁ ଦେଖିବାକୁ ବାପା ମଧ୍ୟ ଆସିଛି । ଦ୍ଵିତୀୟ ଥର ପାଇଁ ମହିଳା କମିଶନରେ ହାଜିର୍ ହୋଇଛନ୍ତି କେ ଦୀପିକା । ଦୀପିକାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ କମିଶନର ପାଖରେ ହାଜର ହୋଇଛନ୍ତି । ପୁଅର ଆଧାର କାର୍ଡ ହେବ । ବାପାଙ୍କ ନାମ ପଡ଼ିବ । ସବୁ ରାଗ ଋଷକୁ ଭୁଲି ଦିନେଶ ଅପନେଇବେ ଦୀପିକାଙ୍କୁ ।

odia sambada
Comments (0)
Add Comment