ଡିଜିଟାଲ ଫଳରେ ଦୁନିଆ ଆରାମଦାୟକ ଲାଗେ|ହ୍ୱଟ୍ସ୍ଆପ ଚାଟିଙ୍ଗ ଠାରୁ ଅନଲାଇନ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ସବୁ ଜିନିଷ ସହଜରେ ହୋଇଥାଏ|ଏହାର ନୁକସାନ ମଧ୍ୟ ରହିଛି|ଅନଲାଇନ ଫ୍ରଡର ଶିକାର ସେଇମାନେ ହୋଇଥାନ୍ତି ଯେଉଁମାନେ ଏହା ସହ ନୂଆ ଓ ତାଙ୍କୁ ଏ ସମ୍ପର୍କରେ ଜଣା ନଥାଏ|ଏଭଳି ଏକ ଫ୍ରଡ ହେଉଛି କେବିସି ଲଟେରୀରର ମଧ୍ୟ|
କେବିସି ନାମରେ ଠକ ବହୁ ଦିନରୁ ପ୍ରଚଳିତ|ନିଜେ ଅମିତାଭ ବଚ୍ଚନ ଏହାକୁ ନେଇ ଜାଗରୁକ କରିଛନ୍ତି|ତଥାପି ଲୋକେ ଏହାର ଶିକାର ବନି ଯାଇଥାନ୍ତି|ନିକଟରେ ଏହି ମାମଲାର ଟୁଇଷ୍ଟ ସେତେବେଳେ ଆସିଲା ଯେତେବେଳେ ସେ ଅଜାଣତରେ ଗୋଟିଏ ପୋଲିସ ବାଲାକୁ ଠକିଲା|ପୁଣି ଯାହା ହେଲା ଦେଖିଲେ ମଜା ଆସିବ|
ସୂଚନାଯୋଗ୍ୟ ଭଗବତ ପ୍ରସାଦ ପାଣ୍ଡେୟ ମଧ୍ୟପ୍ରଦେଶର ପୋଲିସରେ ଏସ୍ଆଇ ଭାବେ କାର୍ଯ୍ୟରତ|ସେ ସୋସିଆଲ ମିଡିଆରେ ଲୋକପ୍ରିୟ ଓ ୟୁଟ୍ୟୁବରେ ତାଙ୍କର ୭ ଲକ୍ଷ ସବସ୍କ୍ରାଇଵର ରହିଛି|ଫେସବୁକରେ ୨ ଲକ୍ଷ ଓ ଇନଷ୍ଟାଗ୍ରାମରେ ୬୦ ହଜାର ଫୋଲୋୟର ଅଛନ୍ତି|ସେ ଜନତାକୁ ଜାଗରୁକତା ପାଇଁ ଭିଡିଓ ବନାଇଥାନ୍ତି|
ନିକଟରେ ସେ କେବସିରେ ଲଟେରୀ ଲାଗିଥିବା ନାଁରେ ଜଣେ ବ୍ୟକ୍ତିଙ୍କ ଫ୍ରଡ କଲର ପୋଲ ଖୋଲିଛନ୍ତି|ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା ଯେଉଁଥିରେ ଲେଖାଥିଲା ସେ କେବିସିରେ ୨୫ ଲକ୍ଷ ଜିତିଛନ୍ତି|ଏହାପରେ ସେ ବ୍ୟାଙ୍କ ପାସବୁକ କୁ ୱଟ୍ସ୍ଆପରେ ପଠେଇବାକୁ କହିଲା|ଏଥିରେ ଭାଗବତ ପ୍ରସାଦ ବହୁ ମଜା ନେଲେ|
ଫ୍ରଡ କରୁଥିବା ବ୍ୟକ୍ତି କେବିସିରେ ଜିତିଥିବା ଏମାଉଣ୍ଟ ଦେବାପାଇଁ ତାଙ୍କ ବ୍ୟାଙ୍କ ଡିଟେଲ ନେବାପାଇଁ ପ୍ରୟାସ କରୁଥିଲା|ସେ ଜାଣିନଥିଲା ଯେ ଏହା ଗୋଟିଏ ପୋଲିସବାଲାର ନମ୍ବର|ଏସ୍ଆଇ ଫ୍ରଡ ଲୋକ ସହ ମଜା ନେଉଥିଲେ|ଏଥିରେ ସେ ଶେଷରେ କିଛି ବହସ କରି ଫୋନ କାଟିଦେଲେ|
ଏହି ଭିଡିଓ ବନାଇବାର ମୁଖ୍ୟ ଉଦ୍ଦେଶ୍ୟ ଲୋକମାନଙ୍କୁ ସଚେତନ କରିବା|ଏହାକୁ ବହୁଲୋକ ପସନ୍ଦ କରୁଛନ୍ତି|ଲୋକମାନେ ଅନଲାଇନ କ୍ରାଇମ ଉପରେ ଚିନ୍ତିତ ହେଉଛନ୍ତି|