ଦିନ ଥିଲା ଅନୁଭବ ଏବଂ ବର୍ଷା ଶିଖାଇ ଦେଉଥିଲେ ଯେ ସମଥିଙ୍ଗ ସମଥିଙ୍ଗ କିପରି ହୁଏ । ଗୋଟିଏ ଶୁଆ ଆଉ ଗୋଟିଏ ସାରୀ ହୋଇ ଗୋଟିଏ ସୁନ୍ଦର୍ ନୀଡ଼ ଭିତରେ କେମିତି ଜୀବନ ଜିଇଁବାକୁ ହୁଏ । ଆଜ୍ଞା ହଁ, ସେ ନିଡ଼ ଅଛି, ସେ ଶୁଆ ସାରି ମଧ୍ୟ ଅଛନ୍ତି, କିନ୍ତୁ ଉଭୟଙ୍କ ମଧ୍ୟରେ ଆଉ ମନ ମିଶୁନି । ଉଭୟଙ୍କ ମଧ୍ୟରେ କୁଆଡେ ମନାନ୍ତର ସୃଷ୍ଟି ହୋଇଛି । ଶୁଣିବାକୁ ମିଳୁଛି ଯେ ଆଉ ଏ ସମସ୍ୟାର ସମାଧାନ କେବେ ବି ହେବନି । ଆଉ ଲୋକେ କେବେ ଉଭୟଙ୍କୁ ରୂପେଲି ପରଦାରେ ଦେଖିବାକୁ ପାଇବେନି । ଆଉ କେବେ ବି ବର୍ଷା ଅନୁଭବଙ୍କ ହାତ ଧରି ବାଟ ଚାଲିବେନି ।
ଆସନ୍ତା 17 ତାରିଖରେ ହୁଏତ ସବୁକିଛି ଶେଷ ହୋଇଯାଇପାରେ, କାରଣ ଆସନ୍ତା 17 ତାରିଖରେ ବର୍ଷା ଏବଂ ଅନୁଭବ ହୁଏତ ଅଲଗା ଅଲଗା ବାଟ ବାଛି ନେଇପାରନ୍ତି । ଆଜ୍ଞା ହଁ, ଆଜି ଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା ଏବଂ ଅନୁଭବ ପରିବାର ଅଦାଲତରେ ହାଜର ହୋଇଥିଲେ । କିନ୍ତୁ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆଜି ଜେରା କରିପାରି ନାହାନ୍ତି । ବରଂ ତାଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ପିଟିସନ ଉପରେ କୋର୍ଟ ଶୁଣାଣି କରନ୍ତୁ ବୋଲି ଆଜି ବର୍ଷାଙ୍କ ତରଫରୁ ଆବେଦନ କରାଯାଇଥିଲା । ଯାହାକୁ ପରିବାର ଅଦାଲତ ଅଗ୍ରାହ୍ୟ କରି ଦେଇଛନ୍ତି ।
ତେବେ ସାକ୍ଷ୍ୟ ଗ୍ରହଣ ପାଇଁ ବର୍ଷାଙ୍କ ପକ୍ଷରୁ ଦାଖଲ କେତେକ ଦସ୍ତାବିଜର କପି ଅନୁଭବଙ୍କ ପାଖକୁ ଦିଆଯାଇନଥିଲା । ତେବେ ସବୁ ସାର୍ଟିଫିକେଟର କପି ଅନୁଭବଙ୍କୁ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଆସନ୍ତା ସପ୍ତାହରେ ଶୁଣାଣି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଠି କହିରଖିବାକୁ ଚାହିଁବୁ ଯେ ବାରମ୍ବାର କୋର୍ଟର ସମୟ ନଷ୍ଟ ହେଉଥିବାରୁ କୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା 17 ତାରିଖ ସୁଦ୍ଧା ସମସ୍ତ ଆବଶ୍ୟକୀୟ ଦସ୍ତାବିଜ୍ ଅନୁଭବଙ୍କୁ ଦେବା ପାଇଁ ବର୍ଷାଙ୍କୁ ପୁଣି ନିର୍ଦ୍ଦେଶ ଦେଇଛନ୍ତି । ଆଉ ଏସବୁକୁ ଦେଖିଲେ ଲାଗୁଛି ଯେ ଆସନ୍ତା 17 ତାରିଖରେ ହିଁ ମାମଲାର ଚୁଡାନ୍ତ ନିଷ୍ପତ୍ତି ଆସିପାରେ ।