ତେବେ ବନ୍ଧୁଗଣ ବର୍ତମାନ ସମୟରେ ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ନିଜ ଫାଶରେ ଫସାଇ ଥିଲେ ବହୁ ରାଜନେତା, ବଡ଼ ବ୍ୟବସାୟୀ, ସିନେ ପ୍ରଯୋଜକ ଏଭଳି ଅନେକଙ୍କୁ । ୧୦ ରୁ ଉର୍ଦ୍ଧ୍ବ ଯୁବତୀଙ୍କୁ ବ୍ଲାକମେଲ କରି କାମରେ ଲଗାଉଥିଲେ । ଟାର୍ଗେଟରେ ଥିବା ବ୍ୟକ୍ତି ଫସିଗଲା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରୁଥିଲେ । ତାପରେ ଆରମ୍ଭ ହେଉଥିଲା ତାଙ୍କ କାରନାମା ।
ଦୁର୍ବଳ ମୁହୂର୍ତ୍ତର ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକାଇ କରୁଥିଲେ କୋଟି କୋଟି ଟଙ୍କା ରୋଜଗାର । ସାମାଜିକ ସମ୍ମାନ ଚାଲିଯିବା ଭୟରେ ପ୍ରତିପତ୍ତି ଲୋକଟି ଟଙ୍କା ଦେବାକୁ ବାଧ୍ୟ ହେଉଛି । ବ୍ଲାକମେଲ କରିବା ଏକ ଅପରାଧ । ଆଖିଦୃଶିଆ ରୋଜଗାର ନ ଥାଇ କୋଟି କୋଟି ଟଙ୍କାର ସମ୍ପତ୍ତି କରିଛନ୍ତି ଅର୍ଚ୍ଚନା ନାଗ । ରେଞ୍ଜରୋଭର, ଥର ଭଳି ଗାଡି ଚଢୁଥିଲା ବେଳେ ଆଲିସାନ ବଙ୍ଗଳା ଓ ଫାର୍ମ ହାଉସରେ ଘୋଡା ରଖିଥିଲେ । ତେବେ ଏବେ ଅର୍ଚ୍ଚନାଙ୍କୁ ନେଇ ଆଉ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିଛି ଆସନ୍ତୁ ଜାଣିବା ।
ଆଉ ଅନ୍ୟପଟେ ପୋଲିସ୍ ଅର୍ଚ୍ଚନାଙ୍କ ବିଷୟରେ ଯେତେ ଖୋଳତାଡ଼ କରୁଛି ସେତେ ବଡ଼ ବଡ଼ିଆଙ୍କ ଲିଙ୍କ ସାମ୍ନାକୁ ଆସୁଛି । ଧୀରେ ଧୀରେ ଖୋଲୁଛି ଅର୍ଚନାଙ୍କ ଗୁମର ପେଡ଼ି । ଯେଉଁଥିରୁ କେହି ହେଲେ ମଧ୍ୟ ବାଦ୍ ପଡ଼ି ନାହାନ୍ତି । ଏହାରି ମଧ୍ୟରେ ବ୍ଲାକମେଲିଂର କୁଇନ୍ କୁହା ଯାଉଥିବା ଏହି ଅର୍ଚନା ନାଗର ପାପ ସାମ୍ରାଜ୍ୟର ନୂଆ ନୂଆ ଅଧ୍ୟାୟ ସାମ୍ନାକୁ ଆସୁଛି । ତେବେ ବନ୍ଧୁଗଣ ଏବେ ପୁଣି ଜାଣିବାକୁ ମିଳୁଛି ଯେ ଖଗା ସହ ମିଶି ଖେଳ କରୁଥିଲେ ଦୁହେଁ ଅର୍ଚ୍ଚନା ଏବଂ ତାଙ୍କ ସ୍ଵାମୀ ଜଗବନ୍ଧୁ ।
ତେବେ କିଏ ଏହି ଖଗା ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ଏବେ ସୃଷ୍ଟି ହେଉଛି । ତେବେ ଖଗା ଓରଫ୍ ଖଗେଶ୍ବର ନାଆଁରେ ଜଣେ ଯୁବତୀଙ୍କ ଅଭିଯୋଗ ଆସିଛି । ତେବେ ଖଗେଶ୍ବର ଘର ହେଉଛି କଟକ ସଦର ନିଆଳି ଅଞ୍ଚଳରେ । ପୋଲିସ୍ ଖଗାକୁ ଖୋଜୁଥିବା ବେଳେ ସେ ଏବେ ଫେରାର ଅଛି । ଅର୍ଚ୍ଚନା ଆଉ ତାଙ୍କ ସ୍ଵାମୀ ଜଗବନ୍ଧୁ ସହ ଖଗେଶ୍ବର ନାଆଁ ମଧ୍ୟ ଯୋଡ଼ି ହେଇଅଛି । କିନ୍ତୁ ଶୁଣିବାକୁ ମିଳୁଛି ଯେ ୫ଦିନ ପୁର୍ବରୁ ଖଗାକୁ ପୋଲିସ୍ ପଚରାଉଚରା କରୁଥିଲା ଆଉ ଆଜି ହଠାତ୍ ଫେରାର ହୋଇଗଲା କିପରି ତାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।