ୱାର୍ମ ଅପ୍ ମ୍ୟାଚ୍ ବଢ଼ାଇଲା ଭାରତର ଚିନ୍ତା : ଦୀନେଶ କାର୍ତ୍ତିକ, ରୋହିତ ଶର୍ମା ଏବଂ ହର୍ଷଲ ପଟେଲଙ୍କ ନିରାଶଜନକ ଫର୍ମ….

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨-୧ ରେ ଭାରତ ସିରିଜ ଜିତିବା ପରେ ଟି-୨୦ ବିଶ୍ୱକପ ପାଇଁ ଭାରତ ଆରମ୍ଭ କରିଦେଇଛି ପ୍ରସ୍ତୁତି । ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରକୁ ଟି-୨୦ ବିଶ୍ୱକପ ହେବାର ଅଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ନିଜର ଅଭିଯାନ ୨୩ ଅକ୍ଟୋବରକୁ ଆରମ୍ଭ କରିବାର ଅଛି । ୨୩ ଅକ୍ଟୋବରରେ ଭାରତ ଏବଂ ପାକିସ୍ତାନର ମ୍ୟାଚ ହେବାର ଅଛି । ହେଲେ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଟିମ ଇଣ୍ଡିଆ କେତେକ ୱାର୍ମ ଅପ ମ୍ୟାଚ ଖେଳିବାର ଅଛି ।

ତେବେ ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ ପଶ୍ଚିମ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ପ୍ରଥମ ୱାର୍ମ ଅପ୍ ମ୍ୟାଚ୍ ଖେଳିଥିଲା । ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ ୧୩ ରନ୍ ରେ ଜିତିଛି । କିନ୍ତୁ ଏଥିରେ ରୋହିତ ଶର୍ମାଙ୍କୁ ପୁଣି ଥରେ ବାମହାତୀ ପେସର ବିରୁଦ୍ଧରେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଯାହାକି ଟିମ୍ ଇଣ୍ଡିଆ ପାଇଁ ଏହା ଏକ ବଡ଼ ଚିନ୍ତାର ବିଷୟ । ଅନ୍ୟପକ୍ଷରେ କିଛି ସମୟ ପାଇଁ କ୍ରମାଗତ ଭାବେ ଫ୍ଲପ୍ କରୁଥିବା ବୋଲର ମାନଙ୍କୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି ସମସ୍ତେ । ଭାରତ ପରିସରରେ କ୍ଷୁଦ୍ର ସୀମା ବୋଲରମାନଙ୍କୁ ପ୍ରତିରକ୍ଷା ଆଭିମୁଖ୍ୟ ଗ୍ରହଣ କରୁଥିବାବେଳେ ଆଗାମୀ ଟି-୨୦ ବିଶ୍ୱକପ୍ ଆୟୋଜକ ଅଷ୍ଟ୍ରେଲିଆର ବଡ ଗ୍ରାଉଣ୍ଡରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାର ସୁଯୋଗ ମିଳିବ ।

ତେବେ ୨୩ ଅକ୍ଟୋବରରେ ମେଲବୋର୍ଣ୍ଣରେ ପାକିସ୍ତାନ ବିପକ୍ଷ ବିଶ୍ୱକପ୍‌ର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ବ୍ରିସବେନ୍‌ରେ ଭାରତ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ବିଶ୍ୱକପ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପହଞ୍ଚିଛି । ଟି-୨୦ ବିଶ୍ୱକପ ପାଇଁ ଆଉ ମାତ୍ର ଦୁଇ ସପ୍ତାହ ବାକି ଅଛି ଏବଂ ଏହା ଏକ ବଡ ଟୁର୍ନାମେଣ୍ଟ । ଭାରତୀୟ ଟିମ୍ ଏହାକୁ ଗମ୍ଭୀରତାର ସହ ନେବା ଦରକାର । ବାୟୁମଣ୍ଡଳରେ ଅଭ୍ୟସ୍ତ ହେବା ପାଇଁ ସେଠାକୁ ଟିମ୍ ଟିକେ ଶୀଘ୍ର ଯାଇଛି । ଏହା ଗୁରୁତ୍ୱପୂର୍ଣ୍ଣ ଏଥିପାଇଁ ଯେ ଶୀଘ୍ର ସେଠାରେ ପହଞ୍ଚି ଗତି ଏବଂ ବାଉନ୍ସ ବୁଝିବା ନିହାତି ଆବଶ୍ୟକ।

ଅନେକ ଖେଳାଳି ଦଳ ପାଇଁ ନୂଆ, ତେଣୁ ସେମାନେ ମଧ୍ୟ ଖାପ ଖୁଆଇବା ପାଇଁ ଭଲ ସମୟ ପାଇବେ ।କିନ୍ତୁ ୱାର୍ମଅପ୍ ମ୍ୟାଚରେ ଓପନର ଭାବରେ କ୍ୟାପଟେନ ରୋହିତ ଶର୍ମା ଏବଂ ରିଷଭ ପନ୍ଥ ଖରାପ ପ୍ରଦର୍ଶନ କରି ଦର୍ଶକଙ୍କୁ ନିରାଶ କରିଛନ୍ତି । ତେବେ ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ଫିନିସର୍ ଭାବରେ ସାମିଲ ଦୀନେଶ କାର୍ତ୍ତିକ ମଧ୍ୟ ବହୁତ ନିରାଶ କରିଛନ୍ତି । ବୋଲିଂରେ ସେପରି ହର୍ଷଲ ପଟେଲ ଟିମ୍ ଇଣ୍ଡିଆ ପାଇଁ ମୁଣ୍ଡ ବିନ୍ଧାର କାରଣ ବନିଛନ୍ତି । ଯାହାକି ଟି-୨୦ ୱାର୍ଲ୍ଡକପ୍ ପାଇଁ ଟିମ୍ ଇଣ୍ଡିଆକୁ ଭାରି ପଡିପାରେ ।

odia sambada
Comments (0)
Add Comment