ବିବାହିତ ନାରୀଙ୍କ ସହ ସମ୍ପର୍କ ରଖିବା ପାପ ନୁହେଁ, ଆସିଲା କୋର୍ଟଙ୍କ ରାୟ

ଧୋକା ଦେଉଥିବା ଲୋକଙ୍କ ପାଇଁ ଖୁସିଖବର ଆସିଯାଇଛି, ଆଉ ଲୁଚି ଲୁଚି ନୁହେଁ ବରଂ ଏଥର ଖୋଲାଖୋଲି ପ୍ରେମ ଚାଲିବ । ଶାରୀରିକ ସଂପର୍କ ରଖିବା ଆଉ ଅପରାଧ ନୁହେଁ । ଏକଥା ଆମେ କହୁନୁ ବରଂ କୋର୍ଟ କହୁଛି । ବର୍ତ୍ତମାନ କୋର୍ଟ ପ୍ରେମୀ ଯୁଗଳଙ୍କୁ ଖୋଲା ଛାଡ଼ିଦେଇଛି । ଶାରୀରିକ ସଂପର୍କ ଅପରାଧ ନୁହେଁ ବୋଲି ବର୍ତ୍ତମାନ କୋର୍ଟ ରାୟ ଦେଇଛି ।

ଆପଣ ପ୍ରେମ କରୁଛନ୍ତି କି ? ଆପଣ ଲୁଚି ଲୁଚି ପ୍ରେମିକା ସହ ଶାରୀରିକ ସଂପର୍କ ରଖୁଛନ୍ତି କି ? ଅନ୍ୟ କାହାର ସ୍ତ୍ରୀ ସହ ରୋମାନ୍ସ କରୁଛନ୍ତି କି ? ତେବେ ଆଉ ଲୁଚିବା କି ଡରିବାର ଆବଶ୍ୟକତା ନାହିଁ । ଏଥର ଖୁଲମ୍ ଖୁଲା ପ୍ରେମ କରନ୍ତୁ, କାରଣ ଆପଣଙ୍କ ପାଇଁ ଏବେ ସବୁ ଛାଡ କରିଦିଆଯାଇଛି । ଖୋଲା ପଡ଼ିଆରେ ଗାଈମାନଙ୍କୁ ଛାଡ଼ିଦେବା ପରି ପ୍ରେମୀ ଯୁଗଳଙ୍କୁ ମଧ୍ୟ ଖୋଲାରେ ଛାଡ଼ିଦିଆଯାଇଛି । ଗାଇମାନେ ଯେମିତି ବୁଲି ବୁଲି ମନ ଇଚ୍ଛା ଫସଲ ଖାଆନ୍ତି ଏବଂ ଏଠି ସେଠି ମୁହଁ ମାରନ୍ତି, ଏଠି ପ୍ରେମିକ ପ୍ରେମିକାମାନେ ମଧ୍ୟ ବୁଲି ବୁଲି ଖୋଲାରେ ପ୍ରେମ କରିବେ । କେହି ଆଖି ଉଠାଇ ଚାହିଁବେନି କି ବିରୋଧ ମଧ୍ୟ କରିବେନି ।

ଯାହାକୁ ବି ମନ ହେଉଛି ପ୍ରେମ କରନ୍ତୁ ଏବଂ ସମ୍ପର୍କ ରଖନ୍ତୁ । ଯୋଉଠି ଇଚ୍ଛା ହଉଛି ସେଇଠି ବସିଯାନ୍ତୁ ଆଉ ନିଜ ପ୍ରେମର ଭରପୁର ମଜା ନିଅନ୍ତୁ । ସେ ବିବାହିତ ହୁଅନ୍ତୁ କି ଅବିବାହିତ, ଏବେ ସବୁକିଛି ନୋ ଟେନସନ୍ । ପ୍ରେମିକା ବିବାହ କରିଥିଲେ ମଧ୍ୟ ଆଉ କିଛି ଅସୁବିଧା ନାଇ, ତୁମେ ବିବାହ କରି ଆଉ ଜଣଙ୍କ ସହ ସମ୍ପର୍କ ରଖିଲେ ମଧ୍ୟ ଆଉ କାହାକୁ ଡରିବାର ନାହିଁ ।

ଦିନକୁ ଦିନ ଦୁନିଆରେ ପ୍ରେମ ସମ୍ପର୍କ ବଢ଼ି ଚାଲିଛି । ଏପରିକି ଵିବାହ ପରେ ମଧ୍ୟ ଆଜିକାଲି ପରପୁରୁଷ କିମ୍ବା ପର ନାରୀ ସହ ସମ୍ପର୍କ ରଖିବାକୁ ପଛାଉ ନାହାନ୍ତି । ସତେ ଯେମିତି ପର କ୍ରିୟାରେ ଲିପ୍ତ ରହିବା ଆଜିକାଲି ଗୋଟେ ଫେଶନ ହୋଇ ସାରିଲାଣି । କିନ୍ତୁ ଅନେକ ଲୋକ ଏହି ସମ୍ପର୍କ ପାଇଁ ଅସୁବିଧାରେ ପଡିଥାନ୍ତି । ନିଜ ପାର୍ଟନର ଜଣକ ତାକୁ ଫସାଈ ଦେଇଥାଏ, କିନ୍ତୁ ଏବେ ଆଉ ସେମିତି କିଛି ହବନି । କାରଣ ହାଇକୋର୍ଟ କହିଛି ଯେ ଶାରୀରିକ ସମ୍ପର୍କ ଅପରାଧ ନୁହେଁ ।

କୋର୍ଟର ରାୟ ଅନୁସାରେ, ଜଣେ ପୁରୁଷ ବିବାହିତ ଜାଣିବାପରେ ମଧ୍ୟ ଯଦି ମହିଳା ଜଣକ ସମ୍ପର୍କ ରଖୁଛନ୍ତି, ତେବେ ତାକୁ ବିବାହର ପ୍ରତିଶ୍ରୁତି ବୋଲି କୁହାଯାଇପାରିବ ନାହିଁ । ଜଷ୍ଟିସ କୌଶର କହିଛନ୍ତି, ଏପରି ସମ୍ପର୍କକୁ ବିବାହର ମିଛ ପ୍ରତିଶ୍ରୁତି ନୁହେଁ ବରଂ ଏକ ପ୍ରେମପୂର୍ଣ୍ଣ ସମ୍ପର୍କ ହିସାବରେ ଗ୍ରହଣ କରାଯିବ । ତେବେ କେରଳ ହାଇକୋର୍ଟଙ୍କ ରାୟ ଏବେ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।

ଏକ ମାମଲାର ଶୁଣାଣି କରି କେରଳର ହାଇକୋର୍ଟ କହିଛନ୍ତି, ମହିଳା ଜଣକ 2010 ମସିହାରୁ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଛନ୍ତି, ଆଉ ଏହା ମଧ୍ୟ ଜାଣିଛନ୍ତି ଯେ ସେ ପୁରୁଷ ଜଣକ ବିବାହିତ ଅଟନ୍ତି । ସବୁ ଜାଣି ଯଦି ଜଣେ ମହିଳା ଏପରି ସମ୍ପର୍କ ରଖେ, ତେବେ ଏହାକୁ ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ବୋଲି କୁହାଯାଇପାରିବ ନାହିଁ । ଏହି ରାୟ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା ସୃଷ୍ଟି କରିଛି ।

odia sambada
Comments (0)
Add Comment