ତେବେ ବନ୍ଧୁଗଣ ବର୍ତମାନ ସମୟରେ ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ନିଜ ଫାଶରେ ଫସାଇ ଥିଲେ ବହୁ ରାଜନେତା, ବଡ଼ ବ୍ୟବସାୟୀ, ସିନେ ପ୍ରଯୋଜକ ଏଭଳି ଅନେକଙ୍କୁ । ୧୦ ରୁ ଉର୍ଦ୍ଧ୍ବ ଯୁବତୀଙ୍କୁ ବ୍ଲାକମେଲ କରି କାମରେ ଲଗାଉଥିଲେ । ଟାର୍ଗେଟରେ ଥିବା ବ୍ୟକ୍ତି ଫସିଗଲା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରୁଥିଲେ ।ତାପରେ ଆରମ୍ଭ ହେଉଥିଲା ତାଙ୍କ କାରନାମା । ଦୁର୍ବଳ ମୁହୂର୍ତ୍ତର ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକାଇ କରୁଥିଲେ କୋଟି କୋଟି ଟଙ୍କା ରୋଜଗାର ।
ସାମାଜିକ ସମ୍ମାନ ଚାଲିଯିବା ଭୟରେ ପ୍ରତିପତ୍ତି ଲୋକଟି ଟଙ୍କା ଦେବାକୁ ବାଧ୍ୟ ହେଉଛି । ବ୍ଲାକମେଲ କରିବା ଏକ ଅପରାଧ । ଆଖିଦୃଶିଆ ରୋଜଗାର ନ ଥାଇ କୋଟି କୋଟି ଟଙ୍କାର ସମ୍ପତ୍ତି କରିଛନ୍ତି ଅର୍ଚ୍ଚନା ନାଗ । ରେଞ୍ଜରୋଭର, ଥର ଭଳି ଗାଡି ଚଢୁଥିଲା ବେଳେ ଆଲିସାନ ବଙ୍ଗଳା ଓ ଫାର୍ମ ହାଉସରେ ଘୋଡା ରଖିଥିଲେ । ତେବେ ଏବେ ଅର୍ଚ୍ଚନାଙ୍କୁ ନେଇ ଆଉ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିଛି ଆସନ୍ତୁ ଜାଣିବା ।
ତେବେ ବନ୍ଧୁଗଣ ମିଳିଥିବା ଖବର ଅନୁସାରେ ଅର୍ଚ୍ଚନା ନାଗଙ୍କ ପୈତୃକ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ହୋଇଥିବା ବେଳେ ସେ କେସିଙ୍ଗାର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସେ ବୋର୍ଡ ପରୀକ୍ଷା ପୂର୍ବରୁ ରାଗିକି ଘରୁ ବାହାରି କୁଆଡେ ଚାଲି ଯାଇଥିବାରୁ ପରିବାର ଲୋକ ଖୋଜାଖୋଜି କରି ଆଣି ମାଟ୍ରିକ ପରୀକ୍ଷା ଦେବାକୁ କହିଥିଲେ । ଏହା ପରେ ସେ କେସିଙ୍ଗାରୁ କୁଆଡ଼େ ଉଭାନ ହୋଇ ଯାଇଥିଲେ । ତାଙ୍କ ମା ଜଣେ ଶିକ୍ଷୟିତ୍ରୀ ଏବଂ ସେ ଏବେ ବି ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଛନ୍ତି ।
କେସିଙ୍ଗା ସ୍ଥିତ ଘରକୁ ସେ ପ୍ରାୟ ଆସୁନଥିଲେ ମଧ୍ୟ ପରିବାର ଲୋକଙ୍କ ସହ ସମ୍ପର୍କ ବେଶ୍ ଭଲ ଥିବା ଜଣାପଡ଼ିଛି । ବର୍ତ୍ତମାନ ବ୍ଲାକ୍ ମେଲିଂ ଘଟଣା ସାମ୍ନାକୁ ଆସିବା ପରେ ଅର୍ଚ୍ଚନାଙ୍କ ସମ୍ବନ୍ଧିତ ବିଭିନ୍ନ ଖବର ରାଜ୍ୟରେ ଚର୍ଚ୍ଚାରେ ରହିଛି । ତେବେ ୨୦୦୬/୦୭ ମସିହାର ଘଟଣା ଯେତେବଳେ ଅର୍ଚ୍ଚନା ୬ଷ୍ଠ ଶ୍ରେଣୀରେ ପାଠ ପଢୁଥିଲେ ସେତେବେଳେ ଅର୍ଚ୍ଚନା ଜଣେ ଯୁବକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିଲେ । ଆଉ ତାପରେ ହିଁ ଅର୍ଚ୍ଚନାଙ୍କ ମା’ଙ୍କର କେସିଙ୍ଗାକୁ ବଦଳି ହୋଇ ଯାଇଥିବା ନେଇ ଚର୍ଚ୍ଚା ହେଉଛି ।