ଗାଧୋଇବା ସମୟରେ ଚାଲିଗଲା ମହିଳାଙ୍କର ଦୃଷ୍ଟିଶକ୍ତି,ଏହି ଛୋଟ ଭୁଲଟିଏ କାରଣରୁ ସବୁଦିନ ପାଇଁ ହୋଇଗଲେ ଅନ୍ଧ

ଆଜିକାଲି ଚଷମାର ବିକଳ୍ପ ଭାବରେ ଲୋକମାନେ କଣ୍ଟେକ୍ଟ ଲେନ୍ସର ବ୍ୟବହାର ବହୁତ୍ କରୁଛନ୍ତି । ତେବେ ଫ୍ୟାସନ ଦୃଷ୍ଟିରୁ ଏହା କୁଲ ଲାଗେ, କିନ୍ତୁ ଯଦି ଆମେ ଆଖିର ସୁରକ୍ଷା ଦୃଷ୍ଟିରୁ ଦେଖିବା ତେବେ ଅନେକଥର ଏହା ବିପଜ୍ଜନକ ବୋଲି ମଧ୍ୟ ପ୍ରମାଣିତ ହୋଇଥାଏ । ବିଶେଷକରି ଯଦି ସଠିକ୍ ଭାବେ କଣ୍ଟେକ୍ଟ ଲେନ୍ସର ରକ୍ଷଣାବେକ୍ଷଣ କରାନଯାଏ, ତେବେ ଏହା କାରଣରୁ ଅନେକଥର ଦୃଷ୍ଟିଶକ୍ତି ଚାଲିଯିବାର ମଧ୍ୟ ବିପଦ ରହିପାରେ । ନିକଟରେ ଏପରି କିଛି ଜଣେ ମହିଳାଙ୍କ ସହ ହୋଇଛି, ଯାହାକୁ କଣ୍ଟେକ୍ଟ ଲେନ୍ସ କାରଣରୁ ନିଜ ଦୃଷ୍ଟିଶକ୍ତି ସବୁଦିନ ପାଇଁ ହରାଇବାକୁ ପଡ଼ିଲା ।

ଗାଧୋଇବା ସମୟରେ କରିଥିବା ଏହି ଛୋଟ ଅବହେଳା ପଡ଼ିଲା ମହଙ୍ଗା :-

ବାସ୍ତବରେ, ଏହି ଦୁର୍ଘଟଣା ହୋଇଛି ଇଂଲଣ୍ଡରେ ରହୁଥିବା 54 ବର୍ଷୀୟ ମ୍ୟାରି ମେସନଙ୍କ ସହିତ, ଯାହା ଦୀର୍ଘ ସମୟରୁ ନିଜ ଆଖିରେ କଣ୍ଟେକ୍ଟ ଲେନ୍ସର ବ୍ୟବହାର କରୁଥିଲେ । କିନ୍ତୁ ଦିନେ ମ୍ୟାରିଙ୍କ ଛୋଟ ଭୁଲ ତାଙ୍କ ଉପରେ ଭାରି ପଡ଼ିଗଲା । ଅସଲରେ ସେଦିନ ମ୍ୟାରୀ ନିଜ ଲେନ୍ସ ପିନ୍ଧି ଗାଧୋଇବା ପାଇଁ ଚାଲିଗଲା ଏବଂ ଠିକ ସେତିକିବେଳେ ଗାଧୋଇବା ସମୟରେ ପାଣିରେ ଥିବା ମାଇକ୍ରୋସ୍କୋପିକ ଅମିବା ତାଙ୍କ ଆଖିର କର୍ଣୀୟା ଏବଂ କଣ୍ଟେକ୍ଟ ଲେନ୍ସ ମଧ୍ୟରେ ଫସିଗଲା । ଏହି କାରଣରୁ ମ୍ୟାରିଙ୍କୁ Acanthamoeba keratitis ନାମକ ରେୟର ଇନଫେକ୍ସନ୍ ହୋଇଗଲା, ଯାହାକି ସୂକ୍ଷ୍ମ ଫ୍ରି-ଲିଭିଙ୍ଗ ଜୀବ କାରଣରୁ ହୋଇଥାଏ ।

ତିନିଥର ଅପରେସନ ପରେ ଲାଭ ନ ମିଳିବାରୁ ଆଖି ହଟାଇବାକୁ ପଡ଼ିଲା :-

ଏହି ସଂକ୍ରମଣ ହେତୁ ଧୀରେ ଧୀରେ ମ୍ୟାରିଙ୍କ ଦୃଷ୍ଟିଶକ୍ତି କମ୍ ହୋଇଚାଲିଲା । ତେଣୁ ଯେତେବେଳେ ମ୍ୟାରି ଡାକ୍ତରଙ୍କ ସହ ଯୋଗାଯୋଗ କଲେ, ସେତେବେଳେ ସେ ଏହି ସଂକ୍ରମଣ ବିଷୟରେ ଜାଣିବାକୁ ପାଇଲେ । କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା, ତେଣୁ ଔଷଧ ଦେବା ସମୟରେ ମ୍ୟାରିଙ୍କୁ ଅନେକ ଥର ଅସ୍ତ୍ରୋପଚାର ପ୍ରକ୍ରିୟାକୁ ସାମ୍ନା କରିବାକୁ ପଡିଲା, ଯେଉଁଥିରେ ତାଙ୍କ ଆଖିରେ କର୍ଣ୍ଣିଆ ପ୍ରତିରୋପଣ କରାଯାଇଥିଲା । କିନ୍ତୁ ଏସବୁ ସତ୍ତ୍ବେ ମଧ୍ୟ ମ୍ୟାରିଙ୍କର କୌଣସି ଲାଭ ହେଲାନାହିଁ ଏବଂ ଶେଷରେ ତାଙ୍କ ଆଖି ହଟାଇବାକୁ ପଡିଲା ।

ଏପରି ପରିସ୍ଥିତିରେ ଏହି ପୁରା ପ୍ରକ୍ରିୟା କାରଣରୁ ତାଙ୍କୁ ଚାକିରୀ ହରାଇବାକୁ ପଡିଲା ଏବଂ ବର୍ତ୍ତମାନ ମ୍ୟାରି ଅନ୍ୟ ଲୋକଙ୍କୁ କଣ୍ଟେକ୍ଟ ଲେନ୍ସ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ମ୍ୟାରି କହିଛନ୍ତି ଯେ ଯେତେବେଳେ ଜଣେ ବ୍ୟକ୍ତି କଣ୍ଟେକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି, ସେତେବେଳେ ସେ ଏଥିପାଇଁ ଅଧିକ ସତର୍କ ରହିବା ମଧ୍ୟ ଉଚିତ୍ । ଏହାସହିତ କଣ୍ଟେକ୍ଟ ଲେନ୍ସ କମ୍ପାନୀ ମଧ୍ୟ ଏହାର ପ୍ୟାକେଜିଂ ଉପରେ ଆବଶ୍ୟକ ଚେତାବନୀ ଲେଖିବା ଉଚିତ, ଯାହା ଦ୍ଵାରା ଏହାର ଉପଭୋକ୍ତାଙ୍କୁ କୌଣସି ପ୍ରକାରର ବିପଦର ସାମ୍ନା କରିବାକୁ ପଡିବ ନାହିଁ ।

odia sambada
Comments (0)
Add Comment