ଫିଟୁଛି ସବୁ ଗୁମର : ମାଟ୍ରିକ ପରୀକ୍ଷା ମୁଣ୍ଡ ଉପରେ ଥିବା ବେଳେ ପୁରୁଷ ବନ୍ଧୁଙ୍କ ସହ ଫେରାର ହୋଇ ଯାଇଥିଲେ ଅର୍ଚ୍ଚନା,ଆଉ ତା ପରେ ….

ଏବେ ଚର୍ଚ୍ଚାରେ ଅର୍ଚ୍ଚନା ନାଗ । ନିଜ ଫାଶରେ ଫସାଇ ଥିଲେ ବହୁ ରାଜନେତା, ବଡ଼ ବ୍ୟବସାୟୀ, ସିନେ ପ୍ରଯୋଜକ ଏଭଳି ଅନେକଙ୍କୁ । ୧୦ ରୁ ଉର୍ଦ୍ଧ୍ବ ଯୁବତୀଙ୍କୁ ବ୍ଲାକମେଲ କରି କାମରେ ଲଗାଉଥିଲେ । ଟାର୍ଗେଟରେ ଥିବା ବ୍ୟକ୍ତି ଫସିଗଲା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରୁଥିଲେ । ତାପରେ ଆରମ୍ଭ ହେଉଥିଲା ତାଙ୍କ କାରନାମା । ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ଛାଡି ଦେବାକୁ ଧମକାଇ କରୁଥିଲେ କୋଟି କୋଟି ଟଙ୍କା ରୋଜଗାର ।

ସାମାଜିକ ସମ୍ମାନ ଚାଲିଯିବା ଭୟରେ ପ୍ରତିପତ୍ତି ଲୋକଟି ଟଙ୍କା ଦେବାକୁ ବାଧ୍ୟ ହେଉଛି । ବ୍ଲାକମେଲ କରିବା ଏକ ଅପରାଧ । ଆଖିଦୃଶିଆ ରୋଜଗାର ନ ଥାଇ କୋଟି କୋଟି ଟଙ୍କାର ସମ୍ପତ୍ତି କରିଛନ୍ତି ଅର୍ଚ୍ଚନା ନାଗ । ରେଞ୍ଜରୋଭର, ଥର ଭଳି ଗାଡି ଚଢୁଥିଲା ବେଳେ ଆଲିସାନ ବଙ୍ଗଳା ଓ ଫାର୍ମ ହାଉସରେ ଘୋଡା ରଖିଥିଲେ । ତେବେ ଏବେ ଅର୍ଚ୍ଚନାଙ୍କୁ ନେଇ ଆଉ ଗୋଟିଏ ରୋଚକ ତଥ୍ୟ ସାମ୍ନାକୁ ଆସିଛି ଆସନ୍ତୁ ଜାଣିବା ।

ତେବେ ବନ୍ଧୁଗଣ ମିଳିଥିବା ଖବର ଅନୁସାରେ ଅର୍ଚ୍ଚନା ନାଗଙ୍କ ପୈତୃକ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ହୋଇଥିବା ବେଳେ ସେ କେସିଙ୍ଗାର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସେ ବୋର୍ଡ ପରୀକ୍ଷା ପୂର୍ବରୁ କାହା ସହ ଚାଲି ଯାଇଥିବାରୁ ପରିବାର ଲୋକ ଖୋଜାଖୋଜି କରି ଆଣି ମାଟ୍ରିକ ପରୀକ୍ଷା ଦେବାକୁ କହିଥିଲେ । ଏହା ପରେ ସେ କେସିଙ୍ଗାରୁ କୁଆଡ଼େ ଉଭାନ ହୋଇ ଯାଇଥିଲେ । ତାଙ୍କ ମା ଜଣେ ଶିକ୍ଷୟିତ୍ରୀ ଏବଂ ସେ ଏବେ ବି ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରୁଛନ୍ତି ।

୨୦୨୦ ଦୀପାବଳିରେ ସେ କେସିଙ୍ଗା ବୁଢାଡ଼ଙ୍ଗାର ପାହାଡ଼ ପାଦଦେଶର ଆମ୍ବେଦକର ଛକ ନିକଟରେ ଥିବା ଘରକୁ ଏକ ଦାମୀ କାର୍‌ରେ ଆସି ଦୀପାବଳି ପାଳନ କରିଥିଲେ ।ସେହିଭଳି ୬ ମାସ ତଳେ ପୁଣି ତାଙ୍କ କେସିଙ୍ଗା ଘରକୁ ସେହି କାର୍‌ରେ ଆସି କିଛି ସମୟ ରହି ଚାଲି ଯାଇଥିଲେ । କେସିଙ୍ଗା ସ୍ଥିତ ଘରକୁ ସେ ପ୍ରାୟ ଆସୁନଥିଲେ ମଧ୍ୟ ପରିବାର ଲୋକଙ୍କ ସହ ସମ୍ପର୍କ ବେଶ୍ ଭଲ ଥିବା ଜଣାପଡ଼ିଛି । ବର୍ତ୍ତମାନ ବ୍ଲାକ୍ ମେଲିଂ ଘଟଣାରେ ଅର୍ଚ୍ଚନା ରାଜ୍ୟରେ ଚର୍ଚ୍ଚାରେ ରହିଥିବା ବେଳେ ପରିବାର ଲୋକଙ୍କୁ ମଧ୍ୟ ସେ ଆର୍ଥିକ ସହଯୋଗ କରୁଥିବା ଆଲୋଚନା ହେଉଛି ।

odia sambada
Comments (0)
Add Comment