ଏବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ପାଇବେ ନଡିଆ ଗଛ ଚଢାଳି

ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ଜାଣିଥିବେ ଯେ ନଡ଼ିଆ ଗଛର ପ୍ରତ୍ୟେକ ଏଂଶ ଆମ୍ଭମାନଙ୍କର କେତେ ଉପକାରରେ ଲାଗେ । ନଡ଼ିଆ ଫଳ ସୁଖାଦ୍ୟ ପଇଡ଼ ବା ଅପକ୍ୱ ନଡ଼ିଆର ପାଣି ଉତ୍ତମ ପାନୀୟ ରୂପେ ସର୍ବତ୍ର ଆଦୃତ ହୁଏ । ଶୁଖିଲା ନଡ଼ିଆର ଶସକୁ ପେଡ଼ିଲେ ତହିଁରୁ ତେଲ ବାହାରେ ନଡ଼ିଆ ଭିତରୁ ଯେଉଁ ଶସ ବାହାରେ ତାକୁ କୋରି ସେଥିରେ ଲଡ଼ୁ କରାଯାଏ । ଏପରିକି ନଡ଼ିଆ ପୂଜା ପାର୍ବଣରେ କଳସ ଉପରେ ନଡ଼ିଆ ରଖି ପୂଜା ଓ ଶୁଭ କାର୍ଯ୍ୟ ଆଦିରେ ମଧ୍ୟ ବ୍ୟବହାର କରାଯାଏ । ତେବେ ନଡିଆ ଉତ୍ପାଦନ କ୍ଷେତ୍ରରେ କେରଳ ସବୁଠାରୁ ଆଗୁଆ ଅଛି । ସେଠାରେ ଅନୁକୂଳ ଜଳବାୟୁ ଥିବାରୁ ନଡ଼ିଆ ଗଛ ବହୁତ ପରିମାଣରେ ଦେଖିବାକୁ ମିଳିଥାଏ । କହିବାକୁ ଗଲେ ନଡିଆ ତୋଳିବା ଏବଂ ବିକ୍ରି କରିବା ସେଠାକାର କିଛି ଲୋକଙ୍କ ବୃତ୍ତି ମଧ୍ୟ ହୋଇଥାଏ ।

ତେଣୁ ବର୍ତମାନ ସମୟରେ ନଡ଼ିଆ ଗଛ ଚଢ଼ାଳି ମାନଙ୍କ ପାଇଁ ସରକାର ଆଣିଛନ୍ତି ଖୁସି ଖବର । କୋଚିସ୍ଥିତ ନଡ଼ିଆ ବିକାଶ ବୋର୍ଡ ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନି ସହଯୋଗରେ କେରା ସୁରକ୍ଷା ବୀମା ଯୋଜନା ନାମରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ସୁବିଧା କାର୍ଯ୍ୟକାରୀ କରିଛି । ଡାକ୍ତରଖାନାରେ ଚିକିତ୍ସା ବାବଦରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ଏଥିରେ ବହନ ହେବ । ନଡ଼ିଆ ଗଛ ଚଢ଼ାଳି ଏବଂ ଚାଷ ସହ ଜଡ଼ିତ ଅନ୍ୟ ବ୍ୟକ୍ତିଙ୍କ ପାଇଁ ଉକ୍ତ ବୀମା ଯୋଜନା ଉଦ୍ଦିଷ୍ଟ । ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ବୀମା ବାବଦ ପ୍ରିମିୟମ ରାଶି ୯୯ ଟଙ୍କା ରଖାଯାଇଛି ।

ବୀମା ଯୋଜନାରେ ସାମିଲ ପାଇଁ ଚଳିତମାସ ୨୫ ତାରିଖ ସୁଦ୍ଧା ଆବଶ୍ୟକ କାଗଜପତ୍ର ସହିତ ବୟସ ପ୍ରମାଣପତ୍ରର ନକଲ କୋକୋନଟ୍ ଡେଭଲପମେଣ୍ଟ ବୋର୍ଡରେ ଦାଖଲ କରିବାକୁ ହେବ । ବୋର୍ଡର ଅଫିସିଆଲ୍ ୱେବସାଇଟ୍‌ www.coconutboard.gov.inରେ ଆବେଦନ ଫର୍ମ ଓ ଅନ୍ୟାନ୍ୟ ସୂଚନା ଉପଲବ୍ଧ ଅଛି । ଅଧିକ ସୂଚନା ପାଇଁ ବୋର୍ଡର ଷ୍ଟାଟିଟିକ୍ସ ସେକ୍ସନ ସହିତ ଦିଆ ଯାଇଥିବା ଫୋନ ନମ୍ବର ୦୪୮୪-୨୩୭୭୨୬୬ ମାଧ୍ୟମରେ ମଧ୍ୟ ସମସ୍ତ ତଥ୍ୟ ମିଳିପାରିବ ।

ଆବେଦନ ଫର୍ମ ପୂରଣ କରିବା ପରେ ସେଥିରେ କୃଷି ଅଧିକାରୀ ବା ପଞ୍ଚାୟତ ସଭାପତି ବା ସିପିଏଫ୍‌ ଅଫିସ ଅଧିକାରୀ ବା ସିପିସି ନିର୍ଦ୍ଦେଶକଙ୍କ କାଉଣ୍ଟର ଦସ୍ତଖତ ରହିବ । ଆବେଦନକାରୀ ତାଙ୍କ ବୟସ ପ୍ରମାଣପତ୍ର ସହିତ ଆବେଦନ ପତ୍ରକୁ ଚେୟାରମ୍ୟାନ, କୋକୋନଟ୍ ଡେଭଲପମେଣ୍ଟ ବୋର୍ଡ, ଏସଆରଭି ରୋଡ୍‌, କେରା ଭବନ, କୋଚି-୬୮୨୦୧୧ ଠିକଣାରେ ପଠାଇବାକୁ ହେବ । ଆବେଦନକାରୀ ପ୍ରିମିୟମ ବାଦଦ ଅର୍ଥକୁ ଅନଲାଇନ ମାଧ୍ୟମରେ ମଧ୍ୟ ଦେଇ ପାରିବେ । ତେବେ ସୂଚନାଯୋଗ୍ୟ ଯେ ୧୮ରୁ ୬୫ ବର୍ଷ ବୟସର ନଡ଼ିଆ ଗଛ ଚଢ଼ାଳିମାନେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

odia sambada
Comments (0)
Add Comment