ଆପଣମାନେ ଜାଣିଥିବେ ଯେ ଦୀର୍ଘ ଦୁଇମାସ ହେବ ଦୀପିକା ନିଜ ଅଧିକାର ପାଇବାପାଇଁ, ତାଙ୍କ ପୁଅକୁ ତା ବାପାର ପରିଚୟ ଦେବାପାଇଁ ଦିନେଶର ଘର ଦୁଆର ମୁହଁରେ ଧାରଣା ଦେଇ ବସିଛନ୍ତି । ଆଉ ଏହା ଭିତରେ ନାନା ପ୍ରକାରର ବାଧା ବିଘ୍ନ ମଧ୍ୟ ଉପୂଜୁଛି । କେତେବେଳେ ତାଙ୍କ ପାଲ କଣା ହୋଇଯାଇଛି ତ ଆଉ କେତେବେଳେ ତାଙ୍କୁ କିଏ ଲଡୁ ମାଗୁଛି । ଏପରି ଅନେକଗୁଡ଼ିଏ ଅଭିଯୋଗ ମଧ୍ୟ ଆସିଛି । କିନ୍ତୁ ଏହା ମଧ୍ୟରେ ଆଜି ସକାଳୁ ସକାଳୁ ଏମିତି ଏକ ଭିଡିଓ ଦେଖାଯାଇଥିଲା, ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ଆଉ ଦୀପିକା ଜଣେ ମହିଳାଙ୍କୁ ଠୋ କରି ଚାପୁଡ଼ା ମାରିଥିଲେ ।
ଆଉ ସେହି ମାଡର ଶକ୍ତ ପ୍ରହାରରେ ମହିଳା ଜଣକ ବହୁତ୍ ରାଗି ଯାଇଥିଲେ । ଇଆଡ଼େ ସିଆଡେ ଦୌଡିବାକୁ ଲାଗିଲେ । କାରଣ ଦୀପିକାଙ୍କ ଚାପୁଡା ମାଡ଼ରେ ତାଙ୍କୁ ସାରା ଦୁନିଆ ଅନ୍ଧାର ଦେଖାଯାଇଥିଲା । ମୁଣ୍ଡ ଘିରି ଘିରି କରି ବୁଲାଇ ଦେଇଥିଲା । କାରଣ ଦୀପିକା ମାରିଲା ଭଳିଆ ମାଡଟିଏ ମାରିଥିଲେ । ଆଜ୍ଞା ହଁ, ତେବେ ଏହି ମହିଳା ଜଣକ କିଏ ? କାହିଁକି ଦୀପିକା ଏହି ମହିଳାଙ୍କୁ ଚାପୁଡା ମାରିଲେ । ଏହାକୁ ନେଇ ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।
ଏଠି କହି ରଖିବାକୁ ଚାହିଁବୁ ଯେ ଆଜି ସକାଳୁ ଯେତେବେଳେ କେ ଦୀପିକା ଧାରଣାରେ ବସିଥିଲେ, ସେତେବେଳେ ଜଣେ ମହିଳା ତାଙ୍କୁ ଯାଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ନମ୍ୱର୍ ମାଗିଥିଲେ । ଆଉ ଦୀପିକା ତାଙ୍କୁ ଧୀରେ କି ପାଖକୁ ଡାକିଥିଲେ । ଆଉ ପାଖକୁ ଆସିବାପରେ ଦୀପିକା ଯେତେବେଳେ ଅନୁଭବ କଲେ ଯେ ତାଙ୍କ ହାତ ମହିଳାଙ୍କ ଗାଲ ପାଖକୁ ଯିବ, ସେତେବେଳେ ଧଡାସ୍ କରି ଏକ ମାଡ ବସିଥିଲା ।
ପ୍ରକୃତରେ ଦୀପିକା କହିବା ଅନୁଯାୟୀ, ଏହି ମହିଳା ଜଣକ ଆଗରୁ ତାଙ୍କୁ ଭାଷା କହିଥିଲେ, ଆଉ ଯାହାର ସୁବିଧା ସୁଯୋଗରେ କେ ଦୀପିକା ରହିଥିଲେ । ଆଉ ଆଜି ସୁବିଧା ମିଳିଲା ଏବଂ ନିଜ ରାଗ ମଧ୍ୟ ସୁଝାଇଦେଲେ । ଆଉ ତାପରେ ମହିଳା ଜଣକ ମଧ୍ୟ ପାଖରେ ଥିବା ଟେକା ପଥର ମଧ୍ୟ ଦୀପିକାଙ୍କ ଉପରକୁ ପକାଇଥିଲେ । କିନ୍ତୁ ପାଖରେ ଥିବା ପୋଲିସ ଘଟଣାକୁ ନିଜ ଆୟତ୍ତକୁ ନେଇଥିଲେ ।