ଗୋଟିଏ ରାତି ପାଇଁ କେତେ ନେଉଥିଲା ଅର୍ଚ୍ଚନା ?

ଧୀରେଧୀରେ ଖୋଲୁଛି ବ୍ଲାକ୍‌‌ମେଲିଂ ରାଣୀ ଅର୍ଚ୍ଚନା ନାଗର କୁହୁକ ପେଡ଼ି । ଜାଲ ବିଛାଇ କେମିତି ସ୍ଵାମୀ ଜଗବନ୍ଧୁ ଚାନ୍ଦ ଓ ପତ୍ନୀ ଅର୍ଚ୍ଚନା ନାଗ ଲୋକଙ୍କୁ ଲୁଟି କୋଟିପତି ପାଲଟିଥିଲେ ତାହାର ରହସ୍ୟ ଫିଟିବାରେ ଲାଗିଛି । ତେଜରାତି ବ୍ୟବସାୟରୁ ଦୁଇଟି କମ୍ପାନୀର ମାଲିକ ପାଲଟିଥିବା ଅର୍ଚ୍ଚନା ନାଗ କିପରି ଏତେ କମ୍‌‌ ସମୟ ମଧ୍ୟରେ ବହୁକୋଟି ଟଙ୍କାର ମାଲିକାଣୀ ହେଲେ ତାହାକୁ ନେଇ ପୁଲିସ ଆରମ୍ଭ କରିଛି ତଦନ୍ତ ।

ଅନ୍ୟପକ୍ଷରେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ଆୟକର ବିଭାଗ ମଧ୍ୟ ମାମଲାର ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି । ଏନେଇ ଦୁଇ ବିଭାଗ କମିସନରେଟ ପୁଲିସ ସହ ଯୋଗାଯୋଗ କରୁଛି । କିନ୍ତୁ କମିସନରେଟ ପୁଲିସ ମୁହଁ ଖୋଲୁ ନ ଥିବାରୁ ଘଟଣା ଅଧିକ ରହସ୍ୟମୟ ହେଉଛି । ଅନ୍ୟପଟେ ପୁଲିସ ଯେତେ ଖୋଳତାଡ କରୁଛି ସେତେ ବଡ଼ବଡ଼ିଆଙ୍କ ଲିଙ୍କ ସାମ୍ନାକୁ ଆସୁଛି । ତାଲିକାରେ ନେତା, ବିଲଡର, ନାମୀଦାମୀ ବ୍ୟକ୍ତି, ରେଲୱେ ଅଧିକାରୀ, ତହସିଲଦାରଙ୍କ ନାଁ ଥିବା କୁହାଯାଉଛି । ଅର୍ଚ୍ଚନା ନାଗଙ୍କ ଚେର କେବଳ ଓଡ଼ିଶାରେ ସିମୀତ ନଥିଲା, ବାହାର ରାଜ୍ୟରୁ ଆସୁଥିବା ବଡ଼ ବଡ଼ ଅଭିନେତା ଓ ପ୍ରତିଷ୍ଠିତ ଲୋକ ମଧ୍ୟ ତାଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି।

ଏହାରି ମଧ୍ୟରେ ପୁଲିସ ହାତରେ ଲାଗିଛି ଲେଡି ବ୍ଲାକମେଲର ଇ ମେଲ୍ ଆଇଡି । ମେଲରୁ ମିଳିଲା ଦେହଜୀବୀଙ୍କ ଫଟୋ ଓ ତଥ୍ୟ । ରାଜ୍ୟ ତଥା ରାଜ୍ୟ ବାହାର ଯୁବତୀ ଆଣି ଅର୍ଚ୍ଚନା ଚଳାଇଥିଲା ହନୀଟ୍ରାପ । ମେଲରେ ରହିଛି ବହୁ ବଡ଼ ବଡ଼ିଆ, ଫିଲ୍ମ ପ୍ରଯୋଜକ, ବିଲ୍ଡର, ରେଳୱେ ଅଧିକାରୀଙ୍କ ଫଟୋ । ୨୦୧୮ରୁ ଅର୍ଚ୍ଚନା ଚଳାଇଥିଲା ଏହି ସେକ୍ସ ରାକେଟ । ଏପରି ଭାବରେ ହନୀଟ୍ରାପ ଏବଂ ବ୍ଲକମେଲିଂ କରି ଅର୍ଚ୍ଚନା ୩ବର୍ଷରେ ବନିଥିଲେ କୋଟିପତି । ତେବେ ସୂଚନାଯୋଗ୍ୟ ଅର୍ଚ୍ଚନା ଏକା ନୁହଁନ୍ତି ତାଙ୍କ ସହ ପ୍ରାୟ ଆହୁରି ୨୦ ଜଣ ଯୁବତୀଙ୍କୁ ମଧ୍ୟ ଏହି କାମରେ ଲଗାଉଥିଲେ ।

ଆଉ ଏହି କାର୍ଯ୍ୟରେ ସାହାର୍ଯ୍ୟ କରୁଥିଲେ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଏବଂ ଜଣେ ସମ୍ପର୍କୀୟ ଭାଇ । ଏବେ ଅର୍ଚ୍ଚନା ନାଗକୁ ଗିରଫ କରିବା ପରେ ପୋଲିସ ଜବତ କରିଥିବା ପେନଡ୍ରାଇଭ୍, ମୋବାଇଲ ଆଦିରୁ ଖୋଳତାଡ କରିବା ପରେ ଏସବୁ ତଥ୍ୟ ସାମ୍ନାକୁ ଆସିଛି । ତେବେ ଅର୍ଚ୍ଚନାଙ୍କ ଇମେଲରୁ ୬୪ଟି ଫଟୋ ମିଳିଥିବା ବେଳେ ସେଥିରେ ଅର୍ଚ୍ଚନା ଅନେକ ନେତା ମନ୍ତ୍ରୀ, ପ୍ରଶାସନୀକ ଅଧିକାରୀ, ପୋଲିସ ସହ ରାଜ୍ୟର ଦୁଇଟି ରାଜ ପରିବାରର ସଦସ୍ୟଙ୍କ ସହିତ ଅସଂଜତ ଅବସ୍ଥାର ଫଟୋ ରହିଛି । ଆଉ ଏଥିସହ ପ୍ରତି ରାତି ପିଛା ଅତି କମରେ ୫୦୦୦୦ ଟଙ୍କା ଅର୍ଚ୍ଚନା ଚାର୍ଜ କରୁଥିଲେ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି । ତେବେ ଏତେସବୁ ପରେ ମଧ୍ୟ ପୋଲିସ ନିରବ ରହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

odia sambada
Comments (0)
Add Comment