ଘର ଭିତରେ ସାନ ପୁଅର ଏନ୍ତୁଡ଼ି ଜଳିଲା, ଆଉ ବଡ଼ପୁଅର ଗାଁ ମଶାଣିରେ ଜୁଇ ଜଳିଲା

ଆପଣମାନେ ଜୀବନରେ ଅନେକ କାହାଣୀ ଶୁଣିଥିବେ ଏବଂ ଦେଖିଥିବେ, କିନ୍ତୁ ଆଜି ଆମେ ଯେଉଁ କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ, ସେପରି କାହାଣୀ ଆପଣ ଆଗରୁ କେବେ ଶୁଣିନଥିବେ । ଇଏ ଏପରି ଏକ କାହାଣୀ ଯେ ଯାହା ଆପଣଙ୍କୁ ବିବତ୍ସ କରିଦେଇପାରେ । ଏ କାହାଣୀ ଶୁଣିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରୀ ଉଠିବ । ଏପରି କାହାଣୀ ଶୁଣିଲେ ନିଜ କାନ ଉପରେ ମଧ୍ୟ ବିଶ୍ଵାସ ହେବନାହିଁ । ଭଗବାନ ଆଜି ଗୋଟିଏ ପରିବାରକୁ ଧର୍ମ ସଙ୍କଟରେ ପକେଇଦେଲେ । ଜଣେ ମାକୁ ହସିବା ସହ କାନ୍ଦିବା ପାଇଁ ମଧ୍ୟ ବାଧ୍ୟ କରିଦେଲେ । ସେ ମା ଏବେ ଏପରି ଅବସ୍ଥାରେ ଅଛନ୍ତି ଯେ ହସିବେ କି କାନ୍ଦିବେ କିଛି ଜାଣିପାରୁନାହାନ୍ତି ।

ଗୋଟିଏ ଘରେ ଗୋଟିଏ ଦିନରେ ଦୁଇ ଦୁଇଟି ନିଆଁ ଜଳୁଛି । କଥାରେ ଅଛି, “ଏନ୍ତୁଡି ଶାଳର ନିଆଁ ଆଉ ମଶାଣିର ନିଆଁ, ତା ପାଟିରେ ରହିଛି ଜୀବନ । ଆଉ ସେଥିପାଇଁ ତାର ନା ହେଉଛି ଦୁନିଆଁ । ଅର୍ଥାତ୍ ଦୁଇଟି ନିଆଁ ।” ତାଙ୍କ ଘରେ ଆଜି ଏନ୍ତୁଡ଼ି ଶାଳର ନିଆଁ ଜଳୁଥିବା ବେଳେ ଗାଁ ମଶାଣିରୁ ମଧ୍ୟ ଧୂଆଁ ଉଠୁଛି । ଗୋଟିଏ ଦିନରେ ମା କୋଳ ଶୂନ୍ୟ ହୋଇ ପୁଣିଥରେ କୋଳ ପୂର୍ଣ୍ଣ ହୋଇଛି । ଗୋଟିଏ ସମୟରେ ଘରର ଉତ୍ତରାଧିକାରୀ ଚାଲିଯାଇଛି, ପୁଣି ସେହି ସମୟରେ ଆଉ ଜଣେ ଉତ୍ତରାଧିକାରୀ ଘରକୁ ଆସିଛି ।

ଜୀବନର ଦୁଇ ଦୁଇଟି ପରମ ସତ୍ୟକୁ ଆଜି ସାରା ଗାଁ ଗୋଟିଏ ସମୟରେ ଅନୁଭବ କରୁଛି । ସୁଖ ଆଉ ଦୁଃଖ ସତରେ ଯେ ଦୁଇ ଭାଇ, ତାହା ଏଇ ଦୁଇଭାଇଙ୍କର ଜନ୍ମ ମରଣରୁ ପ୍ରମାଣିତ କରିଦେଉଛି । ଗୋଟିଏ ପଟେ ବଡ଼ପୁଅର ମରଣର ଦୁଃଖ ତ ଅନ୍ୟ ପଟରେ ସାନପୁଅର ଗର୍ଭ ଯନ୍ତ୍ରଣାର କଷ୍ଟ । ଦୁଇ ଦୁଇଟି କଷ୍ଟକୁ ଗୋଟିଏ ମା କେମିତି ବା ସହିବ, କେବଳ କୋଳକୁ ଆସିଥିବା ସାନ ପୁଅର ମୁହଁକୁ ଚାହିଁ ମା ଜଣକ ଧର୍ଯ୍ୟ ଧରିଛନ୍ତି ।

ସାନପୁଅର ଜନ୍ମ ପରେ ବି ମା ଜଣକ ନିଜ ବଡ଼ପୁଅକୁ ଝୁରି ହେଉଛନ୍ତି । କାହିଁକି ନା ସେ ପରା ଜଣେ ମା । ଯେଉଁ ମେଡ଼ିକାଲରେ ନିଜ ତିନି ବର୍ଷିୟ ପୁଅର ଶବ ବ୍ୟବଚ୍ଛେଦ କରାଗଲା, ସେହିଠାରେ ପ୍ରସବ ଯନ୍ତ୍ରଣା ପାଇଁ ମା ମଧ୍ୟ ଭର୍ତ୍ତି ହେଲେ । ଏବେ ଏଇ ମା ଜଣକ ନିଜ ମାତୃତ୍ଵର ଅକଥନୀୟ ଦୁଃଖ ଭୋଗୁଛନ୍ତି ।

ଆଜ୍ଞା ହଁ, ଡେରାବିସ ଅଞ୍ଚଳର ଫାଣ୍ଡି ଅନ୍ତର୍ଗତ ଇନ୍ଦୋର ପଞ୍ଚାୟତ ବାରଗାଡିଆ ଗ୍ରାମରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ସେହି ଗାଁର ସଞ୍ଜୟ ମଲିକଙ୍କ ତିନି ବର୍ଷୀୟ ପୁଅ ଭିକି ମଲ୍ଲିକ ଖେଳୁଥିବା ସମୟରେ ଘର ପଛ ପାଖ ପୋଖରୀରେ ବୁଡି ମରିଥିଲେ । ଦୀର୍ଘ ସମୟ ପରେ ତାଙ୍କୁ ଭାସୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ସେପଟେ ତାଙ୍କ ମା 9 ମାସର ଗର୍ଭବତୀ ଥିବାବେଳେ ପୁଅର ମୃତ୍ୟୁ ଖବର ପାଇ ତାଙ୍କର ମଧ୍ୟ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା ଏବଂ ଗୋଟିଏ ଚିକିତ୍ସାଳୟରେ ମା ଏବଂ ପୁଅ ଭର୍ତ୍ତି ହେବା ଏବଂ ଏପରି ଏକ ଦୁଃଖଦାୟକ ଘଟଣା ସମଗ୍ର ଅଞ୍ଚଳରେ ଏକ ଆଲୋଡନ ସୃଷ୍ଟି କରିଛି ।

odia sambada
Comments (0)
Add Comment