ଷ୍ଟାର୍ଟଅପ ପ୍ଲାନିଂ କରୁଥିବା ଲୋକଙ୍କ ପାଇଁ ଖୁସିଖବର, ସରକାର ଉଠାଇଲେ ଜବରଦସ୍ତ ପଦକ୍ଷେପ,ଜାଣନ୍ତୁ ପୁରା ଖବର

ଷ୍ଟାର୍ଟଅପ ପ୍ଲାନିଂ କରୁଥିବା ଲୋକଙ୍କ ପାଇଁ ଖୁସିଖବର, ସରକାର ଉଠାଇଲେ ଜବରଦସ୍ତ ପଦକ୍ଷେପ,ଜାଣନ୍ତୁ ପୁରା ଖବର

ଷ୍ଟାର୍ଟଅପ କ୍ରେଡିଟ ଗ୍ୟାରେଣ୍ଟି:-

ଷ୍ଟାର୍ଟଅପର ପ୍ଲାନିଂ କରୁଥିବା ଲୋକଙ୍କ ପାଇଁ ଖୁସିର ଖବର। ସରକାର ଷ୍ଟାର୍ଟଅପ ପାଇଁ ଏକ କ୍ରେଡିଟ କାର୍ଡ ଗ୍ୟାରେଣ୍ଟି ଯୋଜନାକୁ ଅଧିସୂଚିତ କରିଛନ୍ତି। ଯାହା ଅନ୍ତର୍ଗତ ଏକ ନିର୍ଦ୍ଧିଷ୍ଟ ସୀମା ପର୍ଯ୍ଯନ୍ତ ମୋର୍ଗେଜ ମାଗଣା ଋଣ ଦିଆଯିବ। ଅର୍ଥାତ ଏହି ଋଣ ପାଇଁ ଆପଣଙ୍କୁ ମୋର୍ଗେଜର ଆବଶ୍ୟକ ହେବ ନାହିଁ।

ସରକାର ଜାରି କରିଲେ ଏହି ଅଧିସୂଚନା:-

ଉଦ୍ଯୋଗ ଓ ଆନ୍ତରିକ ବ୍ୟାପାର ସମ୍ବର୍ଦ୍ଧନ ବିଭାଗ(ଡିପିଆଇଆଇଟି) ଏକ ଅଧିସୂଚନା ଜାରି କରି ଏହି ବିଷୟରେ ସୂଚନା ଦେଇଛି। ଅଧିସୂଚନାରେ କୁହାଯାଇଛିକି ଯୋଗ୍ୟ ଉଧାରକର୍ତ୍ତା ୬ ଅକ୍ଟୋବର କିମ୍ବା ତାପରେ ସ୍ଵୀକୃତ ଋଣ, ଏହି ଯୋଜନା ଅନ୍ତର୍ଗତ ପାତ୍ର ହେବେ। ଅଧିସୂଚନା ଅନୁସାରେ,’କେନ୍ଦ୍ର ସରକାର ଷ୍ଟାର୍ଟଅପ ପାଇଁ ଯୋଗ୍ୟ ଉଧାରକର୍ତ୍ତାଙ୍କୁ ବିତ୍ତପୋଷିତ କରିବା ପାଇଁ ସଦସ୍ୟ ସଂସ୍ଥା(ଏମଆଇ) ଦ୍ଵାରା ଦିଆଯାଇଥିବା ଋଣକୁ କ୍ରେଡିଟ କାର୍ଡ ଗ୍ୟାରେଣ୍ଟି ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ଷ୍ଟାର୍ଟଅପ ପାଇଁ କ୍ରେଡିଟ କାର୍ଡ ଗ୍ୟାରେଣ୍ଟି ଯୋଜନା'(ସିଜିଏସଏସ)କୁ ମଞ୍ଜୁରୀ ଦେଇଛନ୍ତି।’

କଣ ଖାସ ଅଛି ଏହି ଯୋଜନାରେ?:-

ଆପଣଙ୍କୁ ଜଣାଇଦେଉଛୁକି ଏହି ଯୋଜନା ଷ୍ଟାର୍ଟଅପକୁ ଜରୁରୀ ବନ୍ଧକ ମୁକ୍ତ ଋଣ ଅର୍ଥାତ ବିନା ମୋର୍ଗେଜ ଋଣ ଦେବ। ଅର୍ଥାତ ଏମଆଇରେ ବିତ୍ତୀୟ ମଧ୍ୟସ୍ଥ(ବ୍ଯାଙ୍କ, ବିତ୍ତୀୟ ସଂସ୍ଥା, ଏନବିଏଫସି, ଏଆଇଏଫ) ସାମିଲ ଅଛି। ଏହି ଖାସ ଯୋଜନା ଅନ୍ତର୍ଗତ ଏହି ସଂସ୍ଥା ଋଣ ଦେବାର ପାତ୍ର ଅଟେ।

ବିଭାଗ ଦେଲେ ଏହି ବିଷୟରେ ସୂଚନା:-

ଏହି ବିଷୟ ଉପରେ ବିଭାଗ କହିଲେ,’ପ୍ରତି ଉଧାରକର୍ତ୍ତା ଅଧିକତମ ଗ୍ୟାରେଣ୍ଟି କାଭର ୧୦ କୋଟି ଟଙ୍କାରୁ ଅଧିକ ହେବ ନାହିଁ। ଏଠାରେ କଭର କରାଯାଉଥିବା କ୍ରେଡିଟ ସୁବିଧା କୌଣସି ଅନ୍ୟ ଗ୍ୟାରେଣ୍ଟି ଯୋଜନା ଅନ୍ତର୍ଗତ କଭର କରାଯାଏ ନାହିଁ।’ ଆପଣଙ୍କୁ ଜଣାଇଦେଉଛୁକି ଏହି ଯୋଜନା ଅନ୍ତର୍ଗତ ଭାରତ ସରକାର ଏକ ଟ୍ରଷ୍ଟ କିମ୍ବା ଫଣ୍ଡର ସ୍ଥାପନା କରିବେ। ଯାହାର ଉଦ୍ଦେଶ୍ୟ ପତ୍ର ଉଧାରକର୍ତ୍ତାଙ୍କୁ ଦିଆଯାଇଥିବା ଋଣର ସ୍ଥିତିରେ ଭୁଗାତାନର ଗ୍ୟାରେଣ୍ଟି ଦେବ। ଏହି ଫଣ୍ଡର ପ୍ରବନ୍ଧନ ଆନ୍ତର୍ଜାତୀୟ କ୍ରେଡିଟ ଗ୍ୟାରେଣ୍ଟି ଟ୍ରଷ୍ଟି କମ୍ପାନୀ ଲିମିଟେଡ ବୋର୍ଡ ଦ୍ଵାରା କରାଯିବ।

odia sambada
Comments (0)
Add Comment