5G ନାଁ ରେ ଚାଲିଛି ଠକେଇ, ଏହି ଠକେଇରେ ଫସିଲେ ଅନେକ ଲୋକ।

ଭାରତରେ ଆରମ୍ଭ ହୋଇଗଲା ଟେଲିକମ କ୍ଷେତ୍ରରେ ଏକ ନୂଆ ବିପ୍ଲବ ସୃଷ୍ଟି । ଦେଶରେ ଶୁଭାରମ୍ଭ ହେଲା ବହୁ ପ୍ରତୀକ୍ଷିତ ୫ଜି ସେବା । କିନ୍ତୁ ଏବେ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଏଥିରୁ ୪ଜି ତୁଳନାରେ କେତେ ଅଧିକ ଲାଭ କେତେ ମିଳିବ । ତେବେ ଲାଭ କେତେ ମିଳିବ ଜଣା ନାହିଁ କିନ୍ତୁ ୫ ଜି ସେବାକୁ ନେଇ ସାଇବର କ୍ରାଇମ୍ ବଢ଼ି ଗଲାଣି । ଦେଶର ଅନ୍ୟତମ ପ୍ରମୁଖ ଟେଲିକମ୍‌ କମ୍ପାନି ରିଲାଏନ୍ସ ଜିଓ ନିଜର ୫ଜି ସର୍ଭିସ ଘୋଷଣା କରିସାରିଛି ।

ଆଜି କମ୍ପାନୀ ୪ଟି ସହରରେ ୫ଜି ସର୍ଭିସ ଲଞ୍ଚ କରିବ । ଏହି ସର୍ଭିସର ଫାଇଦା ଆପଣମାନେ ମଧ୍ୟ ଉଠାଇ ପାରିବେ । କମ୍ପାନୀ ଏହି ସର୍ଭିସ ସହିତ ୱେଲକମ ପ୍ଲାନର ମଧ୍ୟ ଘୋଷଣା କରିଛି । ତେବେ ଦେଶରେ ୫ଜି ବ୍ୟବହାର ପରେ ଅନେକ ଲୋକଙ୍କ ଆକାଉଣ୍ଟ କ୍ଷଣକରେ ସଫା ହୋଇ ଯାଉଥିବା ନେଇ ଅଭିଯୋଗ ଆସିଛି । ଏଥିନେଇ ଦେଶର ବିଭିନ୍ନ ଅଂଚଳରୁ ଅଭିଯୋଗ ଆସିଥିବାର ଦେଖିବାକୁ ମିଳିଛି । ଆଉ ବର୍ତମାନ ହାଇଦ୍ରାବାଦ ପୋଲିସ୍ ଲୋକଙ୍କୁ ସତର୍କ ରହିବାକୁ କହିଛି ।

ପ୍ରଧାନମନ୍ତ୍ରୀ ମୋଦି ଗତ ସପ୍ତାହରେ ଭାରତୀୟ ମୋବାଇଲ୍ କଂଗ୍ରେସ ୨୦୨୨ରେ ଭାରତରେ ୫ଜି ମୋବାଇଲ୍ ନେଟୱର୍କ ଲଞ୍ଚ କରିଥିଲେ । ଏୟାରଟେଲ ଜଓ ଏସବୁ କମ୍ବାନି ୫ଜି ସେବା ଆରମ୍ଭ କରିଛି । ଦେଶର ୮ ପ୍ରମୁଖ ସହରରେ ଏହି ସେବା କାର୍ଯ୍ୟକାରୀ ହୋଇଛି । ତେବେ ହାଇଦ୍ରାବାଦ୍ ସାଇବର କ୍ରାଇମ୍ ୱିଙ୍ଗ ବର୍ତମାନ ଏକ ନୂଆ ଠକେଇ ବିଷୟରେ ଲୋକ ମାନଙ୍କୁ ଚେତାବନୀ ଦେଇଛି । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ୫ଜି ନାମରେ ଠକ ମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛନ୍ତି ।

ପ୍ରଥମେ ସେମାନେ ମୋବାଇଲ୍ କୁ ଏକ ଲିଙ ପଠାଉଛନ୍ତି ଆଉ ତା ଉପରେ କ୍ଲିକ୍ କରିବାକୁ କହୁଛନ୍ତି । ୪ଜି ରୁ ୫ଜି କୁ ଅପଗ୍ରେଟ କରିବା ଆଳରେ ବ୍ୟାଙ୍କରୁ ଟଙ୍କା ନେଇ ଯାଉଛନ୍ତି । ତେବେ ଲୋକମାନେ ମଧ୍ୟ ଏହା ସରକାରୀ ମେସେଜ ବୋଲି ଭାବି ଉତ୍ସାହର ସହ ଏହି ଲିଙ୍କରେ କ୍ଲିକ୍ କରୁଛନ୍ତି । କିନ୍ତୁ ବାସ୍ତବରେ ଏହି ଲିଙ୍କ ମାଧ୍ୟମରେ ସାଇବର ଅପରାଧୀ ମାନେ କେବଳ ଫୋନ୍ ହ୍ୟାକ କରୁ ନାହାନ୍ତି ବରଂ ତଥ୍ୟ ଚୋରି କରି ନେଉଛନ୍ତି । ତେଣୁ ଠକାମୀଠାରୁ ସାବଧାନ ରୁହନ୍ତୁ ।

odia sambada
Comments (0)
Add Comment