ଇନଷ୍ଟାଗ୍ରାମରେ ଫଲୋର ପାଇଁ କଲା ମୃତ୍ୟୁ ରଚନା ! ଦିଲ୍ଲୀରେ ନାବାଳିକା ଯୁବତୀ କଲା ବନ୍ଧୁଙ୍କ ହତ୍ୟା

ଉତ୍ତର ବାହାରୀ ଦିଲ୍ଲୀ ଅଞ୍ଚଳରେ ଜଣେ ଯୁବକଙ୍କ ହତ୍ୟା ମାମଲାରେ ଆଶ୍ଚର୍ଯ୍ୟର ଖୁଲାସା ହୋଇଛି|ପୋଲିସ ଦାବି କରିଛନ୍ତି ଯେ ଏଥିରେ ଜଣେ ନାବାଳିକା ଯୁବତୀଙ୍କ ହାତ ରହିଛି| ସେ ପ୍ଲାନ ବନାଇଲା ନିଜ ଭାଇ ଓ ଦୁଇ ଦୋସ୍ତ ସହାୟତାରେ ଯୁଵକକୁ ମାରପିଟ୍ ପରେ ହତ୍ୟା କରିଥିଲେ|ଏହି ଘଟଣା ପଛରେ ଇନଷ୍ଟାଗ୍ରାମ ଫଲୋୟର ସଂଖ୍ୟା ବୃଦ୍ଧି ଆଶଙ୍କା କରାଯାଉଛି|

ପୋଲିସ ଘଟଣାସ୍ଥଳରେ ପହଂଚି ପଚରାଉଚରା କରିଛି|ପୋଲିସ ନାବାଳିକା ଯୁବତୀ,ତା ଭାଇ ଜଣେ ବନ୍ଧୁଙ୍କୁ ଗିରଫ କରିବା ବେଳେ ଆଉଜଣେ ଫେରାର ହୋଇଯାଇଛନ୍ତି|ସମସ୍ତେ ନାବାଳିକ ଓ ବୁଧବାର ଏହା ଘଟାଇଛନ୍ତି|

ପ୍ରାରମ୍ଭିକ ଯାଞ୍ଚ ଅନୁସାରେ ଏଥିରେ ଦୁଇଟି କାରଣ ଆସୁଛି ଗୋଟିଏ ଇନଷ୍ଟାଗ୍ରାମରେ ଫଲୋୟର ସଂଖ୍ୟା ବୃଦ୍ଧି ନେଇ ବିବାଦ ବା ନାବାଳକ ଯୁବତୀ ଓ ତା ବନ୍ଧୁଙ୍କ ସହ କୈାଣସି ପୁରୁଣା ଘଟଣାକୁ ନେଇ ହୋଇପାରେ|ପୋଲିସ ତଦନ୍ତ ଜାରି ରଖିଛି|

ପୋଲିସ କହିଛି ଯେ ମୃତକ ସାହିଲର ବନ୍ଧୁତା ୧୭ ବର୍ଷିୟା ନାବାଳିକା ଯୁବତୀ ସହ ଥିଲା|ଏହି ଯୁବତୀ ତା ମୃତ୍ୟୁ ଘଟାଇଛି|ବୁଧବାର ରାତିରେ ଯୁବତୀ ଦୁଇ ବନ୍ଧୁ ଓ ଭାଇ ସାହାଯ୍ୟରେ ସାହିଲକୁ ହତ୍ୟା କରିଛନ୍ତି|ସାହିଲ ଗଳାରେ ଛୁରୀର ଚିହ୍ନ ରହିଛି|

ପୋଲିସ ଏଥିରେ ଧାରା ୩୦୨ ଅନ୍ତର୍ଗତ ଏଫ୍ଆଇଆର ଦାଖଲ କରି ତିନି ନାବାଳକକୁ ଗିରଫ କରିଛି|ତାଙ୍କ ପାଖରୁ ଛୁରୀ ଜବତ କରିଛି|ପୋଲିସ ଦାବି କରିଛି ଯୁବତୀ ହତ୍ୟା ପାଇଁ ଭାଇ ଓ ବନ୍ଧୁଙ୍କ ସାହାଯ୍ୟ ନେଇଥିଲେ|ପୁଣି ପ୍ଲାନ ଅନୁସାରେ ଦଶହରା ରାତିରେ ସେମାନେ ସାହିଲକୁ ଡକାଇ ଛୁରୀରେ ଗଭୀର ଆଘାତ କରି ହତ୍ୟା କରିଥିଲେ|

odia sambada
Comments (0)
Add Comment