ସ୍ବାମୀ ଆଗରେ ଅର୍ଚ୍ଚନା ଗେଷ୍ଟମାନଙ୍କୁ ଟାଣି ନେଉଥିଲେ ସିଧା ବେଡ଼ରୁମକୁ,ବାହାରେ ଜଗୁଥିଲା ସ୍ବାମୀ,ଆଉ ଭିତରେ ହେଉଥିଲା ଖେଳ

ଅର୍ଚ୍ଚନାଙ୍କ ମଥାରେ ସିନା ସିନ୍ଦୂର ଅଛି, କିନ୍ତୁ ସମ୍ପର୍କ ଅନେକ ଲୋକଙ୍କ ସହ ଅଛି । ଅର୍ଚ୍ଚନା ବଡବଡିଆଙ୍କୁ ନିଜ ସୁନ୍ଦରତାରେ ଫସାଉଥିଲେ ଏବଂ ତାପରେ ସିଧା ବେଡ଼ରୁମକୁ ଡ଼ାକି ନେଉଥିଲେ । ସବୁବେଳେ ବେଡ଼ରୁମ ସୁସଜ୍ଜିତ ହୋଇ ରହୁଥିଲା ଏବଂ ଏଥିରେ ତାଙ୍କ ସହ ତାଙ୍କ ସ୍ଵାମୀ ମଧ୍ୟ ସାମିଲ ଥିଲେ । ସ୍ଵାମୀ ସ୍ତ୍ରୀ ମିଶି ସବୁ ପ୍ଲାନ୍ କରୁଥିଲେ । କିଛି ନେତା ଏବଂ କିଛି ପ୍ରଡ୍ୟୁସର୍ ମଧ୍ୟ ଏଥିରେ ସାମିଲ ଥିବାର ଜଣାପଡ଼ିଛି ।

ତେବେ ଅର୍ଚ୍ଚନାଙ୍କ ଘର ଏକ ବିଳାସପୂର୍ଣ୍ଣ ରାଜମହଲ ଠାରୁ କମ୍ ନୁହେଁ । ତାଙ୍କ ଘରେ କୋଟି କୋଟି ଟଙ୍କାର ଜିନିଷ ରହିଛି । ଅତି ରାଜକୀୟ ଢଙ୍ଗରେ ଘରକୁ ସଜାଯାଇଛି । ଆଉ ଏ ଘରେ ଅନେକ ଫିଲ୍ମ ମଧ୍ୟ କରାଯାଇଛି । ଆଉ ଅର୍ଚ୍ଚନା ଏଇ ରାଜକୀୟ ମହଲରେ ହିଁ ରହୁଛନ୍ତି । ଅର୍ଚ୍ଚନା ବଡବଡିଆଙ୍କୁ ଫସାଇବା ପରେ ନିଜ ଘରକୁ ଡାକୁଥିଲେ ଏବଂ ଘରକୁ ଆସିବାପରେ ନିଜ ସ୍ବାମୀ ସାମ୍ନାରେ ବେଡ଼ରୁମକୁ ଡ଼ାକି ନେଉଥିଲେ । ଆଉ ଏପଟେ ସ୍ବାମୀ ସବୁ ଜାଣନ୍ତି, କିନ୍ତୁ କିଛି ନ ଜାଣିବା ପରି ଅଭିନୟ କରନ୍ତି । ଆଉ ଅର୍ଚ୍ଚନା ଗେଷ୍ଟ ମାନଙ୍କ ସହ ଶାରୀରିକ ସଂପର୍କ ରଖିଥିବା ଜଣାପଡିଛି ।

ତାପରେ ଶାରୀରିକ ସଂପର୍କ ରଖିବାରେ ବେଡ଼ରୁମରେ ଲଗାଇଥିବା ସିସିଟିଭି ଫୁଟେଜରେ ସବୁ ଭିଡିଓ କଏଦ ହୋଇଯାଏ ଏବଂ ସେହି ଭିଡିଓକୁ ନେଇ ଅର୍ଚ୍ଚନା ପରବର୍ତ୍ତୀ ସମୟରେ ବ୍ଲାକମେଲ କରୁଥିଲେ । ତେବେ ଅର୍ଚ୍ଚନା ବିବାହିତା ଥାଇ ମଧ୍ୟ ଅନ୍ୟ ଲୋକଙ୍କୁ ନିଜ ସୁନ୍ଦରତା ଜାଲରେ ଫସାଇ ପାରୁଥିଲେ । କାହା ସହ ଫେସବୁକରେ ମିଶୁଥିଲେ ତ ଆଉ କାହା ସହ ଇନ୍ଷ୍ଟାଗ୍ରାମରେ । ଆଉ ସମ୍ପର୍କ ବାନ୍ଧି ହେବାପରେ ସିଧା ଏଇ ରାଜପ୍ରସାଦକୁ ଡାକୁଥିଲେ । ଯେଉଁଠି ଅର୍ଚ୍ଚନା ନିଜ ରୁମକୁ ସଜାଇଥାନ୍ତି ।

ନିଜ ଘରକୁ ଡାକିବା ପରେ ଗେଷ୍ଟ ସିଧା ବେଡ଼ରୁମକୁ ଧାଇଁ ଯାଉଥିଲେ । ତାପରେ ବେଡ଼ରୁମରେ ଶାରୀରିକ ସମ୍ପର୍କ ରଖିବାପରେ ବ୍ଲାକମେଲିଙ୍ଗ ଆରମ୍ଭ ହୋଇଯାଉଥିଲା । ଆଜ୍ଞା ହଁ, ବେଡ଼ରୁମରେ ସିସିଟିଭି ସେଟ୍ କରାଯାଇଥିଲା, ଆଉ ସେଥିରେ ବଡବଡିଆଙ୍କ ଉଲଗ୍ନ ଚିତ୍ର କଏଦ ହୋଇଯାଉଥିଲା । ଯାହାକି ଅର୍ଚ୍ଚନାଙ୍କ ସହ ସମ୍ପର୍କ ରଖିଥିବାର ଦୃଶ୍ୟ ଥିଲା । ତାପରେ ଭିଡିଓକୁ ଭାଇରାଲ କରିଦେବେ କହି ବଡବଡିଆ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଆଉ ସେହି ଲୁଟ ଟଙ୍କାରେ ଅର୍ଚ୍ଚନା କୁଆଡେ ଏତେ ବଡ ସାମ୍ରାଜ୍ୟ ଠିଆ କରିଥିଲେ । ଅର୍ଚ୍ଚନାଙ୍କ ଗୁମର ଗୋଟିଏ ପରେ ଗୋଟିଏ ବାହାରକୁ ଆସିବାରେ ଲାଗିଛି । ତେବେ ଦେଖିବାର ଅଛି ଯେ ଆଗକୁ ଆଉ କଣ କଣ ଗୁମର ଫିଟୁଛି ।

odia sambada
Comments (0)
Add Comment