ମୋ ପୁଅ ଯାହା କରୁଛି କରୁ, ମୋର ଟଙ୍କା ଅଛି ମୁମ୍ବାଇ ପଠାଇଦେବି

ଆଜିକୁ ଦୁଇମାସ ହେବ ଦୀପିକା ନିଜ ପ୍ରେମିକଙ୍କ ଘର ଆଗରେ ଧାରଣାରେ ବସିଛନ୍ତି । ବର୍ତ୍ତମାନ ଦୀପିକାଙ୍କ ପ୍ରେମିକଙ୍କ ବାପାମାଆ ମିଡ଼ିଆ ସାମ୍ନାକୁ ଆସି ଏପରି କିଛି କହୁଥିବାର ଶୁଣିବାକୁ ମିଳିଛି । ତାଙ୍କ ପ୍ରେମିକଙ୍କ ବାପାମାଆ କହୁଛନ୍ତି ଯେ ” ମୋର ଦଶଟା ଘର ଅଛି, କାହାର କଣ୍ କରିବାର ଅଛି କରିକି ଦେଖାଅ । ମୁଁ ବମ୍ବେ ଗଲେ ମୋ ପକେଟରେ ଲୋକମାନେ ଆସି ପଇସା ପୁରାଇ ଦେବେ । କାହାର କଣ୍ କରିବାର ଅଛି କରିକି ଦେଖାଅ । ଦିନେଶ ଏହି ବ୍ରହ୍ମପୁରରେ ଅଛି, ଏହି ସାହିରେ ଅଛି, କାହାର ଦମ୍ ଅଛି ତାକୁ ବାହାର୍ କରି ଦେଖାଅ । ଏହି ସାହିରେ ମୋର୍ ପାଞ୍ଚଟା ଘର ଅଛି, ମୋ ପୁଅ ଦିନେଶ ଯାହା କରୁଛି କରୁ । ସେ ଏଇଠି ଅଛି, କାହାର ଦମ୍ ଅଛି ବାହାର୍ କରି ଦେଖାଅ ।”

ବର୍ତ୍ତମାନ୍ ପୁଅକୁ ସୁରକ୍ଷା ଦେଇ ଏପରି କିଛି କହୁଥିବାର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହଉ ଠିକ ଅଛି, କାହାର ଦମ୍ ନାହିଁ ତୁମ ପୁଅ ପାଖରେ ପହଞ୍ଚିବା ପାଇଁ । କାହାର ଦମ୍ ନାହିଁ, ତୁମ ପୁଅକୁ ଖୋଜି ବାହାର କରିବାପାଇଁ । ଆଉ ହଁ କାହାର ଦମ୍ ନାହିଁ, ତୁମ ପୁଅ କରିଥିବା ଭୁଲର ଦଣ୍ଡ ଦେବାପାଇଁ । କାରଣ ତୁମ ପାଖରେ ଯଥେଷ୍ଟ ପଇସା ଅଛି । ତୁମ ପୁଅକୁ ଦଣ୍ଡମୁକ୍ତ କରିବାପାଇଁ । ଆଉ ତୁମ ପାଖରେ ଯଥେଷ୍ଟ ଘର ଅଛି, ତୁମ ପୁଅକୁ ଲୁଚେଇ ରଖିବାପାଇଁ । ଯଥେଷ୍ଟ ଟଙ୍କା ମଧ୍ୟ ରଖିଛ, ତୁମ ପୁଅକୁ ମୁମ୍ବାଇ ପଠାଇବା ପାଇଁ ।

ଆଉ ତୁମର ଏହି ବ୍ୟବହାର ଦେଖିବାପରେ ସାହି ପଡିଶା ଲୋକେ କହୁଛନ୍ତି ସବୁଦିନ ଏ ଟଙ୍କାର ଗରମ ଆଉ ରହିବ ନାହିଁ । ଆଉ ସବୁଦିନ ଏ ଟଙ୍କାର ଗର୍ବ ରହିବ ନାହିଁ । ସମୟ ଥାଉ ଥାଉ ଏ ସମସ୍ୟାକୁ ସମାଧାନ କରିବାକୁ ଅଣ୍ଟା ଭିଡ ଏବଂ ବାପାମାଆଙ୍କ କର୍ତ୍ତବ୍ୟ କର । ବାପାମାଆ ହିସାବରେ ପୁଅ ଯଦି ଭୁଲ କରିଛି ତାକୁ ବୁଝାଅ । ଅବାଟରେ ଯାଉଥିବା ପୁଅକୁ ବାଟକୁ ଆଣ ।

ଏହା ସହିତ ଦୀପିକା ଉଠାଇଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବାପାଇଁ ଚେଷ୍ଟା କର । ଦିନେଶ ଆଉ ଦୀପିକାଙ୍କୁ ଏକାଠି କର ଏବଂ ସାମନାସାମନି କର । ବାପାମାଆଙ୍କ କର୍ତ୍ତବ୍ୟ କର । ନିରପେକ୍ଷ ଭାବରେ ଦିନେଶ ଯେମିତି ଆପଣଙ୍କର ପୁଅ, ଠିକ୍ ସେମିତି ଦୀପିକା ଝିଅ ବୋଲି ଭାବି ଆପଣ ବିଚାର କର । ଆଉ ତାପରେ ଆପଣଙ୍କ ହୃଦୟ ଆଉ ଆତ୍ମା ଯାହା କହିବ ସେୟା କରିବେ । କିନ୍ତୁ ଏପରି କରିବା ବଦଳରେ ଆପଣ ଟଙ୍କାର ଗରମ ଦେଖାଉଛନ୍ତି । ଆପଣଙ୍କର ଦଶ ଦଶଟା ଘର ଅଛି ବୋଲି ଦମ ଦେଖାଉଛନ୍ତି ।

odia sambada
Comments (0)
Add Comment