ଭାରତ ବନାମ ଦକ୍ଷିଣ ଆଫ୍ରିକା : ପ୍ରଥମ ଦିନକିଆରେ ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା,ହାରିବାର କାରଣ କହିଲେ ଅଧିନାୟକ ଶିଖର…

ଭାରତୀୟ ଦଳକୁ ସିରିଜର ପ୍ରଥମ ଦିନକିଆରେ ଦକ୍ଷିଣ ଆଫ୍ରିକା ୯ ରନରେ ପରାସ୍ତ କରିଦେଇଛି। ଲକ୍ଷ୍ନୌରେ ଖେଳାଯାଇଥିବା ଏହି ମ୍ୟାଚରେ ବର୍ଷା ବାଧା ସୃଷ୍ଟି କରିବାକୁ ମ୍ୟାଚକୁ ୪୦-୪୦ ଓଭରର କରାଯାଇଥିଲା। ଅତିଥି ଦଳ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୪୦ ଓଭର ମଧ୍ୟରେ ୪ଟି ୱିକେଟରେ ୨୪୯ ରନ କରିଲେ, ଯାହା ପରେ ଭାରତ ୮ ୱିକେଟ ହରାଇ ୨୪୦ ରନ କରିଲେ। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ଦଳ ତିନୋଟି ମ୍ୟାଚ ସିରିଜରେ ୧-୦ ଆଗୁଆ ଅଛି। ଅଧିନାୟକ ସମ୍ଭାଳୁ ଥିବା ଅନୁଭବୀ ଓପନର ଶିଖର ଧାବନ ପରାଜୟର କାରଣ ଉପରେ ଚର୍ଚ୍ଚା କରିଲେ।

ସଞ୍ଜୁ ଓ ଶ୍ରେୟସଙ୍କ ପ୍ରୟାସ, ତାପରେ ମଧ୍ୟ ହେଲା ପରାସ୍ତ:-

୨୫୦ ରନର ଲକ୍ଷ୍ୟ ପିଛା କରୁଥିବା ଭାରତୀୟ ଦଳ ପାଇଁ ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଓ ଶ୍ରେୟସ ଅୟର ଅର୍ଦ୍ଧଶତକ କରିଲେ। ସଞ୍ଜୁ ୬୩ଟି ବଲରେ ୯ଟି ଚୌକା ଓ ୩ଟି ଛକା ସାହାଯ୍ୟରେ ୮୬ ରନ କରିଲେ। ଏହା ପରେ ଭାରତୀୟ ଦଳକୁ ପରାଜୟ ମିଳିଥିଲା। ବର୍ଷା କାରଣରୁ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ବିଳମ୍ବ ହୋଇଥିଲା ଓ ଯେଉଁଥିପାଇଁ ୪୦-୪୦ ଓଭର କରାଯାଇଥିଲା। ଅତିଥି ଦଳ ପାଇଁ ଦୃତ ବୋଲର ଲୁଙ୍ଗୀ ଏଙ୍ଗିଡି ୩ ୱିକେଟ ନିଜ ନାମରେ କରିଲେ।

ହାରିବା ଉପରେ ଏହା କହିଲେ ଧାବନ:-

ଅଧିନାୟକ ଶିଖର ଧାବନ ପରାଜୟ ପରେ ଦଳର ଖେଳାଳିଙ୍କର ମନୋବଳ ବଢାଇଲେ। ସେ ଏହା ସହିତ ଭାରତୀୟ ଦଳର ଫିଲଡିଙ୍ଗ ଉପରେ ଟାର୍ଗେଟ କରିଲେ। ଧାବନ କହିଲେକି,’ଦଳ ଯେଉଁପରି ଖେଳ ଦେଖାଇଲା, ସେଥିରୁ ସେ ବହୁତ ଗର୍ଭ ଅନୁଭବ କରନ୍ତି। ଆମକୁ ଭଲ ଆରମ୍ଭ ମିଳିନଥିଲା, ଯେଉଁପରି ଶ୍ରେୟସ, ସାମସନ ଓ ଶାର୍ଦ୍ଦୁଳ ବ୍ୟାଟିଂ କରିଲେ, ତାହା ଶାନଦାର ଥିଲା। ଆମେ ଆରମ୍ଭରେ ବହୁତ ରନ ଦେଇଦେଲୁ। ଫିଲଡିଙ୍ଗ ବହୁତ ଭଲ ନଥିଲା, କିନ୍ତୁ ଏହା ଆମ ପାଇଁ ଶିଖିବାର ଏକ ଭଲ ଅନୁଭବ ଥିଲା।’

କ୍ଲାସେନ ହେଲେ ମ୍ୟାନ ଅଫ ଦ ମ୍ୟାଚ:-

ହେନରିକ କ୍ଲାସେନଙ୍କୁ ମ୍ୟାନ ଅଫ ଦ ମ୍ଯାଚ ଚୟନ କରାଗଲା। ସେ ୫ ନମ୍ବରରେ ବ୍ୟାଟିଂ କରି ୬୫ ବଲରେ ୬ଟି ଚୌକା ଓ ୨ଟି ଛକା ସାହାଯ୍ୟରେ ୭୪ ରନ କରି ନଟଆଉଟ ଫେରିଲେ। ଏହା ବ୍ଯତୀତ ଡେଭିଡ ମିଲର ୬୩ ବଲରେ ୫ଟି ଚୌକା ଓ ୩ଟି ଛକା ପିଟି ନଟଆଉଟ ୭୫ ରନର ଯୋଗଦାନ ଦେଲେ। ଦୁଇଜଣ ୫ ନମ୍ବର ୱିକେଟ ପାଇଁ ୧୩୯ ରନର ପାର୍ଟନରସିପ କରିଲେ।

odia sambada
Comments (0)
Add Comment