Flipkart Big Dussehra Sale: 150 ଟଙ୍କାରୁ କମ୍ ମୂଲ୍ୟରେ କିଣନ୍ତୁ Samsung ର 24 ହଜାର ଟଙ୍କାର 5G ସ୍ମାର୍ଟଫୋନ୍, ହାତଛଡ଼ା କରନ୍ତୁ ନାହିଁ ଏହି ଅଜବ ଅଫର  

Flipkart Big Billion Days Sale କୁ ଶେଷ ହେବାର ମାତ୍ର କିଛି ଦିନ ହୋଇଛି ଏବଂ ବର୍ତ୍ତମାନ ଏହି ଅନଲାଇନ୍ ସପିଙ୍ଗ ପ୍ଲାଟଫର୍ମରେ ଆଉ ଗୋଟିଏ ସେଲର ଆରମ୍ଭ ହୋଇଯାଇଛି । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଅକ୍ଟୋବର 5 ତାରିଖ 2022 ରୁ ଫ୍ଲିପକାର୍ଟରେ ଗୋଟିଏ ବିଶେଷ ଦଶହରା ସେଲ, ଫ୍ଲିପକାର୍ଟ ବିଗ ଦଶହରା ସେଲ ଚାଲିବ, ଯାହା ଅକ୍ଟୋବର 8 ତାରିଖ 2022 ପର୍ଯ୍ୟନ୍ତ ଲାଇଭ ରହିବ । ଏହି ସେଲରେ ଆପଣଙ୍କୁ ସ୍ମାର୍ଟଫୋନ୍ ସହିତ ଅନେକ ଗୁଡ଼ିଏ ପ୍ରଡକ୍ଟ ଏବଂ ଏପରିକି ଫ୍ଲାଇଟ ଟିକେଟ ମଧ୍ୟ ଶସ୍ତାରେ ମିଳିଯିବ । ଆସନ୍ତୁ ଜାଣିବା ଯେ ଏହି ସେଲରୁ ଆପଣ ସାମସଙ୍ଗର 5G ସ୍ମାର୍ଟଫୋନ୍, Samsung Galaxy F23 5G କୁ 150 ଟଙ୍କାରୁ କମ୍ ମୂଲ୍ୟରେ କିପରି କିଣି ପାରିବେ, ଯେପରିକି ଏହାର ପ୍ରକୃତ ମୂଲ୍ୟ 23,999 ଟଙ୍କା ଅଟେ ।

ଶସ୍ତାରେ କିଣନ୍ତୁ ସାମସଙ୍ଗର 5G ସ୍ମାର୍ଟଫୋନ୍ :-

ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଏଠାରେ Samsung Galaxy F23 5G ବିଷୟରେ କହୁଛୁ, ଯାହା 6GB RAM ଏବଂ 128GB ର ଷ୍ଟୋରେଜ ସହ ଆସିଥାଏ । ଏହି ସ୍ମାର୍ଟଫୋନର ମୂଲ୍ୟ 23,999 ଟଙ୍କା ଅଟେ । କିନ୍ତୁ ଫ୍ଲିପକାର୍ଟ ବିଗ ଦଶହରା ସେଲରେ ଏହି ସ୍ମାର୍ଟଫୋନକୁ 41% ଡିସକାଉଣ୍ଟ ପରେ 13,999 ଟଙ୍କାରେ ବିକ୍ରି କରାଯାଉଛି । ଏହାକୁ କିଣିବା ସମୟରେ ଯଦି ଆପଣ HDFC Bank ର କ୍ରେଡିଟ କିମ୍ବା ଡେବିଟ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କୁ 500 ଟଙ୍କାର ଡିସକାଉଣ୍ଟ ମିଳିଯିବ, ଯାହା ପରେ ଆପଣଙ୍କ ପାଇଁ ଏହି ଫୋନର ମୂଲ୍ୟ 13,499 ଟଙ୍କା ହୋଇଯିବ ।

150 ଟଙ୍କାରୁ କମରେ ମିଳୁଛି Samsung Galaxy F23 5G :-

Samsung Galaxy F23 5G କୁ କିଣିବା ସମୟରେ ବେଶିକ ଡିସକାଉଣ୍ଟ ଏବଂ ବ୍ୟାଙ୍କ୍ ଅଫର ବ୍ୟତୀତ ଆପଣ ଏକ୍ସଚେଞ୍ଜ ଅଫରର ମଧ୍ୟ ଲାଭ ନେଇପାରିବେ । କୁହାଯାଉଛି ଯେ 13,499 ଟଙ୍କାରେ ମିଳୁଥିବା ଏହି 5G ସ୍ମାର୍ଟଫୋନକୁ ନିଜ ପୁରୁଣା ଫୋନ୍ ବଦଳରେ କିଣି ଆପଣ 13,350 ଟଙ୍କା ପର୍ଯ୍ୟନ୍ତ ବଞ୍ଚାଇପାରିବେ । ଏହି ଏକ୍ସଚେଞ୍ଜ ଅଫରର ଯଦି ସମ୍ପୂର୍ଣ୍ଣ ଲାଭ ମିଳିଯାଏ, ତେବେ ଆପଣ Samsung Galaxy F23 5G କୁ 149 ଟଙ୍କାରେ ଘରକୁ ନେଇଯାଇ ପାରିବେ ।

Samsung Galaxy F23 5G ର ଫିଚର :-

6GB RAM ଏବଂ 128GB ଷ୍ଟୋରେଜ ବାଲା ଏହି ସ୍ମାର୍ଟଫୋନରେ 6.6- ଇଞ୍ଚର ଫୁଲ ଏଚଡି+ ଡିସପ୍ଲେ, 120Hz ର ରିଫ୍ରେଶ୍ ରେଟ ଏବଂ 5000mAh ର ବ୍ୟାଟେରୀ ଦିଆଯାଉଛି । ଏହି 5G ଫୋନ୍ 25W ର ଫାଷ୍ଟ ଚାର୍ଜିଂ ସପୋର୍ଟ ସହ ଆସିଥାଏ । Qualcomm Snapdragon 750G ପ୍ରସେଶର ଉପରେ କାମ କରୁଥିବା ଏହି ଫୋନରେ ଟ୍ରିପଲ୍ ରିୟର କ୍ୟାମେରା ସେଟଅପ୍ ଦିଆଯାଉଛି, ଯେଉଁଥିରେ 50MP ର ମେନ୍ ସେଂସର୍, 8MP ର ଦ୍ୱିତୀୟ ଏବଂ 2MP ର ତୃତୀୟ ସେଂଶର ସାମିଲ ଅଛି । ଏହି ଫୋନରେ 8MP ର ଫ୍ରଣ୍ଟ କ୍ୟାମେରା ରହିଛି ।

odia sambada
Comments (0)
Add Comment