ବର୍ତ୍ତମାନ ଗୋଟିଏ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି । ସାମ୍ନାକୁ ଆସିଥିବା ଗୋଟିଏ ଫଟୋରେ ଆପଣ ଛଅଜଣ ଭାଇଭଉଣୀଙ୍କୁ ଦେଖିପାରିବେ । ସେମାନେ ସମସ୍ତେ ସମ୍ପର୍କୀୟ ଭାଇଭଉଣୀ ଅଟନ୍ତି । ଆଉ ନଈରେ ଗାଧୋଇବା ପୁର୍ବରୁ ଏମାନେ ସମସ୍ତେ ମିଶି ଗୋଟିଏ ଫଟୋ ଉଠାଇଥିଲେ । ହେଲେ ଏମାନେ କେହି ଜଣେ ବି ଜାଣିନଥିଲେ ଯେ ସେମାନଙ୍କର ଏହି ଫଟୋ ସେମାନଙ୍କ ଜୀବନର ଶେଷ ଫଟୋ ହେବ ।
ମୃତ୍ୟୁର କୋଡରେ କୁନି କୁନି ପିଲା, ଜୀବନ କଣ ଜାଣିବା ପୂର୍ବରୁ ଗଙ୍ଗା ନଈରେ ହେଲା ଛଅ ପିଲାଙ୍କର ସଲିଳ ସମାଧି ହୋଇଗଲା । ଖୁସିର ବାତାବରଣରେ ଛାଇଗଲା ଦୁଃଖର ଲହରୀ । ଉତ୍ତରପ୍ରଦେଶର କାନପୁରିରେ ଛଅଜଣ ଭାଇଭଉଣୀ ବୁଡି ଯାଇ ପ୍ରାଣ ହରାଇବାର ଖବର ଆସିବାପରେ ଏବେ ସବୁଠି ଶୋକାକୁଳ ପରିବେଶ ଅଛି ।
ନଈରୁ ବର୍ତ୍ତମାନ ସୁଦ୍ଧା କେବଳ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅଗ୍ନିଶମ ବିଭାଗ ବାକି ମୃତଦେହକୁ ଖୋଜିବାରେ ଲାଗିଛି । ତେବେ ମୃତ ପୂର୍ବରୁ ସାମ୍ନାକୁ ଆସିଥିବା ଫଟୋକୁ ନେଇ ପରିବାର ଲୋକଙ୍କ ମଧ୍ୟରେ କାନ୍ଦବୋବାଳି ପଡ଼ିଛି ।
ସୂଚନା ଅନୁଯାୟୀ, ପ୍ରଥମେ ନଈରେ ଜଣେ ବୁଡି ଯାଇଥିଲା ଏବଂ ପରେ ତାକୁ ବଞ୍ଚାଇବା ପାଇଁ ସମସ୍ତେ ବୁଡ଼ିଗଲେ । ଅନୁଷ୍କା, ତନୁ, ମନୁ, ଆଂଶିକା, ଅଭୟ ଏବଂ ସୌରଭ ସମସ୍ତେ ଏବେ ନିଖୋଜ ଅଛନ୍ତି । ବର୍ତ୍ତମାନ ସୁଦ୍ଧା କେବଳ ସୌରଭଙ୍କର ଶବ ମିଳିଛି । ଅଗ୍ନିଶମ ବାହିନୀ ବାକି ପିଲାମାନଙ୍କୁ ଖୋଜୁଛି । ସତରେ ବିଜୟା ଦଶମୀ ପରେ ଉତ୍ସବ ଏମିତି ଦୁଃଖ ଆସିବ ବୋଲି ଏମାନଙ୍କ ପରିବାର କେବେ ଭାବି ମଧ୍ୟ ନଥିଲା ।