Cough Syrup Alert: ଆପଣ ମଧ୍ୟ ଏହି କଫ ସିରଫ ପିଇନାହାଁନ୍ତି ତ ? ବିପଦରେ ପଡିପାରେ ଜୀବନ, WHOର ଆଲର୍ଟ ପରେ ଯାଞ୍ଚ୍ ଆରମ୍ଭ

WHO Alert ON Indian medicines: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଗାମ୍ବିଆରେ 66 ପିଲାଙ୍କ ମୃତ୍ୟୁ ପରେ ଏକ ଭାରତୀୟ ଔଷଧ କମ୍ପାନୀର ଚାରୋଟି ଔଷଧକୁ ନେଇ ଚେତାବନୀ ଦେବା ପରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) ମାମଲାର ଯାଞ୍ଚ୍ ଆରମ୍ଭ କରିଛି । ଅଫିସିଆଲ୍ ସୂତ୍ର ଏହି ସୂଚନା ଦେଇଛି । ‘WHO ମେଡିକାଲ୍ ପ୍ରଡକ୍ଟ ଆଲର୍ଟ’ ସେହି ଚାରିଟି ‘ଷ୍ଟାଣ୍ଡାର୍ଡ ଉତ୍ପାଦ’ ପାଇଁ ଜାରି କରାଯାଇଛି, ଯାହା ସେପ୍ଟେମ୍ବର 2022 ରେ ଗାମ୍ବିଆରେ ଚିହ୍ନଟ ହୋଇଥିଲା ଏବଂ WHO କୁ ଏହାର ସୂଚନା ଦିଆଯାଇଥିଲା ।

WHO କହିଛି ଯେ ଷ୍ଟାଣ୍ଡାର୍ଡ ମେଡିକାଲ୍ ଉତ୍ପାଦଗୁଡିକ ଏପରି ଉତ୍ପାଦ ଅଟେ, ଯାହା ସେମାନଙ୍କର ଗୁଣାତ୍ମକ ମାନ କିମ୍ବା ନିର୍ଦ୍ଦିଷ୍ଟତା ପୂରଣ କରେ ନାହିଁ । ଏହି ଚାରୋଟି ଉତ୍ପାଦ ଭାରତୀୟ କମ୍ପାନୀ ‘ମେଡାନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍’ ଦ୍ୱାରା ନିର୍ମିତ ପ୍ରୋମେଥାଜିନ୍ ଓରାଲ୍ ସଲ୍ୟୁସନ୍, କୋଫାକ୍ସମାଲିନ୍ ବେବି କଫ ସିରପ୍, ମେକଫ୍ ବେବି କଫ ସିରପ୍ ଏବଂ ମ୍ୟାଗ୍ରିପ୍ ଏନ କୋଲ୍ଡ ସିରପ୍ ଅଟେ ।

ସରକାରୀ ସୂତ୍ରରୁ ପ୍ରକାଶ ଯେ ମିଳିତ ଜାତିସଂଘର ସ୍ୱାସ୍ଥ୍ୟ ଏଜେନ୍ସି ବର୍ତ୍ତମାନ ସୁଦ୍ଧା ସିଡିଏସସିଓ ସହିତ ଉତ୍ପାଦର ‘ଲେବଲ୍’ ଏବଂ ବିବରଣୀ ସେୟାର କରିନାହିଁ, ଯାହା ଦ୍ଵାରା ଜାଣିହେବ ଯେ ତାର ନିର୍ମାଣ କେଉଁଠାରେ ହୋଇଛି । ସେ କହିଛି ଯେ ତେବେ ଉପଲବ୍ଧ ସୂଚନା ଆଧାରରେ ସିଡିଏସସିଓ ହରିୟାଣାରେ ନିୟାମକ କର୍ତ୍ତୃପକ୍ଷଙ୍କ ସହ ମିଶି ମାମଲାର ଯାଞ୍ଚ୍ ତୁରନ୍ତ ଆରମ୍ଭ କରିଛି ।

ଗୋଟିଏ ଅଫିସିଆଲ୍ ସୂତ୍ର କହିଛି ଯେ, ” ସମସ୍ତ ଜରୁରୀ ପଦକ୍ଷେପ ନିଆଯିବ । ଏକ ଶକ୍ତିଶାଳୀ ନିୟାମକ ପ୍ରାଧିକରଣ ଭାବରେ, WHO କୁ ଅନୁରୋଧ କରାଯାଇଛି ଯେ ସେ ମୃତ୍ୟୁ ମାମଲା ସହ ଜଡିତ କଥିତ ଡାକ୍ତରୀ ଦ୍ରବ୍ୟ ସମ୍ବନ୍ଧରେ ଯଥାଶୀଘ୍ର CDSCO ସହିତ ଏକ ରିପୋର୍ଟ ଏବଂ ଉତ୍ପାଦର ଲେବଲ୍ / ଫଟୋଗ୍ରାଫ୍ ଇତ୍ୟାଦି ଶୀଘ୍ର ସେୟାର କରୁ ।”

ସୂଚନାନୁସାରେ, WHO ସେପ୍ଟେମ୍ବର 29 ରେ ଭାରତର ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲଙ୍କୁ ସୂଚନା ଦେଇଥିଲା ଯେ ତାହା ଗାମ୍ବିଆକୁ ବୈଷୟିକ ସହାୟତା ପ୍ରଦାନ କରୁଛି । WHO ର ମୁଖ୍ୟ କହିଛନ୍ତି ଯେ ଏହି ଉତ୍ପାଦଗୁଡିକ ଏପର୍ଯ୍ୟନ୍ତ କେବଳ ଗାମ୍ବିଆରେ ମିଳିଛି, କିନ୍ତୁ ସେଗୁଡିକ ଅନ୍ୟ ଦେଶକୁ ମଧ୍ୟ ବଣ୍ଟନ କରାଯାଇଥଲା ।

ଡାଏଥାଇଲନ୍ ଗ୍ଲାଇକଲ୍ ଏବଂ ଇଥିଲିନ୍ ଗ୍ଲାଇକଲ୍ ମଣିଷ ପାଇଁ କ୍ଷତିକାରକ :-

WHO ଏକ ପରାମର୍ଶ ଜାରି କରି କହିଛି ଯେ ସବୁ ଦେଶ ଏହା ଦ୍ଵାରା ହେଉଥିବା କ୍ଷତିରୁ ରକ୍ଷା ପାଇବା ପାଇଁ ଏହି ଉତ୍ପାଦ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ଉଚିତ୍ । ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା କହିଛି ଯେ ଡାଏଥାଇଲନ୍ ଗ୍ଲାଇକଲ୍ ଏବଂ ଇଥିଲିନ୍ ଗ୍ଲାଇକଲ୍ ଦ୍ଵାରା ପେଟରେ ଯନ୍ତ୍ରଣା, ବାନ୍ତି, ଝାଡ଼ା, ପରିସ୍ରା କରିବାରେ ଅସୁବିଧା, ମୁଣ୍ଡବିନ୍ଧା, ମାନସିକ ସ୍ଥିତି ପରିବର୍ତ୍ତନ ଏବଂ କିଡନୀରେ ଗୁରୁତର କ୍ଷତି ଘଟାଇପାରେ, ଯାହା ଦ୍ଵାରା ରୋଗୀର ଜୀବନ ମଧ୍ୟ ଯାଇପାରେ ।

odia sambada
Comments (0)
Add Comment