ପର ପୁରୁଷ ପ୍ରେମ ମିଠା : ମୋ ସ୍ତ୍ରୀ ହୋଇ ମୋତେ କେମିତି ଦେଲୁ ଧୋକା, ଶେଷରେ ମୋ ସାଙ୍ଗ ସହ ରଖିଲୁ ଶାରୀରିକ ସଂପର୍କ

ତୋ ପରି ସ୍ତ୍ରୀ ମୋର ଆଉ ଦରକାର୍ ନାହିଁ । ମୋ ସାଙ୍ଗ ସହ ତୁ କେମିତି ଶାରୀରିକ ସମ୍ପର୍କ ରଖିପାରିଲୁ । ମୁଁ ତତେ ସାତଜନ୍ମ ପାଇଁ ସାଥି କରିଥିଲି, ଅଗ୍ନିକୁ ସାକ୍ଷୀ ରଖି ତୋ ମଥାରେ ସିନ୍ଦୂର ଦେଇଥିଲି । ସେପଟେ ସାଙ୍ଗକୁ ବିଶ୍ୱାସ କରିଥିଲି । ସାଙ୍ଗ ତ ଘରକୁ ଆସିଥିଲା, ଆଉ ତୁ ତା ସହ କେମିତି ଶାରୀରିକ ସମ୍ପର୍କ ରଖିଲୁ । ସେ ମୋ ସାଙ୍ଗ ଆଉ ତୁ ମୋର ସ୍ତ୍ରୀ, ଏ ଦୁଇଟି ସମ୍ପର୍କକୁ ମୁଁ ବହୁତ୍ ବଡ ଭାବୁଥିଲି । ହେଲେ ତୁମେ ଦୁହେଁ ମିଶି ମତେ କେମିତି ଧୋକା ଦେଇପାରିଲ । ତୁ ମୋ ସ୍ତ୍ରୀ ହୋଇ ମୋ ସାଙ୍ଗ ସହ କେମିତି ଶାରୀରିକ ସମ୍ପର୍କ ରଖିପାରିଲୁ । ମୁଁ ତତେ ଆଉ କେବେ ବି ଗ୍ରହଣ କରିବି ନାହିଁ । ତୁ ମୋ ଘରୁ ଚାଲି ଯା, ଆଜିଠୁ ତୁ ମୋର ସ୍ତ୍ରୀ ବୋଲି ମୁଁ ଭାବୁନାହିଁ ।

ଜଣେ ମହିଳାଙ୍କୁ ବର୍ତ୍ତମାନ ସ୍ବାମୀ ତାଙ୍କ ଘରୁ କାଢ଼ି ଦେଇଛନ୍ତି, କାରଣ ମହିଳା ତାଙ୍କ ସାଙ୍ଗ ସହ ଶାରୀରିକ ସଂପର୍କ ରଖିଥିଲେ । ଆଉ ଏବେ ତାଙ୍କୁ ନା ବାପଘର ଲୋକେ ଗ୍ରହଣ କରୁଛନ୍ତି ନା ସେହି ସାଙ୍ଗ ଟୁନା ତାଙ୍କୁ ଗ୍ରହଣ କରୁଛି । ଆଉ ଏବେ ମହିଳା ଜଣକ ଯାଇ ଟୁନାଙ୍କ ପିଣ୍ଡାରେ ବସିଛନ୍ତି । ତାଙ୍କ ଘର ଆଗରେ ଧାରଣା ଦେଉଛନ୍ତି ଯେ ମୋ ସ୍ବାମୀ ରଖୁନି କି ମୋ ଘରଲୋକ ରଖୁନାହାନ୍ତି, ଏବେ ତୁ ହିଁ ଗୋଟିଏ ବାଟ । ମୁଁ ଏବେ କଣ୍ କରିବି, ମତେ ନ୍ୟାୟ ଦିଅ କହି ମହିଳା ଚିତ୍କାର କରି କାନ୍ଦୁଛନ୍ତି ।

ଘଟଣାଟି କେନ୍ଦ୍ରାପଡ଼ା ଜିଲ୍ଲା ମର୍ଷାଘାଇ ଅଞ୍ଚଳରେ ଦେଖିବାକୁ ମିଳିଛି । ଟୁନା ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ବାମୀ ସହ ସାଙ୍ଗ ହେଉଥିଲେ । ସ୍ବାମୀଙ୍କ ସହ ସାଙ୍ଗ ହୋଇ ଘରକୁ ଯାଉଥିଲେ । ବସା ଉଠା ସହିତ ଘରେ ଖାଇକି ଆସୁଥିଲେ, କିନ୍ତୁ ସ୍ତ୍ରୀ ଉପରେ ଖରାପ ନଜର ଥିଲା । ସାଙ୍ଗ ହୋଇ ସାଙ୍ଗକୁ ଧୋକା ଦେଲା ଏବଂ ସାଙ୍ଗର ସ୍ତ୍ରୀ ସହ ଶାରୀରିକ ସଂପର୍କ ରଖିଲା । ଯେତେବେଳେ ସ୍ବାମୀ ଘରେ ରହୁନଥିଲେ, ସେତେବେଳେ ଟୁନା ମଉକା ଦେଖି ଘରକୁ ଯାଇ ଶାରୀରିକ ସଂପର୍କ ରଖୁଥିଲା ।

କିନ୍ତୁ ମହିଳା କହିବା ଅନୁଯାୟୀ, ପ୍ରଥମ ଦିନ ଟୁନା ତାଙ୍କ ପାଟି ଉପରେ ହାତ ରଖି ଗୋଡହାତକୁ ଚାପି ଧରି ତାଙ୍କ ସହିତ ଜୋର୍ ଜବରଦସ୍ତି ଶାରୀରିକ ସଂପର୍କ ରଖିଥିଲା । ମହିଳା ଜଣକ କହିଥିଲେ ମୁଁ ଆଉ କଣ କରିପାରି ଥାଆନ୍ତି, ମୁଁ ଅଚେତ୍ ହୋଇ ପଡ଼ିଗଲି ଆଉ ସେ ମୋର ସବୁ ସାରିଦେଲା । ଆଉ ସେଇ ଦିନଠୁ କାହାଣୀ ଆରମ୍ଭ ହେଲା । ତାପରେ ଲଗାତାର ଏପରି ଛଅ ମାସ ପର୍ଯ୍ୟନ୍ତ ସାଙ୍ଗ ଶାରୀରିକ ସମ୍ପର୍କ ରଖିଲା ।

ଆଉ ଏ କଥାଟିକୁ ସ୍ବାମୀ କେମିତି ସହିବ, ଶେଷରେ ସ୍ବାମୀ ଘରୁ ବାହାର କରିଦେଲା । ଆଉ ଏବେ ମହିଲାଜଣକ ଟୁନାଙ୍କ ଘର ଆଗରେ ଯାଇ ବସିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଯେ ଏ ଘଟଣାରେ କି ମୋଡ ଆସୁଛି । ସ୍ବାମୀ ନିଜ ସ୍ତ୍ରୀକୁ ଗ୍ରହଣ କରୁଛି ନା ଟୁନା ବିରୋଧରେ କୌଣସି ପଦକ୍ଷେପ ନିଆଯାଉଛି । କାରଣ ଟୁନା ପରି ସାଙ୍ଗ ଭଗବାନ କାହାକୁ ବି ନ ଦିଅନ୍ତୁ ।

odia sambada
Comments (0)
Add Comment