Jio VS Airtel 5G: ଲଞ୍ଚିଂ ପରେ କେତେ ରହିବ jio 5G ର ମୂଲ୍ୟ, ଜାଣନ୍ତୁ କାହାର ପ୍ଲାନ୍ ସବୁଠାରୁ ଶସ୍ତା ହେବ ?

ଦେଶରେ ଅକ୍ଟୋବର 1 ତାରିଖରୁ ଏକ ନୂତନ ଏବଂ ହାଇ ସ୍ପିଡ୍ ମୋବାଇଲ୍ ଇଣ୍ଟରନେଟ୍ 5G ଯୁଗର ଆରମ୍ଭ ହୋଇଯାଇଛି । ଦିଲ୍ଲୀ, ମୁମ୍ବାଇ ଏବଂ ବାଙ୍ଗାଲୁରୁ ଭଳି ଅନେକ ସହରରେ 5G ସଂଯୋଗ ଆରମ୍ଭ ହୋଇଯାଇଛି । ଏୟାରଟେଲ ପରେ ବର୍ତ୍ତମାନ ଜିଓ ମଧ୍ୟ ଆଜିଠାରୁ 5G ସଂଯୋଗ ଆରମ୍ଭ କରିବାକୁ ଘୋଷଣା କରିଛି । ଜିଓର ଏହି ସର୍ଭିସ ଦେଶର ଚାରିଟି ସହର ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ବାରାଣାସୀରେ ଆରମ୍ଭ କରାଯିବ । ବର୍ତ୍ତମାନ ଏହି ସର୍ଭିସ ନିମନ୍ତ୍ରଣରେ ଅଛି, ଅର୍ଥାତ୍ ବର୍ତ୍ତମାନର Jio ଉପଭୋକ୍ତାମାନଙ୍କ ମଧ୍ୟରୁ କିଛି ମନୋନୀତ ଉପଭୋକ୍ତାଙ୍କୁ ଏହି ସର୍ଭିସ ବ୍ୟବହାର କରିବାକୁ ଇନଭାଇଟ ପଠାଯିବ । ଆସନ୍ତୁ ଜାଣିବା ଭାରତରେ 5G ର ମୂଲ୍ୟ କେତେ ହେବ ଏବଂ କେଉଁ କମ୍ପାନୀର 5G ପ୍ଲାନ୍ ସବୁଠାରୁ ଶସ୍ତା ହେବ ।

ତେବେ ଟେଲିକମ୍ କମ୍ପାନୀଗୁଡିକ ସ୍ପଷ୍ଟ ଭାବରେ 5G ପ୍ଲାନ୍ ଏବଂ ଏହାର ମୂଲ୍ୟ ବିଷୟରେ ସୂଚନା ଦେଇନାହାଁନ୍ତି, କିନ୍ତୁ ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ନିଜ ସମ୍ବୋଧନ ସମୟରେ କହିଛନ୍ତି ଯେ ଆଜି ମୁଁ ଡିସେମ୍ବର 2023 ସୁଦ୍ଧା ଆମ ଦେଶର ପ୍ରତ୍ୟେକ ସହରରେ ଏବଂ ପ୍ରତ୍ୟେକ ତହସିଲରେ 5G ଯୋଗାଇବି । ଜିଓର ଅଧିକାଂଶ 5G ଭାରତରେ ବିକଶିତ କରାଯାଇଛି, ତେଣୁ ଆତ୍ମନିର୍ଭରଶୀଳ ଭାରତର ଷ୍ଟାମ୍ପ ଏଥିରେ ଅଛି । ଭାରତ ହୁଏତ ଟିକେ ବିଳମ୍ବରେ ଆରମ୍ଭ କରିଥାଇପାରେ, କିନ୍ତୁ ଆମେ ଦୁନିଆ ଅପେକ୍ଷା ଉଚ୍ଚମାନର ଏବଂ ସୁଲଭ ମୂଲ୍ୟରେ 5G ସେବା ଆରମ୍ଭ କରିବୁ ।

ଆପଣଙ୍କୁ କହିରଖୁଛୁ ଯେ ଏପର୍ଯ୍ୟନ୍ତ କୌଣସି କମ୍ପାନୀ 5G ପ୍ଲାନର ମୂଲ୍ୟକୁ ନେଇ କିଛି ଫାଇନାଲ ସୂଚନା ଦେଇନାହାଁନ୍ତି । ନିକଟରେ ଜିଓ ଗୋଟିଏ ବୟାନରେ କହିଛନ୍ତି ଯେ ଜିଓ ବିଶ୍ୱ ସ୍ତରୀୟ, ସୁଲଭ 5G ସେବା ଯୋଗାଇବା ପାଇଁ ପ୍ରତିବଦ୍ଧ ଅଟେ । ଏପରି ପରିସ୍ଥିତିରେ ଆମେ ଆଶା କରିପାରିବା ଯେ ଜିଓର 5G ପ୍ଲାନ୍ ଶସ୍ତା ହେବ ।

ସେହିପରି ଏୟାରଟେଲ ମଧ୍ୟ ଦିଲ୍ଲୀ, ବାଙ୍ଗାଲୋର ଭଳି ଆଠଟି ସହରରେ 5G ସଂଯୋଗ ଆରମ୍ଭ କରିବା ବିଷୟରେ କହିଛି । ସୁନୀଲ ମିତ୍ତଲ 5G ସେବା ଲଞ୍ଚିଂ ସମୟରେ କହିଛନ୍ତି ଯେ ଏୟାରଟେଲ୍ ମାର୍ଚ୍ଚ 2023 ସୁଦ୍ଧା ଦେଶର ପ୍ରାୟ ସମସ୍ତ ସହରରେ 5G ସେବା ଯୋଗାଇବ ଏବଂ ମାର୍ଚ୍ଚ 2024 ସୁଦ୍ଧା ସାରା ଦେଶରେ ଏୟାରଟେଲ 5G ଚାଲିବ । ତେବେ ଏୟାରଟେଲ ମଧ୍ୟ 5G ପ୍ଲାନର ମୂଲ୍ୟ ବିଷୟରେ କୌଣସି ସୂଚନା ଦେଇନାହିଁ । ସେହିପରି ବିଶେଷଜ୍ଞମାନେ କହିଛନ୍ତି ଯେ ଏୟାରଟେଲର ପ୍ଲାନ୍ 4G ଭଳି ହେବ ନାହିଁ । ଏୟାରଟେଲର 5G ପ୍ଲାନର ମୂଲ୍ୟ 4G ତୁଳନାରେ 15 ପ୍ରତିଶତ ପର୍ଯ୍ୟନ୍ତ ଅଧିକ ହୋଇପାରେ ।

odia sambada
Comments (0)
Add Comment