ତୁ ମା ନା ପିଶାଚୀ ! ପ୍ରେମିକ ପାଇଁ ଜନମ କଲା ଛୁଆକୁ ବି ଛାଡ଼ିଲୁନି..ତୋ ମାତୃତ୍ୱକୁ ଆଜି ଯୁହାର !

ମାଆ ଆଜି ତୁ ତୋ ପ୍ରେମିକ ପାଇଁ ମୋତେ ମାରିଦେଲୁ। ତୋତେ ଟିକେବି କଷ୍ଟ ହେଲାଣି। ତୋ ବିବେକ ତୋତେ ଟିକେବି ବାଧା ଦେଲା ନାହିଁ। ଜାଣିଛୁ ମୋତେ କେତେ କଷ୍ଟ ହୋଇଥିଲା। ମାଆ ଲୋ ତୁ ମୋତେ 9 ମାସ ଗର୍ଭରେ ରଖି ଜନମ ଦେଇଥିଲୁ କେମିତି ଭୁଲି ଗାଲୁ ସବୁ। ଅନ୍ତରଫାଡି ଜାନାଂ ଦେଇଥିଲୁ ବା ତୁ କେମିତି ମୋତେ ମାରି ପାରିଲୁ। ତୋ କେମିତି ଗଲା ଲୋ ମାଆ। ତୁ ଯେତେବେଳେ ମୋତେ କଚାଡି ମାରିଲୁ ସେତେବେଳେ ମୋତେ ବହୁତ କଷ୍ଟ ହେଲା। ହେଲେ ତୁ ମୋ କଷ୍ଟକୁ ବୁଝିପାରିଲୁଣି।

ମୁଁ ବହୁତ ଜୋର ଚିତ୍କାର କରିଲି ଆଉ କାନ୍ଦିଲି ମାଆ। ହେଲେ ତୁ ମୋ କାନ୍ଦ ଶୁଣି ପାରିଲୁ ନାହିଁ। କାହିଁକି ନା ତୋତେ ତୋ ପ୍ରେମ ବାୟା କରିଥିଲା। ମୋ ଜୀବନ ଗଲାବେଳେ ମୋତେ ବହୁତ କଷ୍ଟ ହେଉଥିଲା ମାଆ। ମୋ ଦେହରେ ଥିବା ନରମ ହାତ ଗୁଡାକ ଯେତେବେଳେ ଭାଙ୍ଗି ଯାଉଥିଲା ସେତେବେଳେ ମୋର ପୁରା ଜୀବନ ଗଲା ଭଳି ଲାଗୁଥିଲା। ମୁଁ ବହୁତ କାନ୍ଦିଲି ହେଲେ ମାଆ ଲୋ ତୁ ମୋ କାନ୍ଦ ଶୁଣିପାରିଲୁ ନାହିଁ। ମୁଁ ବହୁତ ଛୋଟ ଥିଲି। ମୁଁ ଠିକରେ କଥା କହିପାରୁ ନଥିଲି। ସେଥିପାଇଁ ତୁ ମୋତେ କଲବଲ କରି ମାରିଦେଲୁ। ମୁଁ ଯଦି କଥା କହିପାରିଥାନ୍ତି ହୁଏତ ମୁଁ ଆଜି ମରିନଥାନ୍ତି। ମାଆ ଲୋ ଗୋଟେ ପ୍ରଶ୍ନ ପଚାରିବି ଯଦି ମୋତେ ମାରିବାର ଥିଲା ତାହେଲେ ଜନ୍ମ କାହିଁକି ହେଉଥିଲୁ। ଏ ଦୁନିଆ ଦେଖିଇଲୁ ତାପରେ ମୋତେ ମାରିଦେଲୁ। ମାଆ ଲୋ ଆଜି ମୁଁ ଉପରେ ଅଛି। ଆଉ ମୋ ଜୀବନ ନେଇଗଲା ପରେ ତୁ ଭଲରେ ଅଛୁ ତ! ତୁ ଖୁସିରେ ଅଛୁ ତ ମାଆ। ମୁଁ ଭଗବାନଙ୍କୁ ଡାକୁଛି ତୋ କୋଳରେ ମୋତେ ଆଉ ଜନ୍ମ ନ ଦିଅନ୍ତୁ।

ପରକୀୟା ପ୍ରୀତି ପାଇଁ ବଳିପଡ଼ିଗଲା ଅଢ଼େଇ ବର୍ଷର ପୁଅ। ପରକୀୟା ପ୍ରୀତି ପାଇଁ ତଳେ କଚାଡ଼ି ମାରିଦେଲେ ମା’ ଆଉ ପ୍ରେମିକ। ପୁଅର କାନ୍ଦ ପିଶାଚିନୀ ମାଆର ହାତକୁ ରୋକି ପାରିଲା ନାହିଁ। ପରକିୟା ପ୍ରିତିରେ ଅନ୍ଧ ହୋଇ ଶେଷରେ ସନ୍ତାନକୁ ବଳିପକାଇଦେଲା। ପରକୀୟା ପ୍ରେମ ପାଇଁ ପ୍ରେମିକ ସହ ମିଶି ପୁଅକୁ ମାଆ ଓ କଚାଡ଼ି କଚାଡ଼ି ମାରିଦେଲେ ଅଢେଇ ବର୍ଷର ପୁଅକୁ। ଖାଲି ସେତିକି ନୁହେଁ କାହାରିକୁ ନ ଜଣେଇ ମୃତ ଛୁଆକୁ ମାଟିରେ ପୋତିଦେଲେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଟାମୁଣ୍ଡାଇ ଅଞ୍ଚଳରେ।

ସବୁଠାରୁ ବଡ଼ କଥା ହେଉଛିକି ଏହି ଘଟଣା ଯେତେବେଳେ ପ୍ରଘଟ ହୋଇଥିଲା। ସେତେବେଳେ ଛୁଆର ମାଆ ଶସ୍ମିତା ନାଥ ଆସି ପଟାମୁଣ୍ଡାଇ ଥାନାରେ ପ୍ରେମିକ ବିରୁଦ୍ଧରେ ଅଭିଯୋଗ କରିଥିଲେ। ଶସ୍ମିତା କହିଥିଲେଯେ ଟ୍ୟୁସନ ସାର ଲକ୍ଷ୍ମୀଧର ବାଇ ଛୁଆକୁ ମାରି ଦେଇଛି। ଏହାପରେ ତଦନ୍ତ ଜାରି ରହିଥିଲା। ପୋଲିସ ସନ୍ଦେହକୁ ଆସିଥିଲେ ନିଜେ ଶସ୍ମିତା ଏବଂ ତାଙ୍କ ପ୍ରେମିକ ଲକ୍ଷ୍ମୀଧର। ଆଉ ଉଭୟଙ୍କୁ ପଚରାଉଚାର ପରେ ଜଣାପଡ଼ିଥିଲା ଏମିତି ସାଂଘାତିକ କଥା।

ସୂଚନା ଅନୂସାରେ, ମାଟିଆପଡ଼ା ଗାଁର ଶସ୍ମିତା ନାଥଙ୍କ ସ୍ୱାମୀ ସୁକାନ୍ତନାଥ ବାହାର ରାଜ୍ୟରେ ରହୁଛନ୍ତି। ତେବେ ଶସ୍ମିତା ତାଙ୍କ ଛୁଆକୁ ପାଠ ପଢ଼ାଇବା ପାଇଁ ପଟ୍ଟାମୁଣ୍ଡାଇ ବଜାର ଚୁନଡିଅରେ ଭଡ଼ା ରହୁଥିଲେ। ସ୍ବାମୀଙ୍କ ସାଙ୍ଗ ଗୋପ୍ତିରା ଗାଁର ଲକ୍ଷ୍ମୀଧର ବାଇ ଭଡ଼ା ଘରକୁ ଟ୍ୟୁସନ କରିବାକୁ ଆସୁଥିଲେ ଏବଂ ସେହିଠାରେ ଦୁହିଁଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ। କେବଳ ପ୍ରେମ ସମ୍ପର୍କ ନଥିଲା, ସେମାନେ ଅନୈତିକ ସମ୍ପର୍କରେ ମଧ୍ୟ ଥିଲେ ଲିପ୍ତ। ଆଉ ଏହି ପରକୀୟା ପ୍ରେମ ପାଇଁ ଉଭୟ ରଚିଥିଲେ ଏଭଳି ବର୍ବର କାଣ୍ଡ। ଏବେ ପ୍ରେମିକ ଓ ପ୍ରେମିକା ପୋଲିସ ହେପାଜତରେ।

odia sambada
Comments (0)
Add Comment