ଆଉ ଗୋଟିଏ ବିଶ୍ଵଯୁଦ୍ଧ ଦେଖିବାର ସମ୍ଭାବନା ବଢ଼ିଗଲା । ପୁଟିନଙ୍କ ପରେ ନାଟୋ ବି ଦେଲା ପରମାଣୁ ଯୁଦ୍ଧର ଧମକ ।

ପୃଥିବୀ ଉପରେ ଦେଖାଦେଇଛି ପରମାଣୁ ଯୁଦ୍ଧର କଳାବାଦଲ । ପୁଟିନଙ୍କ ଧମକ ପରେ ବଢ଼ି ଯାଇଛି ପରମାଣୁ ଯୁଦ୍ଧ ଆଶଂକା । ମୁକାବିଲା ପାଇଁ ଆମେରିକା ଓ ମିତ୍ର ରାଷ୍ଟ୍ରମାନେ ମଧ୍ୟ ଏବେ ଠାରୁ ସଜାଗ । ୟୁକ୍ରେନ୍ରେ ରୁଷ୍ ସେନାର ଗତିବିଧି ଉପରେ କଡ଼ା ନଜର ରଖିଛି ଆମେରିକା ଓ ୟୁରୋପର ଗୁଇନ୍ଦା ସଂସ୍ଥା । ପୋଜସନ୍ ଉପରେ ସାଟେଲାଇଟ୍ର ନଜର । ଯେ କୌଣସି ମୁହୂର୍ତ୍ତରେ ପରମାଣୁ ଆକ୍ରମଣ ନିର୍ଦ୍ଦେଶ ଦେଇପାରନ୍ତି ପୁଟିନ୍ । ମସ୍କୋର ପରମାଣୁ ଧମକ ପରେ ଆମେରିକାର ଗୁଇନ୍ଦା ସକ୍ରିୟ । ରୁଷ୍ ଉପରେ ତୀକ୍ଷ୍ଣ ନଜର ।

କେବଳ ଆମେରିକା ନୁହେଁ, ଆମେରିକାର ମିତ୍ର ରାଷ୍ଟ୍ରମାନେ ମଧ୍ୟ ସତର୍କ । ଗୁଇନ୍ଦା କାର୍ଯ୍ୟକଳାପ ବଢ଼ାଇ ଦେଇଛନ୍ତି । ଏ ସଂପର୍କରେ ସୂଚନା ଦେଇଛନ୍ତି ଆମେରିକାର ପୂର୍ବତନ ଓ ବର୍ତ୍ତମାନର ୫ ଜଣ ଅଧିକାରୀ । ଏମାନଙ୍କ ସୂଚନା ଅନୁସାରେ, ରୁଷ ସେନାର ଗତିବିଧି ଉପରେ ନଜର ରଖାଯାଇଛି । ସ୍ପେସ୍ ଆଉ ସାଇବର ସ୍ପେସ୍ ଉପରେ ନଜର ରଖିଛି ଗୁଇନ୍ଦା ସାଟେଲାଇଟ୍ । ୟୁକ୍ରେନର ୪ ଅଞ୍ଚଳକୁ ଋଷ ସହ ମିଶାଇ ଦିଆଯିବା ଘଟଣା ଋଷ ଲାଗି ପଡିଲା ମହଙ୍ଗା ।

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ପଦକ୍ଷେପକୁ ତୀବ୍ର ସମାଲୋଚନା କରିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟଲଟନବର୍ଗ । ସେ କହିଛନ୍ତି ୟୁକ୍ରେନ ସହ ଯୁଦ୍ଧ, ଅଧିକ ସୈନ୍ୟ ସଂଗ୍ରହ ଲାଗି ଉଦ୍ୟମ, ଆଣବିକ ଧମକ ଏବଂ ଶେଷରେ ୟୁକ୍ରେନର ୪ ଅଞ୍ଚଳକୁ ମିଶ୍ରଣ ବିରୋଧରେ ନାଟୋ ଅଧିକ କଡା ହେବ । ଏହି ଅଭିଯାନକୁ ସଫଳ କରିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି । ତେଣେ ୟୁକ୍ରେନର ୪ ଅଞ୍ଚଳକୁ ମିଶାଇ ଦିଆଯିବା ପରେ ଅଧିକ ଉଗ୍ର ହୋଇଛି ଆମେରିକା ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷ ବିରୋଧରେ ଲାଗୁ କରିଛନ୍ତି ନୂଆ କଟକଣା । ୯୦୦ ରୁ ଅଧିକ ସରକାରୀ ଓ ସାମରିକ ଅଧିକାରୀ ତଥା ସେମାନଙ୍କ ପରିବାର ସଦସ୍ୟ ହୋଇଛନ୍ତି ଶିକାର । ଏବେ ଋଷ ପରେ ନଟୋ ମଧ୍ୟ ପରମାଣୁ ଯୁଦ୍ଧ କରିବାର ଆହ୍ଵାନ ଦେଇଛି । ନାଟୋ ମୁଖ୍ୟ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଯେ, ପୁଟିନଙ୍କ ଲଜ୍ଜାଜନକ ଦଖଲ ନାଟୋକୁ ୟୁକ୍ରେନକୁ ନିରନ୍ତର ସମର୍ଥନ ଦେବାରେ ରୋକିବ ପାରିବ ନାହିଁ । ଏପଟେ ପାଶ୍ଚାତ୍ୟ ରାଷ୍ଟ୍ରର ବିଭିନ୍ନ ପଦକ୍ଷେପକୁ ସମାଲୋଚନା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ସେ କହିଛନ୍ତି ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଔପନିବେଶିକ ନୀତିକୁ ଋଷ ତୀବ୍ର ବିରୋଧ କରୁଛି ।

odia sambada
Comments (0)
Add Comment