ଆସିଲା ଖୁସିଖବର । ଖାଇବା ତେଲ, ଆଳୁ-ପିଆଜ ସମେତ ୧୧ ସାମଗ୍ରୀର କମିଲା ମୂଲ୍ୟ । ସରକାର ଦେଲେ ସୂଚନା

ତେବେ ବନ୍ଧୁଗଣ ଗତ କିଛି ଦିନ ଧରି ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କରିଥିଲା । ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ ଲାଗି ଥିବା ବେଳେ ଏ‌ପଟେ ରାଜ୍ୟ ଭିତରେ ଚାଷ ହେଉଥିବା ପନିପରିବା ଦର ଉପରେ ଭରସା ନ ଥିଲା । ବନ୍ୟା ଯୋଗୁଁ ରାଜ୍ୟ ଭିତରୁ ବିଭିନ୍ନ ଜିଲ୍ଲାରୁ ଏବେ ଠିକ୍ ଭାବେ ପରିବା ଆସୁ ନଥିଲା ।କରୋନା ଯୋଗୁଁ ରୋଜଗାର ହ୍ରାସ ପାଇଥିବା ବେଳେ ଏଭଳି ସ୍ଥିତିରେ ଗ୍ରାହକମାନେ ମୁଣ୍ଡରେ ହାତ ଦେଇ ବସୁଥିଲେ ।

ଏପ୍ରିଲ୍‌ ମାସରେ ଆଳୁ, ପିଆଜ, ଟମାଟୋ ଦର ଯାହା ଥିଲା ବର୍ତମାନ ସମୟରେ ତାହା ପାଖାପାଖି ତାର ଦୁଇ ଗୁଣରୁ ଅଧିକ ଦର ହୋଇ ଯାଇଥିଲା । ତେବେ ବର୍ତମାନ ସାଧାରଣ ଲୋକଙ୍କ ପାଇଁ ପାର୍ବଣ ଋତୁରେ ଆସିଛି ବଡ଼ ଖୁସିଖବର । ସାରାଦେଶରେ ଖାଇବା-ପିଇବା ସାମଗ୍ରୀର ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସରକାର ସୋମବାର ଦିନ କହିଛନ୍ତି ଯେ, ଗୋଟିଏ ମାସ ଭିତରେ ୧୧ଟି ଆବଶ୍ୟକୀୟ ଖାଇବା ସାମଗ୍ରୀର ମୂଲ୍ୟ ୨ରୁ ୧୧% ପର୍ଯ୍ୟନ୍ତ ହ୍ରାସ ପାଇଛି ।

ତେବେ ମହଙ୍ଗା ମାଡରୁ ଖାଉଟିଙ୍କୁ ମିଳିବ ଆଶ୍ବସ୍ତି । ଦେଶରେ ଶସ୍ତା ହେଲା ଆଳୁ ପିଆଜର ସହ ଖାଇବା ତେଲର ଦର ମଧ୍ୟ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରିଛନ୍ତି । ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଟ୍ୱିଟ ଅନୁଯାୟୀ, ଗତ ସେପ୍ଟେମ୍ବରରେ ଦେଶରେ ଖାଇବା ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ହ୍ରାସ ପାଇଛି ।

ଚଳିତ ବର୍ଷ ତୁଳନାରେ ଗତବର୍ଷ ସମାନ ଅବଧିରେ ଏହି ଦର ଅଧିକ ରହିଥିଲା । ତେବେ ରିଫାଇନ ସନଫ୍ଲାୱାର ଅଏଲ୍ ପ୍ୟାକେଟ ମୂଲ୍ୟ ୧୮୭ ଟଙ୍କାରୁ ୧୬୮ ଟଙ୍କାକୁ ହ୍ରାସ ପାଇଛି । ବନସ୍ପତି ଘିଅର ମୂଲ୍ୟ ୬% ହ୍ରାସ ପାଇ କିଲୋ ପିଛା ୧୫୨ ରୁ ୧୪୩ ଟଙ୍କା ହୋଇଛି । ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ଲିଟର ପିଛା ଏବେ ୧୭୬ ରୁ ୧୬୫ ଟଙ୍କା ହୋଇଛି । ସୋୟାବିନ ତେଲର ମୂଲ୍ୟ ୫% ହ୍ରାସ ହୋଇ ୧୫୬ ରୁ ୧୪୮ ଟଙ୍କା ହୋଇଛି । ସୋରିଷ ତେଲ ୧୭୩ ରୁ ୧୬୭ ଟଙ୍କା ହୋଇଥିବା ବେଳେ ଆଳୁ ପିଆଜର ଦର ୨ଟଙ୍କା ଲେଖାଏଁ କମି ଯଥାକ୍ରମେ ୨୬ ଓ ୨୪ ତଟଙ୍କା ହୋଇଯାଇଛି ।

odia sambada
Comments (0)
Add Comment