ମା – ବାପାଙ୍କ ପ୍ରତିଶ୍ରୁତି ଉପରେ ଝିଅର ହେଉ ନଥିଲା ବିଶ୍ୱାସ,ଆଇଫୋନ ପାଇଁ କଲା ଏଭଳି ଖତରନାକ କାମ

ମହାରାଷ୍ଟ୍ରର ନାଗପୁର ସରରେ ଆଇଫୋନ ପାଇଁ ଜେ ଯୁବତୀ ଆତ୍ମହତ୍ୟା କରିଛନ୍ତି|ସେ ଜିଲ୍ଲାର ହିଙ୍ଗନା କସବେର ରାୟସୋନୀ କଲେଜର ଛାତ୍ରୀ ଥିଲେ|ପୋଲିସ ମୃତକଙ୍କୁ ପିତାଙ୍କ ବୟାନକୁ ନେଇ ମାମଲା ରୁଜ୍ଜୁ କରିଛି|

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯୁବତୀ ଶୁକ୍ରବାର ସନ୍ଧ୍ୟାରେ ନିଜ ଘର ବେଡରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି|ଯାଞ୍ଚରୁ ଜଣାପଡିଛି ଯେ ଯୁବତୀ ବହୁବାର ମା ବାପାଙ୍କୁ ଆଇଫୋନ କିଣିବା ପାଇଁ କହିଥିଲେ|ତାଙ୍କ ମା ବାପା ଗୃହ ଉଦ୍ୟୋଗ ଚଳାନ୍ତି|

ପରିବାରର ଆର୍ଥିକ ଦୁଃସ୍ଥିତି ସତ୍ୱେ ତାଙ୍କୁ ଆଇଫୋନ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ|ଯଦିଓ ଆଇଫୋନ କିଣିବା ପାଇଁ ବିଳମ୍ବ ହେଉଥିଲା|ତାକୁ ଲାଗିଲା ଯେ ତା ବାପା ମା କିଣିବେ ନାହିଁ ତେଣୁ ସେ ଆତ୍ମହତ୍ୟା କଲା|

ଆଇଫୋନ ସହ ଜଡ଼ିତ ଆଉ ଗୋଟିଏ ଖବର ଦିଲ୍ଲୀରୁ ଆସିଛି|ଏଠାରେ ଆଇଫୋନ ଜଣେ ନାବାଳିକାର ହତ୍ୟାର କାରଣ ଘଟିଛି|ଆଇଫୋନ ନ ଦେବାରୁ ଜଣେ ବ୍ୟକ୍ତି ୧୬ ବର୍ଷିୟ ଯୁଵକକୁ ଗୁଳି ମାରି ହତ୍ୟା କରି ଦେଇଛନ୍ତି|

ପୋଲିସ ଅନୁସାରେ ୩୦ ସେପ୍ଟେମ୍ବର ବିଳମ୍ବିତ ସନ୍ଧ୍ୟାରେ ଦିଲ୍ଲୀରେ ଜେମିଆ ନଗର ଥାନାରେ ସୂଚନା ମିଳିଲା ଯେ ଅଜିମ ଡେଏରୀ ଅଞ୍ଚଳରେ ୧୬ ବର୍ଷିୟ ଜଣେ ଯୁବକକୁ ଗୁଳି ଲାଗିଗଲା|ତାକୁ ଫେମିଲି ହସ୍ପିଟାଲ ନିଆଗଲା ଯେଉଁଠି ତାର ମୃତ୍ୟୁ ହୋଇଥିଲା|ପୋଲିସ ଦଳ ହସ୍ପିଟାଲରେ ପହଞ୍ଚି ମହମ୍ମଦ ସେଫି ନାମକ ଯୁଵକ ମିଳିଲା|ସେ କହିଲା ତାଭାଇ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘରେ ଥିଲା ଯେତେବେଳେ ବାହାରୀ୍ଇ ଦେଖିଲା ତାକୁ ଗୁଳି ଲାଗିଛି ଓ ରକ୍ତ ଜୁଡୁବୁଡୁ ହୋଇ ପଡ଼ିଛି|

odia sambada
Comments (0)
Add Comment