ହାତ ଧରା ଧରି ହୋଇ ଚାଲିଗଲେ ଭାଇଭଉଣୀ, ଉଜୁଡ଼ିଗଡ଼ା ଗୋଟିଏ ପରିବାର । ଭାଇ ମରିବାର ୩ ଦିନ ପରେ ଭଉଣୀର ମୃତ୍ୟୁ ହୋଇଛି । ଛାତି ବାଡ଼େଇ କାନ୍ଦୁଛନ୍ତି ବାପାମା’ । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ ।ଜୟପୁର ଟାଉନ ଥାନା ପାରାବେଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ଉଭୟଙ୍କ ମୃତ୍ୟୁର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ନାହିଁ ।ଉଭୟ ଭାଇ ଭଉଣୀଙ୍କର ମୃତ୍ୟୁର କାରଣ ଜଣାପଡ଼ି ନାହିଁ । ୩ ଦିନ ବ୍ୟବଧାନରେ ଭାଇ-ଭଉଣୀଙ୍କ ମୃତୁ ହୋଇଥିବାରୁ ଏହାକୁ ନେଇ ସସପେନ୍ସ ବଢ଼ିବାରେ ଲାଗିଛି । ତେବେ ସୂଚନା ଅନୁସାରେ ୩ ଦିନ ତଳେ ସ୍କୁଲ ପଢ଼ୁଆ ନାବାଳକ ଭାଇର ମୃତ୍ୟୁ ଘଟିଥିଲା । ଆଉ ଆଜି ସେହି ଘରେ ଇଂଜିନିୟରିଂ ପଢୁଆ ଭଉଣୀର ମୃତ୍ୟୁ ହୋଇଛି । ଘର ଛାତ ଉପରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।
କଥାରେ ଅଛି ଭାଇ ଭଉଣୀ ଗୋଟିଏ ଜୀବନ ଯଦି କିଛି ହଜି ଯାଇଥାଏ ତାହାଲେ ଭାଇ ତାକୁ ଖୋଜି ଆଣିଥାଏ।ଭାଙ୍ଗି ଯାଇଥିଲେ ଭାଇ ଗଢି ଆଣି ଦେଇଥାଏ ସେଥିପାଇଁ ତ ଭାଇ ଭଉଣୀ ସଂପର୍କ ଏକ ପବିତ୍ର ସମ୍ପର୍କ।ଗୋଟିଏ ସୂତା ଖିଅରେ ବନ୍ଧା ଦୁଇଟି ଜୀବନ।କଥାରେ ଅଛି ଭାଇ ଭଉଣୀ ଗୋଟିଏ ଜୀବନ ଯଦି କିଛି ହଜି ଯାଇଥାଏ ତାହାଲେ ଭାଇ ତାକୁ ଖୋଜି ଆଣିଥାଏ।ଭାଙ୍ଗି ଯାଇଥିଲେ ଭାଇ ଗଢି ଆଣି ଦେଇଥାଏ ସେଥିପାଇଁ ତ ଭାଇ ଭଉଣୀ ସଂପର୍କ ଏକ ପବିତ୍ର ସମ୍ପର୍କ।ଗୋଟିଏ ସୂତା ଖିଅରେ ବନ୍ଧା ଦୁଇଟି ଜୀବନ।ଗତ ଦୁଇ ଦିନ ତଳେ ଆପଣଙ୍କ ମନେ ଥିବ ସପ୍ତମଶ୍ରେଣୀ ଛାତ୍ର ର ମୃ- ତ୍ୟୁ ହୋଇଥିଲା ପରୀକ୍ଷା ଦେଇ ଆସିଲା ଆଉ ଘରର ଛାତ ଉପରେ ତାର ଜୀବନ ଚାଲିଗଲା।
ଆଉ ସେହି ଘଟଣାକୁ ପ୍ରାୟ ଦୁଇ ଦିନ ପୁରି ନାହିଁ ଆଜି ସେଇ ଜାଗାରେ ତାର ଭଉଣୀର ଜୀବନ ଚାଲିଗଲା ପୁଣି ସେହି ସ୍ଥାନରେ।ଏହା ଆତ୍ମହତ୍ୟା ନା ଅଘଟଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।ଏହାରି ଭିତରେ ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି।ଗାଁ ଲୋକଙ୍କ ଓଠରୁ ହସ ଛଡ଼ାଇ ନେଇଛି ସମସ୍ତଙ୍କ ଆଖରୁ ଅନବରତ ଲୁହ ଝରୁଛି।ସେ ତାଙ୍କ ଭଉଣୀ ତାକୁ କଥା ଦେଇଥିଲେ କି ନେବ ଡ୍ରେସ ଆଣିଦେବେ ବୋଲି ପୂଜାରେ ସେ ପିନ୍ଧିବ ବୋଲି ସେ କହୁଥିଲା କିନ୍ତୁ କଣ ହେଲା ଏସବୁ କଣ ପାଇଁ ଏମିତି କଲୁ ।ଅମିତ ବହୁତ କଥା ଭାବି ଭାବି ତାଙ୍କ ବଡ ଭଉଣୀ ଆତ୍ମହତ୍ୟା କରିଛନ୍ତି ।
ଘଟଣା ହୋଉଛି ବଡ ଭଉଣୀ ବାହାରେ ଚାକିରୀ କରୁଥିଲେ ଆଉ ସେ ତାଙ୍କ ଦରମା ପଇସାରେ ତାଙ୍କ ସାନ ଭାଇ ପାଇଁ ନୂଆ ଡ୍ରେସ୍ ଆଣି ଦେବେ ବୋଲି କହିଥିଲେ ।କିନ୍ତୁ ସେ ଏବେ କାହା ପାଇଁ ଆଣିଦବା ଡ୍ରେସ ।ଆଉ କାହା ସହ ପୂଜାରେ ସେ ବୁଲିବା ପାଇଁ ଯିବେ ।ତାଙ୍କ ଘର ଲୋକ ତାଙ୍କ କିଛି ନ କହି ଘରକୁ ଡାକି ଥିଲେ ଆଉ ଘରକୁ ଆସିକି ଦେଖନ୍ତି ତ ତାଙ୍କ ଜୀବନ ତାଙ୍କ ସାନ ଭାଇ ଏଇ ଦୁନିଆରେ ଆଉ ନାହାନ୍ତି ।ତାଙ୍କ ଘର ଲୋକଙ୍କ କହିବା ଅନୁସାରେ ସେ ବହୁତ ଦୁଃଖ ରେ ଥିଲେ ଆଉ ଠିକ ସେ ଖିଆ ପିଆ ମଧ୍ୟ ଠିକ ସେ କରୁନଥିଲେ ସବୁ ବେଳେ କଣ ଚିନ୍ତା କରୁଥିଲେ ।ସେହି ଦୁଃଖ ରେ ଆତ୍ମହତ୍ୟା କରୀଛନ୍ତି ବୋଲି ସନ୍ଦେହ କରୁଛନ୍ତି ଲୋକ।