ଶୋଏବ ଅଖତର ହସ୍ପିଟାଲରୁ ସେୟାର କଲେ ଭିଡିଓ, ହେଲେ ଇମୋସନାଲ, କହିଲେ – “ବହୁତ୍ କଷ୍ଟରେ ଅଛି…”

ପାକିସ୍ତାନର ଶୋଏବ ଅଖତର କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲର ଅଟନ୍ତି । କ୍ରିକେଟର ଇତିହାସର ସବୁଠାରୁ ଦ୍ରୁତ ରେକର୍ଡ କରାଯାଇଥିବା ବଲ ସେ ହିଁ ଫିଙ୍ଗିଛନ୍ତି । ରାହୁଲପିଣ୍ଡି ଏକ୍ସପ୍ରେସ ନାମରେ ପ୍ରସିଦ୍ଧ ଶୋଏବ ଅଖତରଙ୍କ ନାମ ଆଜି ବି ବିଶ୍ଵ କ୍ରିକେଟରେ ସବୁଠାରୁ ଦ୍ରୁତ ବୋଲିଂ କରିବାର ରେକର୍ଡ ଅଛି । ଶୋଏବ ଅଖତର ନିଜ କ୍ୟାରିୟରରେ ନିଜ ଯୋଗ୍ୟତା ବଳରେ ଅନେକ ରେକର୍ଡ କରିଛନ୍ତି । ସେ ନିଜ ଜୀବନରେ ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି ।

ତାଙ୍କ ପାଇଁ ଶୋଏବ ଅଖତରରୁ ରାହୁଲପିଣ୍ଡି ଏକ୍ସପ୍ରେସ ହେବା ପର୍ଯ୍ୟନ୍ତ ଏହି ଯାତ୍ରା ବହୁତ୍ ସଂଘର୍ଷପୂର୍ଣ୍ଣ ଥିଲା । କହିରଖୁଛୁ ଯେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଖେଳିବା ପରଠାରୁ ଆଣ୍ଠୁରେ ଆଘାତର ଏକ ଗୁରୁତର ସମସ୍ୟା ସହ ସଂଗ୍ରାମ କରିଆସୁଛନ୍ତି । ଏହି ସମସ୍ୟା ହେତୁ ତାଙ୍କୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା । ଏହି ସମୟରେ ଶୋଏବ ଅଖତରଙ୍କ ଆଣ୍ଠୁର ସର୍ଜରୀ କରିଛନ୍ତି ଏବଂ ଏହା ପରେ ଶୋଏବ ଅଖତର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିକଟରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ବହୁତ୍ ଇମୋସନାଲ୍ ଦେଖା ଯାଇଛନ୍ତି ।

ଶୋଏବ ଅଖତର ଏଥର କରାଇଛନ୍ତି ଆଣ୍ଠୁର ସର୍ଜରୀ :-

ଆପଣଙ୍କୁ କହିରଖୁଛୁ ଯେ ଶୋଏବ ଅଖତର ଅଷ୍ଟ୍ରେଲିଆରେ ତାଙ୍କର ସର୍ଜରୀ କରିଛନ୍ତି । ଆଣ୍ଠୁ ସର୍ଜରୀ କରାଇବା ପାଇଁ ଆସିଥିବା ଶୋଏବ ଅଖତର ଡାକ୍ତରଖାନା ବେଡରୁ ଏକ ଭିଡିଓ ସେୟାର କରି ପ୍ରଶଂସକଙ୍କ ପାଇଁ ମେସେଜ ଦେଇଛନ୍ତି । ଶୋଏବ ଅଖତର କହିଛନ୍ତି ଯେ ସେ ବର୍ତ୍ତମାନ କଷ୍ଟରେ ଅଛନ୍ତି ଏବଂ ପ୍ରଶଂସକଙ୍କ ପ୍ରାର୍ଥନା ଆବଶ୍ୟକ କରନ୍ତି । 47 ବର୍ଷୀୟ ଶୋଏବ ଅଖତର ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଶୋଏବ ଅଖତର ଦୁଇ ଆଣ୍ଠୁର ସର୍ଜରୀ କରାଇଛନ୍ତି ।

ଭିଡିଓରେ ଶୋଏବ ଅଖତର କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ଏହା ତାଙ୍କର ଶେଷ ସର୍ଜରୀ ହେବ । ଶୋଏବ ଅଖତର ଗତ 10 ବର୍ଷ ଧରି ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହ ସଂଗ୍ରାମ କରିଆସୁଛନ୍ତି । ସେ ଏହି କଥା ଉପରେ ମଧ୍ୟ ଅନୁତାପ କରିଛନ୍ତି ଯେ ଏହି ସମସ୍ୟା ତାଙ୍କ କ୍ୟାରିଅରକୁ ଖୁବ୍ ଶୀଘ୍ର ଶେଷ କରିଦେଲା, ନଚେତ୍ ସେ ନିଶ୍ଚିତ ଥିଲେ ଯେ ସେ ଆସନ୍ତା 4 ରୁ 5 ବର୍ଷ ପର୍ଯ୍ୟନ୍ତ ଉପଯୁକ୍ତ କ୍ରିକେଟ୍ ଖେଳି ପାରିବେ । ଭିଡିଓରେ ଦେଖାଯାଇପାରେ ଯେ ଶୋଏବ ଅଖତର ବହୁତ ଇମୋସନାଲ୍ ଦେଖାଯାଉଛନ୍ତି ।

ଏହି ଭିଡିଓରେ ଶୋଏବ ଅଖତର କହିଛନ୍ତି ଯେ ତାଙ୍କ ଆଣ୍ଠୁ ସର୍ଜରୀ ସଫଳ ହୋଇଛି । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ସେ ତାଙ୍କ ପ୍ରଶଂସକମାନଙ୍କୁ ପ୍ରାର୍ଥନା କରିବାକୁ କହିଛନ୍ତି । ଶୋଏବ ଅଖତର ଭିଡିଓରେ କହୁଛନ୍ତି ଯେ “ମୁଁ ଆଉ 4 ରୁ 5 ବର୍ଷ ଖେଳି ପାରିଥା’ନ୍ତି । ତେବେ ମୁଁ ଜାଣିଥିଲି ଯେ ଯଦି ମୁଁ ଅଧିକ ଖେଳିବି, ତେବେ ମୁଁ ଶୀଘ୍ର ହ୍ୱିଲ୍ ଚେୟାରରେ ବସିପାରେ । ସେଥିପାଇଁ ମୁଁ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି ।” ଆପଣଙ୍କୁ କହିରଖୁଛୁ ଯେ ଶୋଏବ ଅଖତର ଆଗରୁ ଅନେକ ଥର ପ୍ରକାଶ କରିଛନ୍ତି ଯେ ସେ କିପରି ଆଣ୍ଠୁଗଣ୍ଠି ଯନ୍ତ୍ରଣା ସହ ସଂଘର୍ଷ କରୁଛନ୍ତି ।

odia sambada
Comments (0)
Add Comment