ଭାରତୀୟ ଦଳ: ଗୋଟିଏ ସପ୍ତାହରେ ବଦଳିଗଲା ଭାରତୀୟ ଖେଳାଳୀଙ୍କ ଭାଗ୍ୟ, ଚୟନକର୍ତ୍ତା ପ୍ରଥମେ ଟି-୨୦ ଓ ବର୍ତ୍ତମାନ ଦିନକିଆରେ ଦେଲେ ସ୍ଥାନ

ଭାରତ ବାନମ ଦକ୍ଷିଣ ଆଫ୍ରିକା ଦିନକିଆ ସିରିଜ:-

ଦକ୍ଷିଣ ଆଫ୍ରିକା ବିପକ୍ଷରେ ୬ ଅକ୍ଟୋବରରୁ ଲକ୍ଷ୍ନୌରେ ଆରମ୍ଭ ହେବାକୁ ଯାଉଛି ଆଗାମୀ ତିନି ମ୍ୟାଚ ବିଶିଷ୍ଟ ଦିନକିଆ ସିରିଜ। ଏଥିପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି। ଏହି ସିରିଜ ପାଇଁ ଅନେକ ଯୁବ ଖେଳାଳୀଙ୍କୁ ଦଳରେ ସ୍ଥାନ ମିଳିଛି। ଏହି ଦଳରେ ଏକ ଯୁବ ଖେଳାଳୀ ଏମିତି ଅଛନ୍ତି ଯାହାଙ୍କ ପାଇଁ ଗୋଟେ ସପ୍ତାହରେ କୌଣସି ସ୍ଵପ୍ନ ଠାରୁ କମ ନୁହେଁ। ଏହି ଖେଳାଳୀଙ୍କୁ ପ୍ରଥମେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଉଥିବା ଟି-୨୦ ସିରିଜରେ ସାମିଲ କରାଗଲା। ଓ ବର୍ତ୍ତମାନ ତାଙ୍କୁ ଦିନକିଆ ସିରିଜରେ ମଧ୍ୟ ସ୍ଥାନ ପାଇଲେ।

ଏହି ଖେଳାଳୀଙ୍କୁ ଦିନକିଆ ଦଳରେ ମିଳିଲା ସ୍ଥାନ:-

୨୭ ବର୍ଷୀୟ ଅଲରାଉଣ୍ଡର ଶାହବାଜ ଅହମ୍ମଦଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ସ୍ଥାନ ମିଳିଛି। ଏହା ପୂର୍ବରୁ ଟି-୨୦ ବିଶ୍ଵକପ ୨୦୨୨ର ପ୍ରସ୍ତୁତିକୁ ଦେଖି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ସିରିଜରେ ଆରାମ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଦଳରେ ଶାହବାଜ ଅହମ୍ମଦଙ୍କୁ ପ୍ରଥମେ ଓ ପରେ ଟି-୨୦ ସାମିଲ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଗୋଟିଏ ଥର ମଧ୍ୟ ପ୍ଲେଇଙ୍ଗ ଇଲେଭେନରେ ସାମିଲ ହୋଇନାହାନ୍ତି। ସେ ଜିମ୍ବାୱେ ଟୁରରେ ଭାରତୀୟ ଭାରତୀୟ ଦଳରେ ୱାଶିଂଟନ ସୁନ୍ଦରଙ୍କ ସ୍ଥାନରେ ସୁଯୋଗ ଦିଆଯାଇଥିଲା।

ଆଇପିଏଲ ୨୦୨୨ରେ କରିଲେ ଧମାଲ:-

ଶାହବାଜ ଅହମ୍ମଦ ଆଇପିଏଲ ୨୦୨୨ରେ ଚମତ୍କାର ପ୍ରଦର୍ଶନ କରିଥିଲେ, କେବଳ ତାଙ୍କର ପ୍ରଦର୍ଶନ ପରେ ସେ ବର୍ତ୍ତମାନ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଆଇପିଏଲ ୨୦୨୨ରେ ଆରସିବି ପାଇଁ ୧୬ଟି ମ୍ୟାଚରେ ଶାହାବାଜ ଅହମ୍ମଦ ୨୧୯ ରନ କରିଥିଲେ। ଶାହାବାଜ ଅହମ୍ମଦ ୨୭.୩୮ ଓଉସତରେ ରନ କରିଛନ୍ତି ଏବଂ ତାଙ୍କର ଷ୍ଟ୍ରାଇକ ରେଟ ହେଉଛି ୧୨୦.୯୯ ଅଟେ।

ଏହି ଦୃତ ବୋଲରଙ୍କୁ ମିଳିଲା ସୁଯୋଗ:-

ବଙ୍ଗାଳର ଦୃତ ବୋଲର ମୁକେଶ କୁମାର ଓ ଘରୋଇ କ୍ରିକେଟରେ ଶାନଦାର ପ୍ରଦର୍ଶନ ଦେଖାଇଥିବା ରଜତ ପାଟିଦାରଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନକିଆ ସିରିଜ ପାଇଁ ଚୟନ କରାଯାଇଛି। ଏହି ଦୁଇଜଣ ପ୍ରଥମ ଥର ଭାରତୀୟ ଦଳରେ ସାମିଲ କରାଯାଇଛି। ମୁକେଶ ଓ ପାଟିଦାର ଯେଉଁଠି ଦଳର ନୂଆ ଚେହେରା ହେବ, ଭାରତୀୟ ଦଳର ନେତୃତ୍ଵ ଶିଖର ଧାବନ କରିବେ ଯେତେବେଳେକି ଶ୍ରେୟସ ଅୟର ଉପ-ଅଧିନାୟକ ହେବେ।

ଦିନକିଆ ସିରିଜ ପାଇଁ ବହରତୀୟ ଦଳ:-

ଶିଖର ଧାବନ(ଅଧିନାୟକ), ଶ୍ରେୟସ ଅୟର୯ଉପ-ଅଧିନାୟକ), ଋତୁରାଜ ଗାୟକୱାଡ, ଶୁଭମନ ଗିଲ, ରଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ(ୱିକେଟକିପର), ସଞ୍ଜୁ ସାମସାନ(ୱିକେଟକିପର), ଶାହବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଶ୍ନୋଇ, ମୁକେଶ କୁମାର, ଆବେଶ ଖାନ, ମହମ୍ମଦ ସିରାଜ, ଦୀପକ ଚହର

odia sambada
Comments (0)
Add Comment