ଗୋହାଟୀରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳା ଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତୀୟ ଦଳ ୧୬ ରନର ବିଜୟ ନିଜ ନାମରେ ଧାର୍ଯ୍ୟ କରିଛି। ଏହା ସହିତ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ରେ ଆଗରେ ଅଛି। ଏହା ପ୍ରଥମ ଥର ହୋଇଛି ଯେତେବେଳେ ଭାରତ ନିଜ ଘରେ ଦକ୍ଷିଣ ଆଫ୍ରିକାଙ୍କୁ କୌଣସି ଟି-୨୦ ସିରିଜରେ ହରାଇଛି। ଦକ୍ଷିଣ ଆଫ୍ରିକା ଶେଷ ପର୍ଯ୍ୟନ୍ତ ଲଢେଇ କରିଥିଲା, ଡେଭିଡ ମିଲରଙ୍କ ଶତକ କରିଲେ କିନ୍ତୁ ସେ ନିଜର ଦଳକୁ ବିଜୟ ଦେଇପାରିଲେ ନାହିଁ।
୨୩୮ ରନର ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକାକୁ ଆରମ୍ଭରୁ ଝଟକା ଲାଗିଥିଲା। ଆରମ୍ଭ ଓଭରରେ ଆଫ୍ରିକାର ଦୁଇଟି ୱିକେଟ ଚାଲି ଯାଇଥିଲା। ଏହା ସହିତ ୪୭ ସ୍କୋରରେ ଦଳର ୩ଟି ୱିକେଟ ଚାଲିଯାଇଥିଲା। କିନ୍ତୁ ଏହା ପରେ ଡେଭିଡ ମିଲର ଓ କ୍ଵିଣ୍ଟନ ଡିକକଙ୍କର କମାଲ ବ୍ୟାଟିଂ ଦେଖିବାକୁ ମିଳିଥିଲା।
ଡେଭିଡ ମିଲର ଶତକ କରିଥିଲେ ଓ ୪୭ ବଲରେ ୧୦୬ ରନ କରିଥିଲେ। ମିଲର ନିଜର ଇନିଙ୍ଗ୍ସରେ ୮ଟି ଚୌକା ଓ ୭ଟି ଛକା ପିଟିଥିଲେ। ଦ୍ଵିତୀୟ ଓ କ୍ଵିଣ୍ଟନ ଡି କକ ୪୮ ବଲରେ ୬୯ ରନର ଇନିଙ୍ଗ୍ସ ଖେଳିଥିଲେ, ଦୁହିଁଙ୍କ ମଧ୍ୟରେ କେବଳ ୮୪ ବଲରେ ୧୭୪ ରନର ପାର୍ଟନରଶିପ ହୋଇଥିଲା। କିନ୍ତୁ ସେ ନିଜର ଦଳକୁ ଜିତାଇ ପାରିଲେ ନାହିଁ ଓ ୧୬ ରନରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଗଲା।
ଭାରତୀୟ ଦଳ ଏହି ମ୍ୟାଚ ଜିଟିଗଲା ସତ କିନ୍ତୁ ବୋଲିଂ ବର୍ତ୍ତମାନ ମଧ୍ୟ ଚିନ୍ତାର ବିଷୟ ଅଟେ। କାରଣ ଏତେ ବଡ ସ୍କୋର କରିବା ପରେ କେବଳ ୧୬ ରନରେ ବିଜୟ ହାସିଲ କରିବା କାଫି ନୁହେଁ। ଭାରତ ତରଫରୁ ଅର୍ଶଦୀପ ୪ ଓଭରରେ ୬୨ ରନ, ଅକ୍ଷର ୪ ଓଭରରେ ୫୩ ରନ ଓ ହର୍ଷଲ ପଟେଲ ୪ ଓଭରରେ ୪୫ ରନ ଦେଇଥିଲେ।
ଭାରତର ବ୍ୟାଟିଂ:-
ଭାରତୀୟ ଦଳ ଏହି ମ୍ୟାଚରେ କମାଲ ବ୍ୟାଟିଂ କରିଥିଲେ। ଦକ୍ଷିଣ ଆଫ୍ରିକାର ବୋଲରଙ୍କୁ ପ୍ରବଳ ପିଟିଥିଲେ। ରୋହିତ ଓ ରାହୁଲ ଯେଉଁ ସିଲସିଲା ଆରମ୍ଭ କରିଥିଲେ, ତାହାକୁ ବିରାଟ କୋହଲୀ ଓ ସୂର୍ଯ୍ୟକୁମାର ଯାଦବ ଅଲଗା ସ୍ତରରେ ପହଞ୍ଚାଇ ଦେଲେ। ଭାରତୀୟ ଦଳ ପାଇଁ କେଏଲ ରାହୁଲ ୨୮ ବଲରେ ୫୭ ରନର ଇନିଙ୍ଗ୍ସ ଖେଳିଲେ, ଯେତେବେଳେକି ଅଧିନାୟକ ରୋହିତ ଶର୍ମା ୩୭ ବଲରେ ୪୩ ରନ କରିଥିଲେ।
ଭାରତୀୟ ଦଳ ପାଇଁ ସୂର୍ଯ୍ୟକୁମାର ଯାଦବ ୨୨ ବଲରେ ୬୨ ରନ କରିଥିଲେ ଓ ଆଫ୍ରିକାର ବୋଲିଂ ଲାଇନକୁ ନଷ୍ଟ କରିଦେଇଥିଲେ। ସୂର୍ଯ୍ୟ କେବଳ ୧୮ ବଲରେ ୫୦ ରନ କରିଥିଲେ, ନିଜର ଇନିଙ୍ଗ୍ସରେ ୫ଟି ଚୌକା ଓ ୫ଟି ଛକା ପିଟିଥିଲେ। ଶେଷରେ ବିରାଟ କୋହଲୀ ୨୮ ବଲରେ ୪୯ ରନ ଓ ଦିନେଶ କାର୍ତ୍ତିକ ୭ ବଲରେ ୨୨ ରନ କରିଥିଲେ। ଭାରତ ୨୩୭ ରନର ବଡ ସ୍କୋର କରିଥିଲେ, ଯାହାକି ଟି-୨୦ କ୍ରିକେଟରେ ଭାରତର ଚତୁର୍ଥ ସବୁଠାରୁ ବଡ ସ୍କୋର ଅଟେ।
ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଭାରତ ନିଜର ଚତୁର୍ଥ ସବୁଠାରୁ ବଡ ସ୍କୋର କରିଥିଲେ। ଏହି ମ୍ୟାଚରେ ବହରତୀୟ ଦଳ ୨୦ ଓଭରରେ ୩ଟି ୱିକେଟ ହରାଇ ୨୩୭ ରନ କରିଲେ। ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ଭାରତର ସବୁଠାରୁ ବଡ ସ୍କୋର ୨୬୦ ରନ ଅଟେ, ଯାହାକି ଶ୍ରୀଲଙ୍କା ବିପକ୍ଷରେ ହୋଇଥିଲା।
– ୨୬୦/୫ ବନାମ ଶ୍ରୀଲଙ୍କା
– ୨୪୪/୪ ବାନମ ୱେଷ୍ଟଇଣ୍ଡିଜ
– ୨୪୦/୩ ବନାମ ୱେଷ୍ଟଇଣ୍ଡିଜ
– ୨୩୭/୩ ବନାମ ଦକ୍ଷିଣ ଆଫ୍ରିକା
ପ୍ରଥମ ଥର ଆଫ୍ରିକାକୁ ନିଜ ଘରେ ହରାଇଲେ:-
ଟି-୨୦ କ୍ରିକେଟରେ ଏହା ପ୍ରଥମ ଥର ହୋଇଛି ଯେତେବେଳେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ଘରୋଇ ସିରିଜରେ ହରାଇଲା। ଦୁଇ ଦଳ ମଧ୍ୟରେ ହୋଇଥିବା ଏହି ଚତୁର୍ଥ ଟି-୨୦ ସିରିଜ, ଯାହା ଭାରତରେ ହୋଇଥିଲା। ଏଥିରେ ଏକ ଦକ୍ଷିଣ ଆଫ୍ରିକା ଜିତିଥିଲା, ଏହି ସିରିଜ ବର୍ତ୍ତମାନ ଭାରତ ନିଜ ନାମରେ କରିଛି। ଦୁଇଟି ସିରିଜ ଟାଇ ହୋଇଥିଲା।
ଅକ୍ଟୋବର ୨୦୧୫, ଦକ୍ଷିଣ ଆଫ୍ରିକା ଭାରତୀୟ ଦଳକୁ ୨-୦ ହରାଇଲେ
ସେପ୍ଟେମ୍ବର ୨୦୧୯, ଦୁଇଟି ଟି-୨୦ ମ୍ୟାଚର ସିରିଜ ୧-୧ ବରାବର ରହିଥିଲା
ଜୁନ ୨୦୨୨, ପାଞ୍ଚୋଟି ଟି-୨୦ ମ୍ୟାଚର ସିରିଜ ୨-୨ ବରାବର ରହିଥିଲା
ଅକ୍ଟୋବର ୨୦୨୨, ତିନି ମ୍ୟାଚର ସିରିଜରେ ଭାରତ ୨-୦ ବିଜୟ ହୋଇଛି