ପରିଶ୍ରା ଦ୍ଵାରା ଶରୀରର ବର୍ଜ୍ୟବସ୍ତୁ ବାହାରି ଯାଇଥାଏ|ଯଦି ୟୁରିନ ଶରୀରରେ ଅଧିକ ସମୟ ରହେ ତେଵେ ସଂକ୍ରମଣ ଆଶଙ୍କା ବଢିଯାଏ|ୟୁରିନ ସମ୍ପର୍କିତ କୈାଣସି ଲାପରବାହୀ ଶରୀର ପାଇଁ ହାନିକାରକ ହୋଇପାରେ|ଏହା ୟୁରିନକୁ ଅଟକାଇବା ହେଉ ବା ଦୀର୍ଘ ସମୟ ପର୍ଯ୍ୟନ୍ତ ହେଉ|କିଛି ଲୋକ ବହୁ ସମୟ ପର୍ଯ୍ୟନ୍ତ ପରିଶ୍ରା କରନ୍ତି ବା ଅଟକାଇ ରଖନ୍ତି ବ୍ଲାଡର ଫୁଲି ଯିବାର ଆଶଙ୍କା ବଢିପାରେ|କିଛି ଲୋକ ପରିଶ୍ରା କରିବାକୁ କିଛି ସେକେଣ୍ଡ ନେଉଥିଲା ବେଳେ କିଛି ଅଧିକ ସମୟ ନିଅନ୍ତି ଫଳରେ କ୍ଷତିକାରକ ହୋଇପାରେ|
ଡେଲି ଷ୍ଟାରର ଏକ ରିପୋର୍ଟ ଅନୁସାରେ ଜର୍ଜିଆ ଟକର ଫିଜିସିଷ୍ଟ ଦାବି କରିଛନ୍ତି ଯେ ଯେଉଁ ସ୍ତନଧାରୀଙ୍କ ଓଜନ ୩ କିଗ୍ରାରୁ ଉର୍ଦ୍ଧ୍ବ ହୋଇଥାଏ ସେ ୨୧ ସେକେଣ୍ଡରେ ବ୍ଲାଡର ଖାଲି କରିପାରିବେ|ଯଦି ଅଧିକ ସମୟ ଲାଗୁଥାଏ ତେବେ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ|
ୟୁନିଭରସିଟି ଅଫ ମିଶିଗାନର ନର୍ସ ପ୍ରାକ୍ଟିସିନର ଜେନିସ ମିଲର ମୁତାବକ ଯଦି ଆପଣଙ୍କ ପରିଶ୍ରା ସମୟ ୨୦ ସେକେଣ୍ଡରୁ କମ୍ ବା ୨୦ ସେକେଣ୍ଡରୁ ଉର୍ଦ୍ଧ୍ବ ଆପଣ ବହୁ ସମୟ ପର୍ଯ୍ୟନ୍ତ ୟୁରିନ ଅଟକାଉଛନ୍ତି|
ଯଦି ୨୦ ସେକେଣ୍ଡରୁ ଉର୍ଦ୍ଧ୍ବ ସମୟ ଲାଗୁଛି ତେବେ ଏଥିପାଇଁ ଧ୍ୟାନ ଦେବା ଆବଶ୍ୟକ|
ମିଲର କହିଛନ୍ତି ୟୁରିନ କରିବାରେ ଅଧିକ ସମୟ ନେବା ଶରୀରର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୂଚନା ଦେଇଥାଏ ଯଥା ବ୍ଲାଡର ଷ୍ଟୋନ, ମୂତ୍ରାଶୟ ଫୁଲିଯିବା,ପ୍ରୋଷ୍ଟ୍ରେଟ ସମ୍ବନ୍ଧୀୟ ସମସ୍ୟା ଅନ୍ତର୍ଗତ|
ବିଶେଷଜ୍ଞ ମଧ୍ୟ କହିଛନ୍ତି ଯେ ଟଏଲଟ ସିଟରେ ଅଧିକ ସମୟ ବସିବା କ୍ଷତିକାରକ ହୋଇପାରେ|ଏହି ଟେକନିକ କାରଣରୁ ପେଟ ଉପରେ ପ୍ରେସର ପଡ଼ିପାରେ|
ଡକ୍ଟର ପ୍ରିତି ଡାନିଏଲ ମୁତାବକ ଟଏଲଟ୍ ସିଟରେ ଅଧିକ ସମୟ ବସିବା ଫଳରେ ୟୁରିନ ସଂକ୍ରମଣ ହୋଇପାରେ|ଯଦି ଆପଣ ହଡବଡିରେ ପୂରାପୂରି ବ୍ଲାଡର ଖାଲି ନକରନ୍ତି ୟୁରିନ ସିଟରେ ପଡେ ଓ ଶରୀରର ସହ ସ୍ପର୍ଶ ହେବା ଫଳରେ ଶରୀର ହାନିକାରକ ଜୀବାଣୁ ସଂସ୍ପର୍ଶରେ ଆସିପାରେ|ରିସର୍ଚ୍ଚରୁ ଜଣାପଡିଛି ଯେ ଟଏଲଟ୍ ସିଟର ବସିବା ସ୍ଥିତି ପେଲ୍ଭିକ ଫ୍ଲୋର ଡିସଫଙ୍କସନ ସହ ବହୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ|