ମିଶିଗଲେ ଦୁଇ ଘୁର୍ଣ୍ଣିବଳୟ,ଓଡ଼ିଶା ମୁହାଁ ମାଡ଼ି ଆସୁଛି ବାତ୍ୟା, ଆଜିଠାରୁ ହେବ ପ୍ରବଳ ବର୍ଷା।

ବର୍ତ୍ତମାନର ବଡ଼ ଖବର ହେଉଛି ସୃଷ୍ଟି ହେଲା ଲଘୁଚାପ। ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କଲେ ପାଣିପାଗ ବିଭାଗ।ଘୁର୍ଣ୍ଣିବଳୟ ଏବେ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବ।ଭୟଙ୍କର ବଜ୍ରପାତ ଏବଂ ବର୍ଷା ନେଇ ଘରୁ ବାହାରିବା ମନା।ବିଭିନ୍ନ ଅଞ୍ଚଳରେ ଗତକାଲି ବର୍ଷା ଲାଗି ରହିଥିଲା।ରାଜ୍ୟର କିଛି ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ଅଛି।ଏଥିପାଇଁ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉପକୂଳ ଜିଲ୍ଲାଗୁଡିକ ସମେତ ଗଜପତି, ଢେଙ୍କାନାଳ, ନୟାଗଡ଼, ଦେବଗଡ଼, ଅନୁଗୁଳ, ରେ ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇପାରେ।ଏହି ଜିଲ୍ଲା ଗୁଡିକରେ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

ତେବେ କିଛି କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରରୁ ସୂଚନା ମିଳିଛି। ତେବେ ରାଜ୍ୟରେ ଅଧିକ ବର୍ଷିବ ବୋଲି ପୂର୍ବାନୁମାନ କରାଯାଇଛି।ରବିବାର ଓଡ଼ିଶାର ୧୧ ଟି ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗଜାରି କରାଯାଇଛି।ଏଥି ସହିତ ଆଭ୍ୟନ୍ତରୀଣ ରାଜ୍ୟରେ କେନ୍ଦୁଝର, ମୟୁରଭଞ୍ଜ ସମେତ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହୋଇପାରେ।ଅକ୍ଟୋବର ଦ୍ଵିତୀୟ ସପ୍ତାହ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଅଛି ଏବଂ ଏହାର ପ୍ରଭାବରେ ସପ୍ତାହ ସାରା ବର୍ଷା ହେବାର ସମ୍ଭାବନା ରହିଛି।ଗତ କାଲିର ଦୁଇ ଘୁର୍ଣ୍ଣିବଳୟ ଆଜି ମିଶିଯିବା ସହ, ଘୁର୍ଣ୍ଣିବଳୟ ଭାବେ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଏବଂ ବାୟୁମଣ୍ଡଳର 5.8କିମି ଯାଏଁ ବ୍ୟାପିଛି।

ତେବେ ଆସନ୍ତାକାଲି ଠାରୁ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ, ପୁରୀ ଜିଲ୍ଲାରେ ଅତି ଭୀଷଣ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରିଛନ୍ତି ପାଣିପାଗ ବିଭାଗ।ତେବେ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ସୂଚନା ମୁତାବକ, ୨ ତାରିଖ ଦିନ ସାରା ଉପକୂଳରେ ପ୍ରବଳ ବର୍ଷା ହେବ।ବର୍ଷାରେ ଭିଜିବ ଓଡିଶା।ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।ସୂଚନା ମୁତାବକ, ୨ ତାରିଖରେ ରାଜ୍ୟର ୧୧ ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି।

ଏହା ସହିତ ଉତ୍ତର ଆଭ୍ୟନ୍ତରୀଣ ଓଡିଶା କେନ୍ଦୁଝର, ମୟୁରଭଞ୍ଜ,ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।୩ ତାରିଖରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ସହ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର, ଏବଂ ପୁରୀ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସହିତ ଘଡଘଡିର ସମ୍ଭାବନା ମଧ୍ୟ ରହିଛି।ରବିବାର ବୌଦ୍ଧରେ ସର୍ବାଧିକ ୩୫ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବଲାଙ୍ଗୀର ୩୨.୫ମିମି, ବାଲେଶ୍ବର ୨୯.୮ମିମି ଏବଂ ହୀରାକୁଦ ୨୬.୨ମିମି ବର୍ଷା ହୋଇଛି।ଏଥିନେଇ ଅବଶିଷ୍ଟ ଓଡ଼ିଶାରେ ମଧ୍ୟ ବର୍ଷା ହେବା ନେଇସୂଚନା ଜାରି କରାଯାଇଥିବା ବେଳେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି।

odia sambada
Comments (0)
Add Comment