ଅଭିନେତ୍ରୀ ବର୍ଷା ଛାଡ଼ିଲେ ଶାଶୁଘର,ଘରେ ପଶିବା ପାଇଁ ପୋଲିସର ସହାୟତା ମାଗିଲେ ଅନୁଭବ

କେନ୍ଦ୍ରପଡା ସାଂସଦ ତଥା ଓଲିଉଡ ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସିଛି ଏକ ବଡ ଖବର। ଅଭିନେତ୍ରୀ ବର୍ଷା ତାଙ୍କର ଶାଶୂଘର ଛାଡ଼ିଛନ୍ତି। ଅନ୍ୟପଟେ ପୋଲିସର ଉପସ୍ଥିତିରେ ଅନୁଭବ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଲିଖିତ ଭାବରେ ସେ ନିବେଦନ କରିଛନ୍ତି। ବର୍ଷା ଶାଶୂଘର ଛାଡ଼ି ଅନ୍ୟତ୍ର ରହିବା ନେଇ ଅନୁଭବଙ୍କ ତରଫରରୁ ଏସଡିଜେଏମ କୋର୍ଟରେ ମାମଲା ରୁଜ୍ଜୁ କରାଯାଇଥିଲା। ଉକ୍ତ ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ଘରଭଡ଼ା ବାବଦକୁ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ କିଛି ସମୟ ସୀମା ଧାର୍ଯ୍ୟ କରାଯାଇଥିଲା, ସେହିପରି ଏକ ମାସ ମଧ୍ୟରେ ଘର ଛାଡ଼ିବାକୁ କୋର୍ଟ ବର୍ଷାଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କୋର୍ଟ ବର୍ଷାଙ୍କୁ ଅଗଷ୍ଟ ୩୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେକି ଗୋଟିଏ ମାସ ମଧ୍ୟରେ ଘର ଛାଡିବାକୁ ଆଉ ଠିକ ସେହିପରି ବର୍ଷା ଠିକ ମାସକ ପରେ ସମୟ ସୀମା ପୂର୍ବରୁ ନିଜର ଶାଶୁ ଘର ଛାଡି ଦେଇଛନ୍ତି।

ତେବେ ଏସଡିଜେଏମଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ବର୍ଷା ଜିଲ୍ଲା ଜଜ କୋର୍ଟ ଯାଇଥିଲେ। ମାମଲାର ପ୍ରାରମ୍ଭିକ ଶୁଣାଣି କରି ଜିଲ୍ଲା ଜଜ ସ୍ଥିଗିତାଦେଶ ଦେଇଥିଲେ। ଶାଶୂଘର ଛାଡ଼ିବା ପାଇଁ ବର୍ଷା ଜିଲ୍ଲା ଜଜ କୋର୍ଟରେ ଜଣାଇବା ପରେ ଉକ୍ତ ମାମଲାର ଅନ୍ତ ଘଟିଥିଲା। ଦୁହିଁଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ସୋସିଆଲ ମିଡ଼ିଆରେ କୌଣସି ପୋଷ୍ଟ ସେୟାର ନ କରିବା ପାଇଁ କୋର୍ଟ ତରଫରୁ ଉଭୟଙ୍କୁ ପୂର୍ବରୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା।

ଗତ ମାସ ୨୭ ତାରିଖ ମଧ୍ୟରେ ପାରିବାରିକ ବିବାଦକୁ ନେଇ ବର୍ଷା-ଅନୁଭବଙ୍କର କାଉନସେଲିଂ ମଧ୍ୟ କରାଯାଇଥିଲା। ଦୁହିଁଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ ଫ୍ୟାମିଲି କୋର୍ଟ ବିଚାରପତି ଅନେକ ପ୍ରୟାସ କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଅନୁଭବ କହିଥିଲେକି ମଧ୍ୟସ୍ଥତାର ସପକ୍ଷରେ ନାହାନ୍ତି। ସେହିପରି କୋର୍ଟଙ୍କର ଏହି ନିଷ୍ପତ୍ତି ପରେ ବର୍ଷା ସହଯୋଗ କରିବେ ବୋଲି କହିଥିଲେ।

odia sambada
Comments (0)
Add Comment