ରାସ୍ତା ମଝିରେ ଥିଲା ବିଶାଳ ଅଜଗର,ଆଉ ବ୍ୟକ୍ତି ଜଣକ ଭୟ ନକରି ଚାଲିଗଲା ପାଖକୁ,ଆଉ ଯେମିତି ଲାଞ୍ଜକୁ ଧରିଛି, ତା ପରେ ….

ରାସ୍ତା ମଝିରେ ଥିଲା ବିଶାଳ ଅଜଗର,ଆଉ ବ୍ୟକ୍ତି ଜଣକ ଭୟ ନକରି ଚାଲିଗଲା ପାଖକୁ,ଆଉ ଯେମିତି ଲାଞ୍ଜକୁ ଧରିଛି, ତା ପରେ ….

ରାତିର ଅନ୍ଧାରରେ ଏକ ବିଶାଳକାୟ ଅଜଗର ସଡକ ପାର କରୁଥିଲା|ଯେତେବେଳେ ଲୋକମାନେ ତାକୁ ଦେଖିଲେ ତ ଭିଡିଓ ବନାଇବାକୁ ଲାଗିଲେ|ଏହା ମଧ୍ୟରେ ଜଣେ ବ୍ୟକ୍ତି ସାପକୁ ସଡକ ଦୁର୍ଘଟଣାରୁ ବଞ୍ଚାଇବାକୁ ନିଷ୍ପତ୍ତି ହେଇଥିଲା|ସେ ମୋବାଇଲ ଟର୍ଚ୍ଚ ଜଳାଇ ଅଜଗର ପାଖରେ ପହଞ୍ଚିଲା ଓ ତାର ଲାଞ୍ଜ ଧରି ରାସ୍ତାର କଡକୁ କରିଥିଲେ,ଯାହାପରେ ସାପ ଜୋରରେ ଘାସରେ ଗାଏବ ହୋଇଗଲା|ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଗଲା,ଯାହାକୁ ଦେଖି କିଛି ଲୋକ ବ୍ୟକ୍ତିର ସାହସକୁ ପ୍ରଶଂସା କରୁଛନ୍ତି|

ଏହି ଭିଡିଓ ଟୁଇଟର ୟୁଜର @BoskyKhanna ସେୟାର କରିଛନ୍ତି,ଯାହାକୁ ଭାରତୀୟ ବନସେବା ଅଧିକାରୀ ପରବିନ ପାସୱନ ସେୟାର କରି ଲେଖିଛନ୍ତି,”ବନ୍ୟଜୀବଙ୍କ ଅଞ୍ଚଳରେ ଯିବା ଓ ତାଙ୍କୁ ହଇରାଣ କରିବା ବା ସଡକ ଦୁର୍ଘଟଣାରୁ ବଞ୍ଚାଇବା|ଏଥିରେ ଆପଣଙ୍କ ରାୟ କ’ଣ ?ଏହି ଭିଡିଓ ଦକ୍ଷିଣ ଭାରତର ଅଟେ , ଯେଉଁଠି ଲୋକମାନେ ବନ୍ୟଜନ୍ତୁଙ୍କ ପାଇଁ ପ୍ରେମ ରହିଛି|ଏହାକୁ ୧୦ ହଜାରରୁ ଉର୍ଦ୍ଧ୍ବ ଭିଉ ବା ୬୦୦ ରୁ ଉର୍ଦ୍ଧ୍ବ ଲାଇକ ରହିଛି|ଜଣେ ୟୁଜର ଲେଖିଛନ୍ତି,”ଏଭଳି ଲାଗୁଛି ବ୍ୟକ୍ତି ସାପକୁ ବଞ୍ଚାଉଛି|

ଏହି କ୍ଲିପ ୧୭ ସେକେଣ୍ଡର ଯେଉଁଥିରେ ରାତିର ଅନ୍ଧାରରେ ଗୋଟିଏ ବିଶାଳକାୟ ଅଜଗର ସଡକରେ ପଡ଼ିଛି|ଯେପରି ଲୋକଙ୍କ ନଜର ପଡିଲା ସମସ୍ତେ ଭିଡିଓ ବନାଇଲେ|ଜଣେ ବ୍ୟକ୍ତି ମୋବାଇଲ ଲାଇଟ୍ ଧରି ତାର ଲାଞ୍ଜକୁ ଧରିଲା ଓ ସାପକୁ ରାସ୍ତାରୁ କଡକୁ କରିଥିଲେ|ଯଦିଓ ସେ ଲାଞ୍ଜ ଧରିବା ମାତ୍ରେ ସେ ଆକ୍ରମଣ ମୁଡ଼ରେ ଆସେ|କିନ୍ତୁ ସେ ଯେତେବେଳେ କଡକୁ କରିଦିଏ ସେ ଘାସରେ ପଳାଏ|

odia sambada
Comments (0)
Add Comment