୭ ଦିନ ଭିତରେ ସିଧା ଘରେ ପହଞ୍ଚିବ ଡ୍ରାଇଭିଂ ଲାଇସେନ୍ସ,ବଦଳିଗଲା ନିୟମ,ତୁରନ୍ତ ଆବେଦନ କରନ୍ତୁ

Apply Driving License Online: ଯଦି ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ କରିବା ବିଷୟରେ ଚିନ୍ତା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବିଲକୁଲ ଠିକ୍ ସମୟ ଅଛି । କାରଣ ସମୟ ସହିତ ଡ୍ରାଇଭିଙ୍ଗ ଲାଇସେନ୍ସ କରିବା ନିୟମ ମଧ୍ୟ ବଦଳୁଛି । ଆମେ ଆଜି ଆପଣଙ୍କୁ ଗୋଟିଏ ନୂତନ ନିୟମ ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନ ଡ୍ରାଇଭିଙ୍ଗ ଲାଇସେନ୍ସ କରିବାପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । ଆପଣ ଘରେ ବସି ଏଥିପାଇଁ ଆବେଦନ କରିପାରିବେ ।

ଡ୍ରାଇଭିଙ୍ଗ ଲାଇସେନ୍ସ କରିବାର ନିୟମରେ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ଘରେ ବସି ରେଜିଷ୍ଟ୍ରି ଏଣ୍ଡ ଲାଇସେନ୍ସିଙ୍ଗ ଅଥରିଟିରେ ନିବେଦନ କରାଯାଇପାରିବ । ଅର୍ଥାତ୍ ବର୍ତ୍ତମାନ ଆଉ ଆପଣଙ୍କୁ RTO ଅଫିସ ଯିବାକୁ ପଡ଼ିବ ନାହିଁ । ଦିଲ୍ଲୀରେ ତ୍ ପୁର୍ବରୁ ହିଁ ଅନଲାଇନ୍ ସିଷ୍ଟମର ଆରମ୍ଭ କରାଯାଇଛି । କିଛି ସମୟ ପୂର୍ବରୁ ହିଁ ଦିଲ୍ଲୀ ସରକାର RTO ରେ ହେଉଥିବା ଅନେକ କାମକୁ ଅନଲାଇନ୍ କରିଦେଇଥିଲେ । ଯେପରି ଯଦି ଆପଣଙ୍କୁ Vehicle Transfer କରିବାର ଅଛି, ତେବେ ମଧ୍ୟ RTO ଯିବାର କୌଣସି ଆବଶ୍ୟକତା ନାହିଁ ।

Official Site ରେ ଯାଇ କରିପାରିବେ ଆବେଦନ :-

ଯଦି ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସର୍ବପ୍ରଥମେ ଅଫିସିଆଲ୍ ସାଇଟ୍ (https://sarathi.parivahan.gov.in/sarathiservice/stateSelection.do) କୁ ଯିବାକୁ ପଡିବ । ଏଠାକୁ ଯିବାପରେ ଆପଣଙ୍କୁ ନିଜ ରାଜ୍ୟ ବାଛିବାକୁ ପଡ଼ିବ । ରାଜ୍ୟ ବାଛିବା ପରେ ଆପଣଙ୍କୁ ଲର୍ଣର ଲାଇସେନ୍ସ ପାଇଁ ଆବେଦନ କରିବାକୁ ପଡ଼ିବ । ଲର୍ଣିଙ୍ଗ ଲାଇସେନ୍ସ କରିବା ପରେ ହିଁ ଆପଣ DL କରିପାରିବେ । ଏଠାରେ ଆପଣଙ୍କୁ ଗୋଟିଏ ଛୋଟ ଟେଷ୍ଟ ଦେବାକୁ ପଡ଼ିବ, ଯାହା ଅନଲାଇନରେ ହେବ ।

RTO ଯାଇ ଦେବାକୁ ପଡ଼ିବ ଟେଷ୍ଟ :-

ଲର୍ଣିଙ୍ଗ ଲାଇସେନ୍ସର ଏକ ମାସ ପରେ ଆପଣ ଲାଇସେନ୍ସ ପାଇଁ ଆବେଦନ କରିପାରିବେ । ଲାଇସେନ୍ସ ଆବେଦନ କରିବାପରେ ଆପଣଙ୍କୁ ଗୋଟିଏ ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡ଼ିବ । ଡ୍ରାଇଭିଙ୍ଗ ଟେଷ୍ଟ ଦେବାପାଇଁ RTO ଯିବାକୁ ପଡିବ । ଏଠାରେ ଟେଷ୍ଟ ଦେବାପରେ ଆପଣଙ୍କ ଲାଇସେନ୍ସ କରିବାର ରାସ୍ତା ସଫା ହୋଇଯିବ । କିନ୍ତୁ ଟେଷ୍ଟ କ୍ଲୀୟର କରିବା ଜରୁରୀ ଅଟେ । ଯଦି ଆପଣ ଟେଷ୍ଟ କ୍ଳୀୟର କରିପାରିବେ ନାହିଁ, ତେବେ ଆପଣଙ୍କୁ ପୁଣିଥରେ ପ୍ରସେସ କରିବାକୁ ପଡ଼ିବ । ସବୁ ଜିନିଷ କରିବାପରେ ମାତ୍ର 7 ଦିନ ମଧ୍ୟରେ ଡ୍ରାଇଭିଙ୍ଗ ଲାଇସେନ୍ସ ସିଧା ଆପଣଙ୍କ ଘରେ ପହଞ୍ଚିଯିବ ।

odia sambada
Comments (0)
Add Comment