ଦିଲ୍ଲୀରେ ଶନିବାର ଦିନ ଏକ ହୃଦୟଥରା ଘଟଣା ସାମ୍ନାକୁ ଆସିଛି, ଯାହାକି ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଦିଲ୍ଲୀର ନ୍ୟୁ ସିଲମପୁର ଅଞ୍ଚଳରେ ଗତ ମାସ ୩ଜଣ ସାଙ୍ଗଙ୍କର କଥିତ ରୂପରେ ଅପ୍ରାକୃତିକ ଯୌନ ଆକ୍ରମଣ ଓ ମାରପିଟରେ ଶିକାର ହୋଇଥିବା ୧୦ ବର୍ଷୀୟ ପୁଅଙ୍କର ଶନିବାର ଦିନ ମୃତ୍ୟୁ ହୋଇଯାଇଛି। ସେ ମୃତ୍ୟୁ ପୂର୍ବରୁ ନିଜର ମାଆଙ୍କୁ କହିଥିଲେକି ଆରୋପୀ ତାଙ୍କ ଉପରେ ପଥରରେ ଆକ୍ରମଣ କରିଥିଲେ ଓ ତାଙ୍କର ପ୍ରାଇଭେଟ ପାର୍ଟରେ ଲୁହାର ରଡ ଭର୍ତ୍ତି କରିଦେଇଥିଲେ। ପୁଅର ମାଆ କହିଲେକି ତାଙ୍କର ପୁଅ ପ୍ରଥମେ ମିଛ କହିଥିଲେକି ସେ ଖେଳୁଥିବା ସମୟରେ ତାଙ୍କୁ ଆଘାତ ଲାଗିଯାଇଥିଲା କିନ୍ତୁ ଯେତେବେଳେ ସେ ତାଙ୍କୁ ଭଲ ଭାବରେ ପଚାରିଲେ ସେତେବେଳେ ସେ ତାଙ୍କ ସହ ଘଟିଥିବା ସବୁ କଥା ବିଷୟରେ କହିଥିଲେ।
୨୨ ସେପେମ୍ବରକୁ LNJP ରେ ଭର୍ତ୍ତି କରଯାଇଥିଲା:-
ପୋଲିସ ଅନୁସାରେ ପୀଡିତାଙ୍କ ସହିତ ୧୮ ସେପ୍ଟେମ୍ବରକୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖାଯାଇଥିଲା ଓ ତାଙ୍କ ସହିତ ମାରପିଟ କରାଯାଇଥିଲା। ତାଙ୍କୁ ୨୨ ସେପ୍ଟେମ୍ବରରେ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଅର ମା କହିଲେକି,’ମୁଁ ଘରୋଇ ସହାୟକ ରୂପରେ କାମ କରେ ଓ ୧୮ ସେପ୍ଟେମ୍ବରକୁ ଯେତେବେଳେ ମୁଁ ଏହି ଘଟଣା ଘଟିଲା ସେତେବେଳେ ମୁଁ କାମରେ ବାହାରେ ଯାଇଥିଲି। ଯେତେବେଳେ ମୁଁ ଘରକୁ ଫେରିଲି ସେତେବେଳେ ମୁଁ ପୁଅକୁ କ୍ଷତବିକ୍ଷତ ଅବସ୍ଥାରେ ଦେଖିଥିଲି। ସେ ମୋତେ କହିଲାକି ଖେଳୁଥିବା ସମୟରେ ତାଙ୍କୁ ଆଘାତ ଲାଗିଥିଲା। ମୁଁ କେବେବି ଭାବିନଥିଲିକି ଏମିତି କିଛି ତାଙ୍କ ସହିତ ହୋଇଥିବ।
ଦୁଇ-ତିନି ପୁଅଙ୍କର ଏହି କାଣ୍ଡ:-
ସେ କହିଛନ୍ତି, ‘ସେ ବହୁତ ଯନ୍ତ୍ରଣା ଭୋଗୁଥିଲେ ଏବଂ ଯେତେବେଳେ ମୁଁ ତାଙ୍କୁ ବିଶ୍ୱାସରେ ପଚାରିଲି, ସେ କେବଳ କହିଥିଲେଯେ ସେମାନେ ମୋତେ ମାରିଦେବେ। ମୁଁ ଯେତେବେଳେ ତାଙ୍କୁ ପୁଣି ପଚାରିଲି, ସେ ମୋତେ କହିଥିଲେ ଯେ ଦୁଇ-ତିନି ପୁଅ ତାଙ୍କୁ ଯୌନ ନିର୍ଯାତନା ଦେଇଛନ୍ତି। ସେମାନେ ତାଙ୍କୁ ଏକ ଲୁହା ରଡରେ ପିଟିଥିଲେ। ପୁଅର ମା ତାଙ୍କ ପୁଅ ସହିତ ଏହି ବାର୍ତ୍ତାଳାପକୁ ରେକର୍ଡ କରିଥିଲେ। ତାଙ୍କ ପରିବାର ସଦସ୍ୟ ଏହି ଭିଡିଓ ସେୟାର କରିଛନ୍ତି। ଭିଡିଓରେ, ବାଳକଟି ଯନ୍ତ୍ରଣାରେ ଛଟପଟ ହେଉଥିବା ଏବଂ ତାଙ୍କ ମା’ଙ୍କୁ କହିଛିଯେ ଅଭିଯୁକ୍ତ ତାଙ୍କୁ ଇଟା ଓ ଲୁହା ରଡରେ ପିଟିଥିଲେ ଏବଂ ପରେ ସେମାନେ ତାଙ୍କୁ ଏକ ଡିସପେନସାରୀ ଛାତରେ ଫିଙ୍ଗି ଦେଇଥିଲେ ଯେଉଁଠୁ ତାଙ୍କୁ ସେ ନେଇଯାଇଥିଲେ।
ମାଆ ଆରୋପୀଙ୍କୁ ଶକ୍ତ ଦଣ୍ଡ ଦେବା ପାଇଁ କରିଲେ ଦାବି:-
ଭିଡିଓ ଅନୁସାରେ ସେ ନିଜର ମାଆଙ୍କୁ କହିଥିଲେକି ଆରୋପୀ ଲୁହା ରଡ ତାଙ୍କର ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଇଥିଲେ ଓ ତାଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିଥିଲେ। ପୁଅର ମା ଆରୋପୀଙ୍କୁ ଶକ୍ତ ଦଣ୍ଡ ଦେବା ପାଇଁ ଦାବି କରିଲେ। ପୁଅର ମାଆ କହିଲେକି,’…ଆରୋପୀଙ୍କୁ ଶକ୍ତ ଦଣ୍ଡ ମିଳିବା ଉଚିତ। ଆଜି ମୋର ଛୁଆ ସହିତ ଏମିତି ହୋଇଛି କାଲି ଆଉ କେହି ପିଲା ଶିକାର ହୋଇପାରେ।’
ସାରା ଶରୀରରେ ବ୍ୟାପିଯାଇଥିଲା ସଂକ୍ରମଣ:-
ତାଙ୍କର ଭଉଣୀ କହିଲେକି ଯେତେପର୍ଯ୍ୟନ୍ତ ତାଙ୍କର ଭାଇକୁ ହସ୍ପିଟାଲ ନିଆଗଲା ସେତେପର୍ଯ୍ୟନ୍ତ ସେ ସଂକ୍ରମଣ ବ୍ୟାପିସାରିଥିଲା। ସେ କହିଲେକି,’ତାଙ୍କର ସ୍ଥିତି ବହୁତ ଗମ୍ଭୀର ଥିଲା ଓ ମୋର ମା ତାଙ୍କୁ ଆରମ୍ଭରୁ ଜଗ ପ୍ରବେଶଚନ୍ଦ ହସ୍ପିଟାଲ ନେଇ ଯାଇଥିଲେ। ଯେଉଁଠି ଡାକ୍ତର କହିଲେକି ସଂକ୍ରମଣ ତାଙ୍କର ଶରୀରରେ ବ୍ୟାପି ଯାଇଛି। ସେତେବେଳେ ସେ ତାଙ୍କୁ ଜିଟିବି ହସ୍ପିଟାଲ ନେଇଗଲେ। ପୁଣି ତାପରେ ଲୋକନାୟକ ଜୟପ୍ରକାଶ ନାରାୟଣ ହସ୍ପିଟାଲରେ ଭର୍ତ୍ତି କରାଗଲା।’ ପରିବାରରେ ଏହି ପିଲା ନିଜର ୬ ଭାଇ-ଭଉଣୀଙ୍କ ଠାରୁ ସବୁଠାରୁ ଛୋଟ ଥିଲା। ତାଙ୍କର ଚାଚାଙ୍କ ଅନୁସାରେ ଆରୋପୀ ତାଙ୍କ ସହିତ ଖେଳିବା ବାହାନା କରି ତାଙ୍କୁ ନେଇଯାଇଥିଲେ। ପୋଲିସ ଦୁଇ ଆରୋପୀଙ୍କୁ ଧରିଛନ୍ତି ଓ ବର୍ତ୍ତମାନ ଆଉ ଜଣେ ଆରୋପୀ ଗିରଫ ହୋଇନାହାନ୍ତି। ପୋଲିସ ଅନୁସାରେ ଆରୋପୀ ଓ ପୀଡ଼ିତା ପୋଡଶୀ ଥିଲେ ଓ ସମାନ ବୟସର ଥିଲେ।