ବରକୁ ଗୁଟଖା ଖାଇବା ଭାରି ପଡ଼ିଲା, କନ୍ୟା ଯାହା କଲା ତାପରେ ଜୀବନସାରା ଗୁଟଖା ଛୁଇଁବନି, ଦେଖନ୍ତୁ ଭିଡିଓ

ବିବାହ ଦିନ ଯେକୌଣସି ଯୁବତୀ ପାଇଁ ବହୁତ୍ ବିଶେଷ ହୋଇଥାଏ । ସେ ଏହି ଦିନକୁ ସବୁଦିନ ପାଇଁ ନିଜ ସ୍ମୃତିରେ ସଜେଇ ରଖେ । ତେଣୁ ତାର ମଧ୍ୟ ଇଚ୍ଛା ଥାଏ ଯେ ବିବାହ ଦିନ ସବୁକିଛି ପର୍ଫେକ୍ଟ ହଉ । କିନ୍ତୁ ବିବାହରେ କିଛି ନା କିଛି ଗଡବଡ ତ ନିଶ୍ଚୟ ହୁଏ । ବର୍ତ୍ତମାନ ଏହି ଗଡବଡ ଯଦି ବର ତରଫରୁ ଥାଏ, ତେବେ କନ୍ୟାର ମୁଣ୍ଡ ଟିଣ ହୋଇଯାଏ ।

ଆପଣ ଏପରି ଅନେକ ମାମଲା ଦେଖିଥିବେ ଏବଂ ସୁଣିଥିବେ, ଯେଉଁଠାରେ ବର ବିବାହରେ ମଦ ପିଇ ଆସେ । କିମ୍ବା ଏପରି କିଛି କାମ କରିଦିଏ, ଯେଉଁଥିପାଇଁ କନ୍ୟାର ମୁଣ୍ଡ ଖରାପ୍ ହୋଇଯାଏ । ସାଧାରଣତଃ କନ୍ୟା ପକ୍ଷ ବରର କାର୍ଯ୍ୟକଳାପକୁ ଚୁପଚାପ୍ ସହିଥାନ୍ତି । ସେମାନେ ଭାବନ୍ତି ଯେ ଆମେ ଝିଅ ଘର ଲୋକ, ତେଣୁ ନଇଁଯାଆନ୍ତି । କିନ୍ତୁ ଯୁଗ ବଦଳି ଗଲାଣି । ବର୍ତ୍ତମାନ ଝିଅମାନେ ନିଜର ଅଧିକାର ଏବଂ ଠିକ୍ ଜିନିଷ ପାଇଁ ଲଢ଼ୁଛନ୍ତି ।

ବିବାହରେ ଗୁଟଖା ଖାଇବା ବରକୁ ଭାରି ପଡ଼ିଲା :-

ସୋସିଆଲ ମିଡିଆରେ ଆଜିକାଲି ଜଣେ ସାହାସୀ କନ୍ୟାର ଭିଡିଓ ଖୁବ୍ ଭାଇରାଲ ହେଉଛି । ଏହି କନ୍ୟା ନିଜ ବରକୁ ସମସ୍ତଙ୍କ ସାମ୍ନାରେ ଏପରି ପାଟି କରେ ଯେ ବରର କଥା କହିବା ବନ୍ଦ୍ ହୋଇଯାଏ । ଭିଡ଼ିଓରେ ଦେଖାଯାଇପାରେ ଯେ ବର ଏବଂ କନ୍ୟାଙ୍କ ବିବାହର ରୀତିନୀତି ଚାଲିଛି । ଠିକ୍ ସେତିକିବେଳେ କନ୍ୟାର ନଜର ବର ଉପରେ ପଡ଼ିଯାଏ । ସେ ମଜାରେ ଗୁଟଖା ଚୋବାଉଥାଏ ।

ବରକୁ ଗୁଟଖା ଚୋବାଉଥିବାର ଦେଖି କନ୍ୟା ଖୁବ୍ ଜୋରରେ ରାଗିଯାଏ । ସେ ସମସ୍ତଙ୍କ ସାମ୍ନାରେ ବରର ଗୁଟଖା ନିଶା ଛଡ଼ାଇଦିଏ । ସେ ତାକୁ ବହୁତ୍ ଗାଳି କରେ । ତାପରେ ବରକୁ ବାଧ୍ୟ ହୋଇ ଗୁଟଖା ଥୁକିବାକୁ ପଡେ । ବର୍ତ୍ତମାନ ମାନେ ମାନୁଛୁ ଯେ ଗୁଟଖା ଖାଇବା ଆପଣଙ୍କର ଅଭ୍ୟାସ ପାଲଟି ଯାଇଛି । କିନ୍ତୁ ନିଜ ବିବାହ ଦିନ ଏହାକୁ ଖାଇବା ବିଲକୁଲ ଶୋଭା ଦିଏନାହିଁ । କନ୍ୟା ରାଗିବାଟା ସ୍ଵାଭାବିକ ଥିଲା ।

ଲୋକମାନେ ମଜା ନେଲେ :-

କନ୍ୟା ଯେପରି ଭାବେ ବରର ବେଜିତ କଲା, ଏହାକୁ ଦେଖି ଲୋକମାନେ ମଧ୍ୟ ମଜା ନେଲେ ଆଉ ହସିଲେ । ଜଣେ ୟୁଜର କହିଛନ୍ତି ଯେ ” ସବୁ ମହିଳା ଏପରି ନିର୍ଭୟ ହେବା ଉଚିତ୍ । ତେବେ ଯାଇ ସ୍ବାମୀ ନିଜ ସୀମା ଭିତରେ ରହିବ ।” ତାପରେ ଅନ୍ୟ ଜଣେ ଲେଖିଲା “ଏ ବରକୁ ଗୁଟଖା ଖାଇବାକୁ ଆଉ କେତେବେଳେ ସମୟ ମିଳିଲା ନାହିଁ !” ଆଉ ଜଣେ କହିଛନ୍ତି ” କନ୍ୟା ବର୍ତ୍ତମାନ ଠାରୁ ସ୍ପଷ୍ଟ କରିଦେଇଛି ଯେ ବାହାଘର ପରେ କାହାର ହୁକୁମ ଚାଲିବ ।” ଏହିପରି ଅନେକ ଲୋକ କନ୍ୟାର ପ୍ରଶଂସା କରିବାକୁ ଲାଗିଲେ ।

ଏଠାରେ ଦେଖନ୍ତୁ କନ୍ୟାର ଭିଡିଓ :-

View this post on Instagram

A post shared by memes comedy (@ghantaa)

odia sambada
Comments (0)
Add Comment