ଶେଷରେ ଜେଲ ଗଲା ଟୁଙ୍ଗୁରୁ ଭୋଳ। ଜାଣନ୍ତୁ କାହିଁକି ଟୁଙ୍ଗୁରୁ ଭୋଳକୁ ଜେଲ ପଠାଇଲେ ବର୍ଷା?

ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିରହିଥିବା ବେଳେ ସାମ୍ନାକୁ ଆସିଛି ବଡ଼ ଖବର । ଓଡ଼ିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ଭୋଳ ଏବେ ଗିରଫ । ଦୁଷ୍କର୍ମ ଅଭିଯୋଗରେ ଟୁଙ୍ଗୁରୁକୁ ଗିରଫ କରିଛି ଆରକ୍ଷୀ ଅଧିକାରୀ । ଭରତପୁର ଥାନା ହଠାତ ଟୁଙ୍ଗୁରୁକୁ ଗିରଫ କରିଛି । ଏବେ ଟୁଙ୍ଗୁରୁ ଜେଲରେ ରହିବ । ବର୍ଷାଙ୍କୁ ଦୁଷ୍କର୍ମ କରିଥିବା ଟୁଙ୍ଗୁରୁ ବିରୁଦ୍ଧରେ କିଛି ଦିନ ପୂର୍ବରୁ ବର୍ଷା ଭରତପୁର ଥାନାରେ ଆସି ଅଭିଯୋଗ କରିଥିଲେ । କିଛି ଦିନ ପୂର୍ବରୁ ଟୁଙ୍ଗୁରୁ ଏବଂ ବର୍ଷାଙ୍କ ପ୍ରେମ ସମ୍ପର୍କକୁ ନେଇ ଓଡିଶା ପଡ଼ୁଥିଲା ଉଠୁଥିଲା ।

ବର୍ଷା ଭରତପୁର ଥାନା ଆଗରେ ଆସି ଧାରଣା ଦେଇଥିଲେ କି, ଟୁଙ୍ଗୁରୁ ତାଙ୍କର ସହ ପ୍ରତାରଣା କରିଛି । ଅଟୋରେ ବସାଇ ପ୍ରେମ କରୁଥିଲା ଆଉ ଯେବେ ତାର ମନ ଭରିଗଲା ସେବେ ମୋତେ ଛାଡ଼ି ପଳାଇଲା । ଏବେ ମୁଁ ତାକୁ ବାହା ହେବି କହି ଥାନା ଆଗରେ ଧାରଣା ଦେଇଥିଲେ । ତେବେ ବର୍ଷାଙ୍କର ଅଭଳି ଅଭିଯୋଗ ପରେ କ୍ୟାମେରା ସାମ୍ନାକୁ ଆସିଥିଲା ଟଙ୍ଗୁରୁ ଭୋଳ । ଆଉ କହିଥିଲା କି ବର୍ଷା ତାଙ୍କୁ ତାଙ୍କ ଘରେ କିଡନାପ କରି ରଖିଥିଲେ । ଆଉ ଏହାର କିଛି ଦିନ ପରେ ବର୍ଷା ଏବଂ ଟୁଙ୍ଗୁରୁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହୋଇଥିଲା ।.

ଯାହାପରେ ବର୍ଷା ଭରତପୁର ଥାନାରେ ଅଭିଯୋଗ କରିଥିଲେ । ଭରତପୁର ଥାନା ପୋଲିସ୍ କହିଛି ଯେ, ସରଧାପଲ୍ଲୀ ବସ୍ତିର ବର୍ଷା ଭୋଳଙ୍କ ଅଭିଯୋଗ କ୍ରମେ ଗତ ଜୁଲାଇ ୨୯ ତାରିଖ ରାତି ୧୨ଟାରେ ଟୁଙ୍ଗୁରୁ ଭୋଳ ତାଙ୍କୁ ଫୋନ୍‌ କରି ଫୁଲେଶ୍ବରୀ ବସ୍ତିକୁ ଡାକିଥିଲା । ଟୁଙ୍ଗୁରୁ ଭୋଳ ସେଠାରେ ବର୍ଷାଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲା ଏବଂ ନିର୍ଯାତନା ଦେଇଥିଲା । ଏନେଇ ବର୍ଷା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ।ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ଆଉ ଯେଉଁ ଅଭିଯୋଗକୁ ଆଧାର କରି ପୋଲିସ୍ ଏବେ ଟୁଙ୍ଗୁରୁକୁ ଗିରଫ କରିଛି ।ଟୁଙ୍ଗୁରୁ ଭୋଳଙ୍କ ବିରୋଧରେ ଆଇପିସିର ଦଫା- ୩୪୧, ୨୯୪, ୩୨୩, ୩୭୬, ୫୯୬ ଓ ୩୪ ଲାଗିଛି।

ସୂଚନାଯୋଗ୍ୟ, ଯୁବ ପ୍ରେମିକଙ୍କ ଠାରୁ ଧୋକ୍କା ଖାଇବା ପରେ ବର୍ଷା କହିଥିଲେ ଯେ, ‘ମୋ ଶରୀରର ପ୍ରତିଟି ଅଙ୍ଗରେ ଟୁଙ୍ଗୁରୁ ନାଁ ଲେଖା ଅଛି । ଟୁଙ୍ଗୁରୁ ପାଇଁ ମୁଁ ମୋ ସ୍ବାମୀ ଓ ଛୁଆ ପିଲାଙ୍କୁ ଛାଡ଼ିଲି । ଏଇ ଭରତପୁର ଥାନାରୁ ଟୁଙ୍ଗୁରୁକୁ ବିବାହ କରିବା ପରେ ଯାଇ ବାହାରକୁ ଯିବି’ । ପ୍ରେମିକ ଟୁଙ୍ଗୁରୁକୁ ପାଇବାପାଇଁ ସେ ଭରତପୁର ଥାନାରେ ଗଣମାଧ୍ୟମକୁ ଏହି ପ୍ରତିକ୍ରିୟା ଦେଇଥିଲେ । ବାସ୍ ଏଇଠୁ ଭାଇରାଲ୍ ହୋଇଥିଲେ ବିବାଦୀୟ ପ୍ରେମିକ ଟୁଙ୍ଗୁରୁ ଭୋଳ । ଟୁଙ୍ଗୁରୁ ଓ ବର୍ଷାର ପ୍ରେମ କାହାଣୀ ଏମିତି ବ୍ୟାପିଥିଲା ଯେ ଓଡ଼ିଶାର ପୁରପଲ୍ଲୀରେ ସେ ପରିଚିତ ହୋଇଥିଲା ।

odia sambada
Comments (0)
Add Comment